ଏଣିକି ଆପଣ ନିଜ ଟିଭିରେ କରିପାରିବେ ଭିଡିଓ କଲ୍‌ , କେମିତି କରିବେ ଜାଣନ୍ତୁ ପ୍ରୋସେସ୍‌

ଏବେ ଆପଣ ନିଜ ଟିଭିରୁ ଭିଡିଓ କଲ୍‌ କରିପାରିବେ। ହଁ, ଆଜ୍ଞା ଆପଣ ଆପଣଙ୍କ ଟିଭିରେ କରିପାରିବେ ଭିଡିଓ କଲ୍‌। ଜିଓ ଫାଇବର ୟୁଜର୍ସଙ୍କ ପାଇଁ ଖୁସିଖବର। ଜିଓ ନିଜ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଏକ ଖାସ୍‌ ଫିଚର ଲଞ୍ଚ୍‌ କରିଛି, ଯାହାର ନାଁ ହେଉଛି କ୍ୟାମେରା ଅପ୍‌ ମୋବାଇଲ (Camera On Mobile)। ଏହି ଫିଚର ସାହାଯ୍ୟରେ ଏବେ ଆପଣ ଆପଣଙ୍କ ସ୍ମାର୍ଟ ଟିଭିରେ ଭିଡିଓ କଲ୍‌ କରିପାରିବେ। ସବୁଠୁ ଖାସ୍‌ କଥା ହେଉଛି ଯେ ଭିଡିଓ କଲିଙ୍ଗ୍‌ କରିବା ପାଇଁ ଆପଣଙ୍କୁ ୱେବକ୍ୟାମର ଆବଶ୍ୟକତା ପଡିବନି।

ଜିଓ ଲଞ୍ଚ୍‌ କରିଥିବା କ୍ୟାମେରା ଅନ୍‌ ମୋବାଇଲ୍‌ ଫିଚର ଜିଓଜଏନ୍‌ ଆପରେ ଉପଲବ୍ଧ ଅଛି। ଏହି ଫିଚର ୟୁଜର୍ସଙ୍କ ଫୋନ କ୍ୟାମେରାରେ ଭିଡିଓ କଲ୍‌ ପାଇଁ ଏକ ଇନପୁଟ ଡିଭାଇସ୍‌ ଭାବରେ ଉପଯୋଗ କରିବାର ସୁବିଧା ଦେଇଛି। ଜିଓଫାଇବର ଭଏସ୍‌ ମାଧ୍ୟମରେ ଆପଣ ଭିଡିଓ କଲ୍‌ କରିପାରିବେ। ଏହାବ୍ୟତୀତ ୟୁଜର୍ସ ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରି ମଧ୍ୟ JioJoin ଆପ୍‌ ଜରିଆରେ ଭଏସ୍‌ କଲ୍‌ କରିପାରିବେ।

ଏବେ ଆସନ୍ତୁ ଜାଣିବା ଏହି ଭିଡିଓ କଲ୍‌ ଆପଣ କେମିତି କରିବେ

  • ସ୍ମାର୍ଟ ଟିଭି ଜରିଆରେ ଭିଡିଓ କଲ୍‌ କରିବା ପାଇଁ ଆପଣଙ୍କୁ JioJoin ଆପକୁ ଯାଇ ନିଜ ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଏଣ୍ଟର କରି ସାଇନ୍‌ ଇନ୍‌ କରିବାକୁ ହେବ।
  • ଏହାପରେ ଆପରେ ଦେଖାଯାଉଥିବା ‘କ୍ୟାମେରା ଅନ୍‌ ମୋବାଇଲ’ ଫିଚରକୁ ଅନ୍‌ କରିବାକୁ ହେବ।
  • ଏବେ ଆପଣ ନିଜ ଫୋନର କ୍ୟାମେରାକୁ ୱେବକ୍ୟାମ୍‌ ଭାବେ ବ୍ୟବହାର କରି ସ୍ମାର୍ଟ ଟିଭି ଜରିଆରେ ଭିଡିଓ କଲ୍‌ କରିପାରିବେ।
  • ଜିଓ ଫାଇବର ଭିଡିଓକୁ କ୍ଲିୟର କରିବା ପାଇଁ ଓ୍ଵାଇ-ଫାଇ ବ୍ୟାଣ୍ଡର ବ୍ୟବହାର କରିବାକୁ ପରାମର୍ଶ ଦେଇଛି।
video call
image courtesy : gadgets360

