ଏବେ ଫୋନରେ ସିଡ୍ୟୁଲ କରିପାରିବେ SMS, ଜାଣନ୍ତୁ କେମିତି

ଅନେକ ଥର ୟୁଜର୍ସ SMS ମେସେଜ୍‌ ପଛରେ ପଠାଇବେ ଭାବି ଭୁଲି ଯାଇଥାନ୍ତି। ଏନେଇ ୟୁଜର୍ସଙ୍କର ଏହି ସମସ୍ୟା ସାମାଧାନ କରିବା ପାଇଁ ଗୁଗୁଲ୍‌ ମେସେଜ୍‌ ପାଇଁ ନୂଆ ଫିଚର ଲଞ୍ଚ କରିଛି। ଗୁଗଲ୍‌ ମେସେଜିଂ ଆପ୍‌ ରେ ମିଳୁଥିବା ଲାଟେଷ୍ଟ ଫିଚର ସାହାଯ୍ୟରେ ୟୁଜର୍ସ ନିଜର SMS ସିଡ୍ୟୁଲ୍‌ କରିପାରିବେ। ରିପୋର୍ଟ ଅନୁଯାୟୀ ଗୁଗଲ୍‌ ର ସିଡ୍ୟୁଲ SMS ଫିଚର କିଛି ୟୁଜର୍ସଙ୍କ ପାଇଁ ସେଲଆଉଟ୍‌ କରାଯାଉଛି। ମେସେଜ୍‌ ଟାଇପ୍‌ କରିବା ପରେ ୟୁଜର୍ସ ନିଜେ ଡେଟ୍‌ ଏବଂ ଟାଇମ୍‌ ମଧ୍ୟ ଚୟନ କରିପାରିବେ।

ଗୁଗଲ୍‌ ଫିଚର୍‌ ସାହାଯ୍ୟରେ ୟୁଜର୍ସଙ୍କୁ ପ୍ରି-ଡିଫାଇନ୍ଡ ସିଡ୍ୟୁଲିଂ ଟାଇମ୍‌ ଚୟନ କରିପାରିବେ କିମ୍ବା ପୁଣି ଥରେ କଷ୍ଟମ୍‌ ଡେଟ୍‌ ଏବଂ ଟାଇମ୍‌ ସେଟ୍‌ କରିପାରିବେ। ଏନେଇ ଟ୍ଵିଟର ୟୁଜର ସାଇ ରେଡ୍ଡୀ ମାଇକ୍ରୋବ୍ଲଗିଂଗ ସାଇଟ୍‌ ଟ୍ଵିଟରରେ ନୂଆ ଫିଚର୍‌ ସହ ଚିତ୍ର ମଧ୍ୟ ସେୟାର କରିଛନ୍ତି। ସିଡ୍ୟୁଲ ମେସେଜ୍‌ ଫିଚର୍‌ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ମେସେଜ୍‌ ଟାଇପ୍‌ କରିବା ପରେ Send ବଟନ୍‌ ରେ ଟ୍ୟାପ୍‌ କରି ହୋଲ୍ଡ କରିବାକୁ ହେବ। ଏହାପରେ ନୂଆ ସିଡ୍ୟୁଲ୍‌ ମେସେଜ୍‌ ଅପ୍ସନ୍‌ ଦେଖିବାକୁ ପାଇବେ।

sms1ଏପରି ସିଡ୍ୟୁଲ କରିବେ SMS

ଯଦି ଆପଣ ପୂର୍ବରୁ ସେଟ୍‌ କରିଥିବା ଟାଇମ୍‌ ରେ ମେସେଜ୍‌ ପଠାଇବାକୁ ଚାହୁଁନାହାନ୍ତି କିମ୍ବା ଅନ୍ୟ କୌଣସି ଦିନ ପଠାଇବାକୁ ଚାହୁଁଚନ୍ତି ତେବେ ଡେଟ୍‌ ଏବଂ ଟାଇମ୍‌ କୁ କଷ୍ଟମାଇଜ୍‌ କରି ଏପରି କରିପାରିବେ। ଏହାପରେ ମେସେଜ୍‌ କୁ ସିଡ୍ୟୁଲ କରିବା ପାଇଁ ଆପଣଙ୍କୁ Save ରେ କ୍ଲିକ୍‌ କରିବାକୁ ପଡିବ। ଯଦି ଆପଣ କୌଣସି ସିଡ୍ୟୁଲ୍‌ କରିଥିବା ମେସେଜ୍‌ କୁ ଏଡିଟ୍‌ କରିବା କିମ୍ବା ବଦଳାଇବା ପାଇଁ ଚାର୍ହୁଛନ୍ତି ତେବେ ମେସେଜ୍‌ ଟ୍ୟାପ୍‌ କରିବା ପରେ ଏକ ପପ୍‌-ଅପ୍‌ ମେନୁ ଓପନ ହେବ ଏବଂ ଏଠାରେ ମେସେଜ୍‌ ଅପଡେଟ୍‌ କରିବା ପରେ ତୁରନ୍ତ ସେଣ୍ଡ ଏବଂ ଡିଲିଟ୍‌ ର ଅସ୍ପନ ମଧ୍ୟ ପାଇପାରିବେ।

sms2ସୂଚନା ମୁତାବକ ଏହି ଫିଚର୍‌ ସମସ୍ତ ୟୁଜର୍ସଙ୍କ ପାଇଁ ସେଲଆଉଟ୍‌ କରାଯାଇନାହିଁ। ଏହାର ଅର୍ଥ କମ୍ପାନୀ କେବଳ କିଛି ୟୁଜର୍ସଙ୍କ ସହ ଏହି ଫିଚର୍ସ ଟେଷ୍ଟ କରୁଛି। ଏହି ଟେଷ୍ଟିଂ ପୁରା ହେବା ପରେ ଆଗାମୀ କିଛି ସପ୍ତାହ ମଧ୍ୟରେ ବାକି ୟୁଜର୍ସଙ୍କ ପାଇଁ ଏହି ଫିଚର୍‌ ସେଲଆଉଟ୍‌ କରାଯିବ। XDA ଡେଭେଲପର୍ସଙ୍କୁ Google Messages APK ଏହି କୋଡ୍‌ ସହ ମିଳିସାରିଛି। ଏଥିସହ ଗୁଗଲ୍‌ ୟୁଜର୍ସଙ୍କୁ ମେସେଜ୍‌ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ଷ୍ଟାର୍ଟ କରିବା ପାଇଁ ଅପ୍ସନ ମଧ୍ୟ ଦେଇଛି।

Leave A Reply

Your email address will not be published.