ଏବେ ଆପଣ ଟ୍ରାନ୍ସଲେଟ୍ କରିପାରିବେ ଇମେଲ୍! ଫଲୋ କରନ୍ତୁ ଏହି ୪ଟି ଟିପ୍ସ

Gmail ମାଧ୍ୟମରେ ଆପଣ ପ୍ରତିଦିନ ଆପଣ ଅନେକ ଇମେଲ୍ ପଠାଇପାରୁଛନ୍ତି ଏବଂ ପଢି ମଧ୍ୟ ପାରୁଛନ୍ତି । ଅନେକ ଥର ଏହି ଇମେଲଗୁଡିକ ଇଂରାଜୀ, ହିନ୍ଦୀ କିମ୍ବା ଅନ୍ୟ କିଛି ଭାଷାରେ ଥାଏ । ଯଦି ଏଗୁଡିକ ହିନ୍ଦୀ କିମ୍ବା ଇଂରାଜୀରେ ଅଛି, ତେବେ ସେଗୁଡିକ ପଢିବାରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ, କିନ୍ତୁ ଯେତେବେଳେ ଇମେଲ୍ ହିନ୍ଦୀ କିମ୍ବା ଇଂରାଜୀ ବ୍ୟତୀତ ଅନ୍ୟ କୌଣସି ତୃତୀୟ ଭାଷାରେ ଥାଏ, ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ, କିନ୍ତୁ ଏବେ ଆପଣଙ୍କ ଏହି ସମସ୍ୟାର ସମାଧାନ ଆସିଯାଇଛି ।
ଏଠାରେ ଆମେ ଆପଣଙ୍କୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ମୋବାଇଲରେ ବ୍ୟବହୃତ Gmail ର ଏକ ଫିଚର୍ସ ବିଷୟରେ କହୁଛୁ, ଯାହାକୁ ଆପଣ ୧୦୦ ରୁ ଅଧିକ ଭାଷାରେ ଟ୍ରାନ୍ସଲେଟ୍ କରି ଯେକୌଣସି ଭାଷାର ଇମେଲ ପଢିପାରିବେ ଏବଂ ଏହା କରିବାକୁ ଆପଣଙ୍କୁ କିଛି ସେକେଣ୍ଡ ସମୟ ଲାଗିବ । ତେବେ ଆସନ୍ତୁ Gmail ର ଏହି ଫିଚର୍ସ ବିଷୟରେ ଜାଣିବା ।
ମଲ୍ଟି ଲାଙ୍ଗୁଏଜ୍ ଟ୍ରାନ୍ସଲେଟ୍ ଫିଚର୍:
ଡେସ୍କଟପ୍ ଭର୍ସନ୍ ପାଇଁ ଗୁଗୁଲ୍ ଏହି ଫିଚର୍କୁ ବହୁ ପୂର୍ବରୁ ରୋଲଆଉଟ୍ କରିଥିଲା, କିନ୍ତୁ ଯେତେବେଳେ Gmail ଏହାକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ରୋଲଆଉଟ୍ କରିଲା, ଏଥିରେ ଆପଣ ଯେକୌଣସି ଭାଷାର ମେଲକୁ ୧୦୦ ରୁ ଅଧିକ ଭାଷାରେ ଟ୍ରାନ୍ସଲେଟ୍ କରିପାରିବେ ।
Gmail ଆପରେ କିପରି କରିବେ ଇମେଲ୍ ଟ୍ରାନ୍ସଲେଟ୍:
-Gmail ଆପ୍ ଖୋଲନ୍ତୁ । ଏହା ପରେ ଆପଣ ସେହି ଇମେଲକୁ ଯାଆନ୍ତୁ ଯାହାକୁ ଆପଣ ଟ୍ରାନ୍ସଲେଟ୍ କରିବାକୁ ଚାହୁଁଛନ୍ତି ।
-ଇମେଲର ଉପର ଡାହାଣ ପାର୍ଶ୍ୱରେ ଥିବା ତିନୋଟି ବିନ୍ଦୁ ଉପରେ ଟ୍ୟାପ୍ କରନ୍ତୁ ।
-ତା’ପରେ ଟ୍ରାନ୍ସଲେଟ୍ ଉପରେ ଟ୍ୟାପ୍ କରନ୍ତୁ ।
-ବର୍ତ୍ତମାନ ଯେଉଁ ଭାଷାରେ ଆପଣ ଇମେଲ୍ ଟ୍ରାନ୍ସଲେଟ୍ କରିବାକୁ ଚାହୁଁଛନ୍ତି ସେହି ଭାଷା ଚୟନ କରନ୍ତୁ ।
-ଏହାପରେ ଇମେଲକୁ ନୂତନ ଭାଷାରେ ଟ୍ରାନ୍ସଲେଟ୍ କରନ୍ତୁ । ଏହା ପରେ ମେଲ୍ ଆପଣଙ୍କ ଭାଷାରେ ଦେଖାଯିବ ।
କିପରି ବ୍ୟବହାର କରିବେ ନୂଆ Gmail ଟ୍ରାନ୍ସଲେଟ୍ ଫିଚର୍:
ଟ୍ରାନ୍ସଲେଟ୍ ଫିଚର୍ ବର୍ତ୍ତମାନ ବିଟା ପର୍ଯ୍ୟାୟରେ ଅଛି । ଏହାର ଅର୍ଥ ହେଉଛି ଏହା ଡେଭଲପମେଣ୍ଟ ଫେଜରେ ଅଛି । ମନେରଖନ୍ତୁ ଯେ ଏହି ଟ୍ରାନ୍ସଲେଟ୍ ସମ୍ପୂର୍ଣ୍ଣ ସଠିକ୍ ହୋଇନପାରେ । ବିଶେଷକରି ଆଇନଗତ ଏବଂ ଟେକନିକାଲ୍ ଦଲିଲ ପାଇଁ ଏହା ସମ୍ପୂର୍ଣ୍ଣ ସଠିକ୍ ନୁହେଁ । ଏହି ଫିଚର୍ ଆପଣଙ୍କୁ ଏକ ସମୟରେ କେବଳ ଗୋଟିଏ ଇମେଲ୍ ଟ୍ରାନ୍ସଲେଟ୍ କରିବାକୁ ଅନୁମତି ଦିଏ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଅନ୍ୟ ଭାଷାରେ ଅନେକ ଇମେଲ୍ ଅଛି, ତେବେ ଆପଣଙ୍କୁ ସେଗୁଡ଼ିକୁ ପୃଥକ ଭାବରେ ଅନୁବାଦ କରିବାକୁ ପଡିବ । ସଠିକ୍ ଅନୁବାଦ ଏବଂ ଏହି ଫିଚର୍ ସଠିକ୍ ଭାବରେ ବ୍ୟବହାର ପାଇଁ କିଛି ସମୟ ନେଇପାରେ ।