ନିକଟରେ ସାଓମି ଏବଂ ଓ୍ଵାନପ୍ଲସ ଭଳି କମ୍ପାନୀଗୁଡିକ ଟିଭିରେ କଲିଙ୍ଗ୍‌ କରିବା ପାଇଁ ୱେବକ୍ୟାମ୍‌ ଲଞ୍ଚ୍‌ କରିଛନ୍ତି। କିନ୍ତୁ ଜିଓ ତାର ୟୁଜର୍ସଙ୍କୁ ଏହି ସୁବିଧା ପୂର୍ବରୁ ହିଁ ଦେଇସାରିଛି। ୱେବକ୍ୟାମ୍‌ ଭାବରେ ମୋବାଇଲ କ୍ୟାମେରାକୁ ଟିଭିରେ ବ୍ୟବହାର କରିବାର ସୁବିଧା ଦେଇଛି ଜିଓ, ଯାହା ସବୁଠୁ ବଡ କଥା। ଏମିତିରେ ଜିଓ ଫାଇବର ଗ୍ରାହକଙ୍କୁ ଆଉ ଅଲଗା ଭାବରେ ୱେବକ୍ୟାମ୍‌ କିଣିବାର ଆବଶ୍ୟକ ପଡିବନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଜିଓ ନିକଟରେ ନିଜ ୱେବ ବ୍ରାଉଜର ଜିଓ ପେଜ ପାଇଁ ଷ୍ଟେଡି ମୋଡ୍‌ ଫିଚର ଲଞ୍ଚ୍‌ କରିଥିଲା। ଏହି ଫିଚର ଆକ୍ଟିଭ୍‌ ହେବା ପରେ ପାଠପଢ଼ା ସମୟରେ ଛାତ୍ରଛାତ୍ରୀଙ୍କର ଧ୍ୟାନ ପଢ଼ାରୁ ହଟିବନାହିଁ। କମ୍ପାନୀ ଦାବି କରିଛି ଯେ ଏହି ଫିଚର ୟୁଜର୍ସଙ୍କର ବହୁତ କାମରେ ଆସିବ। ଜିଓର ନୂଆ ଫିଚର ବିଷୟରେ କହିବା ତ ଷ୍ଟେଡି ମୋଡ୍‌ ନିଜ ୟୁଜର୍ସଙ୍କ କ୍ଲାସ୍‌ ହିସାବରେ କଣ୍ଟେଣ୍ଟ ଉବଲବ୍ଧ କରିଥାଏ। ଏଥିରେ ୟୁଜର୍ସଙ୍କୁ ସବଜେକ୍ଟର ଅନୁରୂପ ଭିଡିଓ ଚ୍ୟାନେଲ ଚୟନ କରିବାକୁ ପରାମର୍ଶ ମିଳିଥାଏ। ୟୁଜର୍ସ ଏହି ଚ୍ୟାନେଲକୁ ନିଜ ମନପସନ୍ଦ କ୍ୟାଟେଗୋରୀରେ ଯୋଡି ପାରିବେ। ଏହାବ୍ୟତୀତ ଏଜୁକେସନ ୱେବସାଇଟ୍ସ ଲିଙ୍କ୍‌ ଦିଆଯାଉଛି, ଯାହାଦ୍ୱାରା ୟୁଜର୍ସ ସିଧାସଳଖ ସେହି ୱେବସାଇଟକୁ ଯାଇ ପାରିବେ। ଯେମିତି ଗୁଗଲ ସର୍ଚ୍ଚ କରି ତାଙ୍କର ସମୟ ନଷ୍ଟ ନହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.