ଏବେ AC ରେ ମିଳିବ AI ଫିଚର୍ସ! Haier ଆଣିଲା ନୂଆ ଜେନେରେସନ୍ ଏୟାର କଣ୍ଡିସନର୍

ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ । ଗ୍ରୀଷ୍ମର ଉତ୍ତାପରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ଏୟାର କଣ୍ଡିସନର ଲଗାଇବା ଆରମ୍ଭ କରି ଦେଇଛନ୍ତି । ଏହି ସିରିଜରେ, Haier India ଏହାର ନୂଆ AI Climate Control ଏୟାର କଣ୍ଡିସନର ଲଞ୍ଚ କରିଛି । କମ୍ପାନୀ ଦାବି କରୁଛି ଯେ ଏହା ଭାରତର ପ୍ରଥମ ଏସି ହେବ ଯାହା AI ଦ୍ୱାରା କଣ୍ଟ୍ରୋଲ୍ ହେବ । ଏହା ନୂଆ ରେଞ୍ଜ ହାଇ-ପରଫରମାନ୍ସ ଏବଂ ଏନର୍ଜି-ଏଫିସିଏଣ୍ଟ କୁଲିଂ ଦେବ ବୋଲି ଦାବି କରିଛି ।

ସ୍ମାର୍ଟ ଇନଭର୍ଟର, ୫-ଷ୍ଟାର ଏନର୍ଜି-ଏଫିସିଏଣ୍ଟ ଏବଂ ଫ୍ରଷ୍ଟ ସେଲ୍ଫ-ସ୍ଲିନ୍ ଟେକନିକ AC ସହିତ Haier ଏବେ ବଜାରରେ ଖୁବ ଧମାଲ କରିବାକୁ ଯାଉଛି । ଏବେ AI ଟେକନିକ ସହ ସଜ୍ଜିତ, ଏହି ନୂଆ ମଡେଲଗୁଡ଼ିକ କମଫର୍ଟ, ଏନର୍ଜି ସେଭିଙ୍ଗ ଏବଂ ଅଟୋମେସନକୁ ନୂଆ ଦିଗରେ ପହଞ୍ଚାଇବ । ଆଜିର ଯୁଗରେ, ୱାସିଂ ମେସିନ୍, ରେଫ୍ରିଜରେଟର୍ ଏବଂ ଅନ୍ୟାନ୍ୟ ଘରୋଇ ଉପକରଣରେ ମଧ୍ୟ AIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ୟୁଜର୍ସମାନେ ଏବେ ଏପରି ସ୍ମାର୍ଟ ଡିଭାଇସ୍ ଚାହୁଁଛନ୍ତି ଯାହା ସେମାନଙ୍କ ବ୍ୟବହାର ଅନୁସାରେ ନିଜକୁ ସଜାଡ଼ିବ ଏବଂ ବିଦ୍ୟୁତର ରକ୍ଷା କରିବ । ଯାହାକୁ ଦୃଷ୍ଟିରେ ରଖି ହାୟର ଏହି AC ଲଞ୍ଚ କରିଛି । ହାୟରର ନୂଆ ଏସିଗୁଡ଼ିକ କେବଳ ଉତ୍କୃଷ୍ଟ ଶୀତଳତା ପ୍ରଦାନ କରିବ ନାହିଁ ବରଂ ୟୁଜର୍ସଙ୍କ ଅଭ୍ୟାସକୁ ବୁଝିବ ଏବଂ ଅଟୋମେଟିକ୍ ଭାବରେ ସେଟିଂସ୍ ଆଡଜଷ୍ଟ କରିବ । ଯାହା ଦ୍ଵାରା ବିଦ୍ୟୁତର ବ୍ୟବହାର ହ୍ରାସ ପାଇବ । ହାୟରର AI AC ଗୁଡ଼ିକରେ ଅନେକ ଦମଦାର ଫିଚର୍ସ ମିଳିପାରିବ ।

ଏହା ସ୍ମାର୍ଟ ଆସିଷ୍ଟାଣ୍ଟ ୟୁଜର୍ସଙ୍କୁ କେତେ କୁଲିଂ ଦରକାର ଏହି ଅଭ୍ୟାସକୁ ବୁଝି ଅଟୋମେଟିକ ଭାବରେ ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ । ରାତିରେ ଥଣ୍ଡା ପବନ ଆବଶ୍ୟକ ହେଉ କିମ୍ବା ଦିନରେ କମ୍ ଥଣ୍ଡା, ଏହା କୌଣସି ମାନୁଆଲ୍ ସେଟିଂ ବିନା ସ୍ୱୟଂଚାଳିତ ଭାବରେ ଆଡଜଷ୍ଟ ହେବ । ଏହି ଏସିଗୁଡ଼ିକରେ ଏକ ଇନ୍-ବିଲ୍ଟ ଇଲେକ୍ଟ୍ରିସିଟି ମନିଟରିଂ ସିଷ୍ଟମ ଅଛି ଯାହା ୟୁଜର୍ସଙ୍କୁ ଦୈନିକ, ସାପ୍ତାହିକ କିମ୍ବା ମାସିକ ବିଦ୍ୟୁତ୍ ବ୍ୟବହାର ଲକ୍ଷ୍ୟ ସ୍ଥିର କରିବାକୁ ଅନୁମତି ଦିଏ । ଏହା ଗ୍ରୀଷ୍ମ ଋତୁରେ ହଠାତ୍ ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ଏଡାଇବା ପାଇଁ ରିୟଲ-ଟାଇମ ଟ୍ରାକିଂ ପ୍ରଦାନ କରେ ।

ଯାହା ଅତ୍ୟଧିକ ବିଦ୍ୟୁତ୍ ବ୍ୟବହାରକୁ ରୋକିବ । ଏହା ବ୍ୟତୀତ ଏକ ଭଲ ପରିମାଣର କୁଲିଂ ସୁନିଶ୍ଚିତ କରିବା ପାଇଁ ଏହି AC କୋଠରୀର ତାପମାତ୍ରା ଏବଂ କୋଠରୀରେ ଉପସ୍ଥିତ ଲୋକଙ୍କ ସଂଖ୍ୟା ଆଧାରରେ କୁଲିଂ ଆଉଟପୁଟ୍ ଆଡଜଷ୍ଟ କରିଥାଏ । ଏହି ନୂଆ ଏସିଗୁଡ଼ିକୁ ଭାରତୀୟ ଜଳବାୟୁକୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ଏଗୁଡ଼ିକରେ ଆଣ୍ଟି-କର୍ସନ୍ କୋଟିଂ ଏବଂ ହାଇପର PCB ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଯାହା ଯୋଗୁଁ ଏଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଲ ଭାବରେ ଚାଲିବ ଏବଂ ଅଧିକ ଗରମରେ ମଧ୍ୟ ଉତ୍କୃଷ୍ଟ ପରଫରମାନ୍ସ ପ୍ରଦାନ କରିବ ।

Also read: ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ କ୍ୟାମେରା ହେଲା ଲଞ୍ଚ, ଜୁମ୍ ଏତେ ଅଧିକ ଯେ ଦେଖାଯାଏ ପୁରା ଗ୍ୟାଲେକ୍ସି