ଡେବିଟ କାର୍ଡ ଆଣିବାକୁ ଭୁଲିଗଲେ, ଚିନ୍ତା କରନ୍ତୁ ନାହିଁ ଏବେ ଏମିତି ଏଟିଏମରୁ ବାହାର କରିପାରିବେ ପଇସା, ଜାଣନ୍ତୁ କିପରି ?

ପ୍ରତିଦିନ ଟେକ୍ନୋଲୋଜି ସହିତ ଜୀବନ ମଧ୍ୟ ପରିବର୍ତ୍ତନ ହେଉଛି। ଦିନକୁ ଦିନ ନୂଆ ନୂଆ ଜ୍ଞାନକୌଶଳର ଉଦ୍ଭାବନ ହେଉଛି। ମଣିଷ ବି ଏମିତି ଜିନିଷ ସହିତ ଖାପଖୁଆଇ ଚଳିଗଲାଣି। ଏହିସବୁ ଜିନିଷ ଆମକୁ କେତେକ ମାତ୍ରାରେ ସୁବିଧା ଦେଉଥିବା ସ୍ଥଳେ ଆଉ କେତେକ କ୍ଷେତ୍ରରେ ହଇରାଣରେ ପକାଉଛି।

କିନ୍ତୁ କେବେ ଭାବିଛନ୍ତି କି ବିନା କାର୍ଡରେ କେମିତି ଏଟିଏମରୁ ପଇସା ଉଠାଇପାରିବେ। ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ଏବେ ବହୁତ ଜଲଦି ବିନା ଡେବିଟ କାର୍ଡରେ ମଧ୍ୟ ଏଟିଏମରୁ ପଇସା ଉଠାଇପାରିବେ। ଏଟିଏମ୍ ପ୍ରସ୍ତୁତ କରିଥିବା କମ୍ପାନୀ NCR କର୍ପୋରେସନ UPI ପ୍ଲାଟଫର୍ମ ବେସଡ ଦେଶର ପ୍ରଥମ ଇଣ୍ଟରଓପରେବଲ କାର୍ଡଲେସ କ୍ଯାସ ଉଇଥଡ୍ରାଲ ସଲ୍ଯୁସନ ଲଞ୍ଚ କରିଛି। ଯାହା ପରେ ଆପଣ ATM ରେ ଲାଗିଥିବା QR କୋର୍ଡରୁ UPI ଜରିଆରେ ପଇସା ବାହାର କରିପାରିବେ।

atm1

UPI ଜରିଆରେ କ୍ଯାସ ବାହାର କରିବା ପାଇଁ ଏଟିଏମ ଇନଷ୍ଟଲ କରିବା ପାଇଁ ସିଟି ୟୁନିଅନ ବ୍ଯାଙ୍କ ଏବଂ NCR କର୍ପୋରେସନ ମଧ୍ୟରେ କଥାବାର୍ତ୍ତା ହୋଇଛି। ବ୍ଯାଙ୍କ ଏପର୍ଯ୍ଯନ୍ତ ୧୫୦୦ରୁ ଅଧିକ ଏଟିଏମ ସହିତ ଏହି ସୁବିଧାକୁ ଅପଗ୍ରେଡ କରିଛି।

ଜାଣନ୍ତୁ କେମିତି କାଢିବେ ପଇସା…

UPI ଜରିଆରେ ପଇସା ବାହାର କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ଫୋନରେ କୌଣସି UPI ଆପ୍ ଓପନ କରିବାକୁ ପଡିବ।

ତା’ ପରେ ଏଟିଏମ ସ୍କ୍ରିନରେ ଲାଗିଥିବା QR କୋଡକୁ ସ୍କାନ କରିବାକୁ ହେବ।

ଏହା କରିବା ପରେ ଯେତିକି ପଇସା ଦରକାର ଫୋନରେ ସେତିକି ପଇସା ଏଣ୍ଟର କରନ୍ତୁ।

କିନ୍ତୁ ଧ୍ୟାନ ରଖନ୍ତୁ ଯେ, ଥରକେ ସର୍ବାଧିକ ୫ ହଜାର ଟଙ୍କା ହିଁ କାଢିପାରିବେ।

ତା’ ପରେ ପ୍ରୋସିଡ ବଟନ ଉପରେ କ୍ଲିକ କରନ୍ତୁ।

ଏହାପରେ ୪ ଅଙ୍କ କିମ୍ବା ୬ ଅଙ୍କ ବିଶିଷ୍ଟ UPI ପିନ୍ ଦିଅନ୍ତୁ।

ଏହାସବୁ କରିବା ପରେ ଏଟିଏମରୁ ଆପଣଙ୍କୁ ପଇସା ମିଳିଯିବ।

Leave A Reply

Your email address will not be published.