ଏବେ ମୋବାଇଲ ନମ୍ବର ଭଳି ପୋର୍ଟ କରିପାରିବେ କାର ନମ୍ବର

ଏବେ ମୋବାଇଲ ନମ୍ବର ଭଳି କାର ନମ୍ବରକୁ ମଧ୍ୟ ପୋର୍ଟ କରାଯାଇପାରିବ। ଉତ୍ତରପ୍ରଦେଶର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଏହି ନିୟମକୁ ଅନୁମୋଦନ କରିଛନ୍ତି। ଏହି ନିୟମକୁ ପ୍ରଥମ ପର୍ଯ୍ୟୟରେ ଦିଲ୍ଲୀ, ଚଣ୍ଡିଗଡ ଏବଂ ମହାରାଷ୍ଟ୍ରରେ ଆରମ୍ଭ କରାଯାଇଛି। ଖୁବ ଶୀଘ୍ର ଏହି ନିୟକୁ ସଂପୂର୍ଣ୍ଣ ଦେଶରେ ଲାଗୁ କରାଯାଇପାରେ ବୋଲି ଶୁଣିବାକୁ ମିଳିଛି।

ରିପୋର୍ଟ ମୁତାବକ, ଏହି ବ୍ୟବସ୍ଥା ବିଲକୁଲ ମୋବାଇଲ ପୋର୍ଟାବଲ ଭଳି । ଏଥିରେ ଯଦି ଆପଣ ପୁରୁଣା କାରକୁ ବିକ୍ରି କରିଦେଇଛନ୍ତି ତେବେ ସେହି ନମ୍ବରକୁ ପୁଣିଥରେ ନିଜର ନୂଆକାରରେ ବ୍ୟବହାର କରିପାରିବେ। ତେବେ ଟ୍ରାନ୍ସପୋର୍ଟ ବିଭାଗ ଏହି ନିୟମକୁ ଖୁବ ଶୀଘ୍ର ଲାଗୁ କରିବା ନେଇ ପ୍ରୟାସ କରୁଛି।

ଆଧିକାରୀକ ଭାବେ ଏହି ନିୟମ ଲାଗୁ ହେବା ପରେ ଯେକୌଣସି ଗ୍ରାହକ ନିଜ ପୁରୁଣା ନମ୍ବରକୁ ନୂଆ ଗାଡିରେ ବ୍ୟବହାର କରିପାରିବେ। ଯଦି ସେ ଗାଡିକୁ ବିକ୍ରି କରିଦେଇଥିବେ ତେବେ ମଧ୍ୟ ଏହି ନିୟମ ଲାଗୁ କରି ସେହି ନମ୍ବରକୁ ବ୍ୟବହାର କରିପାରିବେ। ଏହି ସେବା ସମସ୍ତ ପ୍ରକାରର ବାହାନ ପାଇଁ ଲାଗୁ ହେବ। ଏପରିକି ଏଥିରେ ଗୋଟିଏ ଶ୍ରେଣୀରୁ ଅନ୍ୟ ଏକ ଶ୍ରେଣୀକୁ ମଧ୍ୟ ଟାନ୍ସଫର କରାଯାଇପାରିବ।

car and bike

ପୋର୍ଟାବିଲିଟି ପାଇଁ ଖର୍ଚ୍ଚ ହେବ କେତେ ଟଙ୍କା

ଗ୍ରାହକ ନିଜର ସ୍କୁଟର ଏବଂ ମୋଟରସାଇକେଲର ନମ୍ବରକୁ ମଧ୍ୟ କାର ନମ୍ବରରେ ପରିବର୍ତ୍ତନ କରି ପାରିବେ। ତେବେ ଏଥିରେ ଖର୍ଚ୍ଚ ହେବାକୁ ଥିବା ଟଙ୍କାର କୌଣସି ଆଧିକାରୀକ ସୂଚନା ମିଳିନାହିଁ। କିନ୍ତୁ କିଛି ବିଶେଷ ସୂଚନାରୁ ଜଣାପଡିଛି ବାହାନ ରେଜିଷ୍ଟେସନ୍ ନମ୍ବରକୁ ପୋର୍ଟାବିଲିଟି କରିବା ପାଇଁ ଦୁଇଚକିଆ ଯାନରେ ୨୦ ହଜାର ପର‌୍ୟ୍ୟନ୍ତ ଖର୍ଚ୍ଚ ହେବାର ସମ୍ଭାବନା ରହିଥିବା ବେଳେ ଚାରି ଚକିଆ ଯାନରେ ପାଖାପାଖି ୫୦ହଜାର ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ତେବେ ଏହି ସମ୍ବନ୍ଧିୟ କୌଣସି ଆଧିକାରୀକ ସୂଚନା ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.