ହ୍ବାଟସଆପରେ ଏବେ ମେସେଜ ପଠାଇ କରିପାରିବେ ରିଚାର୍ଜ ଏବଂ ବିଲ୍ ପେମେଣ୍ଟ, ଏହି କମ୍ପାନୀ ଆଣିଲା ସୁବିଧା

ଭାରତର ୩ୟ ସବୁଠାରୁ ବଡ ଟେଲିକମ୍ କମ୍ପାନୀ ଭୋଡାଫୋନ-ଆଇଡିଆ(VI) ୟୁଜର୍ସଙ୍କ ପାଇଁ ଖୁସି ଖବର। କମ୍ପାନୀ ନିକଟରେ ନୂଆ ଡିଜିଟାଲ ପେମେଣ୍ଟ ସର୍ଭିସ ଆରମ୍ଭ କରିଛି। ଏହା ଦ୍ବାରା ପ୍ରିପେଡ ଏବଂ ପୋଷ୍ଟପେଡ ୟୁଜର୍ସ ହ୍ବାଟସଆପରେ ଫୋନ ରିଚାର୍ଜ ଏବଂ ବିଲ ପେମେଣ୍ଟ ଭଳି କାମ କରିପାରିବେ।

ଏପର୍ଯ୍ଯନ୍ତ ଗ୍ରାହକଙ୍କ ପାଖରେ Vi ଆପ୍, ପେଟିଏମ ଏବଂ ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ଲାଟଫର୍ମ ସହିତ ଅଫଲାଇନ ରିଚାର୍ଜ କରିବାର ସୁବିଧା ରହିଥିଲା। କିନ୍ତୁ ଭୋଡାଫୋନ-ଆଇଡିଆର ଏହି ନୂଆ ଘୋଷଣା ପରେ ୟୁଜର୍ସ ଏବେ ହ୍ବାଟସଆପର ନୂଆ ସର୍ଭିସ ହ୍ବାଟସଆପ ପେମେଣ୍ଟ ଜରିଆରେ ରିଚାର୍ଜ ଏବଂ ବିଲ୍ ପେମେଣ୍ଟ ମଧ୍ୟ କରିପାରିବେ।

wa
Photo credit: Whatsapp

କମ୍ପାନୀ କହିବାମୁତାବକ, ଏହି ଡିଜିଟାଲ ପେମେଣ୍ଟ ସର୍ଭିସରେ ଭର୍ଚୁଆଲ ଏଜେଣ୍ଟ VIC କୌଣସି ମଧ୍ୟ ପେମେଣ୍ଟ ଗେଟୱେରୁ ଟ୍ରାଞ୍ଜାକସନ କରିବାରେ ସକ୍ଷମ। ଯେଉଁଥିରେ UPI ଟ୍ରାଞ୍ଜାକ୍ସନ ମଧ୍ୟ ସାମିଲ।

ଯେଉଁ ଗ୍ରାହକ VIC ବ୍ଯବହାର କରୁଛନ୍ତି, ସେମାନେ ଏସଏମଏସ ଜରିଆରେ ବିଲ୍ ପେମେଣ୍ଟ ଏବଂ ରିଚାର୍ଜ ପାଇଁ ଏକ ଲିଙ୍କ ମିଳିବ, କଷ୍ଟମର କେବଳ ୨ଟି କ୍ଲିକରେ କୌଣସି ପ୍ରିପେଡ ପ୍ଯାକରୁ ନିଜ ଫୋନର ରିଚାର୍ଜ କରିପାରିବେ। ଏହି ସୁବିଧା କେବଳ Vi ଯୋଗାଉଛି। ଏଥିରେ ଗ୍ରାହକ ବିଲ୍ ପେମେଣ୍ଟ, ରିଚାର୍ଜ ପ୍ଲାନ, ପ୍ଲାନ ଆକ୍ଟିଭେସନ, କନେକ୍ସନ, ଡାଟା ବାଲାନ୍ସ, ବିଲ୍ ରିକ୍ବେଷ୍ଟ ଭଳି ଅନେକ ସୁବିଧା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.