ଏବେ ହ୍ବାଟସଆପରେ ଆପଣ ଲକ୍ କରିପାରିବେ ପ୍ରାଇଭେଟ ଚାଟ୍, ଆପଣାନ୍ତୁ ଏହି ଟ୍ରିକ୍ସ

ଆଜିକାଲି ହ୍ବାଟସଆପ୍ ଆମ ସମସ୍ତ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇଯାଇଛି। ଏବେ ପ୍ରାଇଭେଟ ଚାଟ୍ ପାଇଁ ହ୍ବାଟସଆପ୍ କୁ ଅଧିକ ବ୍ଯବହାର କରାଯାଇଛି। ଏମିତିରେ ଡର ରହିଥାଏ କି କିଏ ଯଦି ଆପଣଙ୍କ କିଛି ପ୍ରାଇଭେଟ ଚାଟ୍ ପଢିଦିଏ ତେବେ କ’ଣ ହେବ। କିନ୍ତୁ ଏମିତି କିଛି ଟ୍ରିକ ରହିଛି, ଯାହାକୁ ଆପଣାଇବା ପରେ ଆପଣ ନିଜର ଚାଟ୍କୁ ପ୍ରାଇଭେଟ ରଖିପାରିବେ।

ହ୍ବାଟସଆପର ଏହା ଏକ ସମସ୍ଯା ଯେ, କୌଣସି ନୂଆ ମେସେଜକୁ ଆସିବା ମାତ୍ରେ ପପ୍ ଅପ୍ ହୋଇଥାଏ। ଯଦି ଆପଣଙ୍କ ମୋବାଇଲ ଆଉ କାହା ହାତରେ ଥାଏ, ତେବେ ମେସେଜ ଆସେ, କାଳେ ଆଉ କିଏ ଆପଣଙ୍କ ପ୍ରାଇଭେଟ ମେସେଜ ଦେଖିବାର ସମ୍ଭାବନା ଅଧିକ ଥାଏ। ଏହି କାରଣରୁ ଆଉ କାହାକୁ ମୋବାଇଲ ଦେବାକୁ ଅନେକ ଲୋକ ଡରିଥାନ୍ତି।

ଆଜିକାଲି ହ୍ବାଟସଆପରେ ଅନେକ ଚାଟ୍ ପ୍ରାଇଭେଟ ରହିଥାଏ, ଯାହାକୁ ଆଉ କାହା ସହିତ ସେୟାର କରାଯାଇପାରିବ ନାହିଁ। କିନ୍ତୁ ଏମିତି ଉପାୟରେ ଆପଣ କିଛି ପ୍ରାଇଭେଟ ଚାଟ୍କୁ ଲକ୍ କରିପାରିବେ। ଖାସ୍ କଥା ହେଲା ଯଦି ଆପଣଙ୍କ ସେହି ଚାଟ୍ ଲକ୍ ଥିବ, ତେବେ ଆପଣଙ୍କ ମୋବାଇଲ ଆଉ କେହି ୟୁଜ କରେ ମଧ୍ୟ ଚାଟ୍ ଦେଖିପାରିବ ନାହିଁ।

chat lock

ଚାଟ୍ ବ୍ଲକ କରିବା ପାଇଁ ଆପଣଙ୍କ ଏକ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ କରିବାକୁ ହେବ। ଆପଣ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ whatsapp Chat Locker ଡାଉନଲୋଡ କରନ୍ତୁ। ଏହା ସାହାଯ୍ଯରେ ଆପଣ ନିଜ ସମସ୍ତ ଖାସ୍ ଚାଟ୍କୁ ବ୍ଲକ କରିପାରିବେ। ଏହା ଖୋଲିବା ପରେ ପାସୱାର୍ଡ ସେଟ୍ କରନ୍ତୁ। ଆପ୍ ଖୋଲିବା ପରେ + ସାଇନ ଦେଖିବାକୁ ମିଳିବ। ତା’ ଉପରେ କ୍ଲିକ କରନ୍ତୁ। ଏବେ ଆପଣଙ୍କ ହ୍ବାଟସଆପ୍ ପେଜ ଖୋଲିବ। ଯେଉଁ ଚାଟ୍କୁ ପ୍ରାଇଭେଟ ରଖିବାକୁ ଚାହୁଁଛନ୍ତି, ତାହାକୁ ବାଛି ନେଇ ଚାଟ୍ ଲକ୍ କରନ୍ତୁ।

ନୂଆ ସେଟିଂ କରିବା ପରେ ହ୍ବାଟସଆପ୍ ଲକ୍ ଚାଟ୍ ଖୋଲିବାକୁ ଚାହିଁବେ, ତେବେ ପାସୱାର୍ଡ ମାଗିବାକୁ ହେବ। ବିନା ପାସୱାର୍ଡରେ ଏହି ଚାଟ୍ ଖୋଲିବ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.