ଏଣିକି ରାସ୍ତାରେ ଯିବା ସମୟରେ ଚାର୍ଜ ହେବ ଆପଣଙ୍କ ଇଲେକ୍ଟ୍ରିକ୍ ଗାଡ଼ି, ଆରମ୍ଭ ହେଲା ଦୁନିଆର ପ୍ରଥମ ମୋଟରୱେ

ଏବେ ରାସ୍ତାରେ ଚାଲିବା ସମୟରେ ଚାର୍ଜ ହେବ ଆପଣଙ୍କ ଗାଡ଼ି । ହଁ ଆଜ୍ଞା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ପ୍ରସ୍ତୁତ ହୋଇଯାଇଛି ଦୁନିଆର ପ୍ରଥମ ମୋଟରୱେ । ଯେଉଁ ରାସ୍ତାରେ ଯିବା ସମୟରେ ଗାଡି ମନକୁ ମନ ଚାର୍ଜ ହେବ । ଆଜିକାଲି ସାରା ବିଶ୍ୱରେ ଅନେକ ନୂଆ ଇନୋଭେସନ୍ ଦେଖାଯାଉଛି । ଯାହାଦ୍ୱାରା ଆମ ଜୀବନର ଅନେକ ସ୍ୱପ୍ନ ବାସ୍ତବତାରେ ପରିଣତ ହେବାକୁ ଯାଉଛି । ଏଣିକି ହାଇ-ସ୍ପିଡ୍ ହାଇୱେରେ ଇଲେକ୍ଟ୍ରିକ୍ କାରଗୁଡ଼ିକୁ ଚାର୍ଜ କରାଯିବ । ଆମେ କୌଣସି କାଳ୍ପନିକ କାହାଣୀ ନୁହେଁ ବାସ୍ତବତା କହୁଚୁ ।

ପ୍ରକୃତରେ, ଫ୍ରାନ୍ସରେ ବିଶ୍ୱର ପ୍ରଥମ ମୋଟରୱେ ଆରମ୍ଭ ହୋଇଯାଇଛି । ଯାହା ରାସ୍ତାରେ ଯିବା ଆସିବା କରୁଥିବା ଯାନଗୁଡ଼ିକୁ ୱାୟରଲେସ ଭାବରେ ଚାର୍ଜ କରେ । ଏହିପରି ଭାବରେ, ରାସ୍ତାଗୁଡ଼ିକ ନିଜେ ଶକ୍ତିର ଉତ୍ସ ଭାବରେ କାର୍ଯ୍ୟ କରିବ । ଫ୍ରାନ୍ସ ଡାଇନାମିକ୍ ୱାୟରଲେସ ଚାର୍ଜିଂ ସିଷ୍ଟମ ସହ ସଜ୍ଜିତ ବିଶ୍ୱର ପ୍ରଥମ ମୋଟରୱେ ଆରମ୍ଭ କରିଛି । ଏହା ଇଲେକ୍ଟ୍ରିକ ଗାଡ଼ିଗୁଡ଼ିକୁ ଯାତ୍ରା ସମୟରେ ଚାର୍ଜ କରିବାକୁ ଅନୁମତି ଦିଏ । ଯାହା ଦ୍ୱାରା ଚାର୍ଜିଂ ଷ୍ଟେସନରେ କାର କିମ୍ବା ଟ୍ରକ୍ ଅଟକାଇବାର ଆବଶ୍ୟକତାକୁ ଦୂର କରେ ।

ଏହି ଟେଷ୍ଟିଙ୍ଗ ପ୍ୟାରିସରୁ ପ୍ରାୟ ୪୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ A10 ମୋଟରୱେରେ ଆରମ୍ଭ କରାଯାଇଛି । ଅନେକ ସଂଗଠନ ମିଳିତ ଭାବରେ Charge As You Drive ନାମକ ଏକ ପ୍ରୋଜେକ୍ଟ ବିକଶିତ କରିଛନ୍ତି । ଫ୍ରାନ୍ସର A10 ମୋଟରୱେ ୧. ୫ କିଲୋମିଟର ଲମ୍ବା ଏବଂ ରାସ୍ତା ମଧ୍ୟରେ କଏଲଗୁଡ଼ିକୁ ସ୍ଥାପିତ କରାଯାଇଛି । ଏହି କଏଲଗୁଡ଼ିକ ଦେଇ ଯାଉଥିବା ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକ ଯାତାୟାତ କରିବା ସମୟରେ ଚାର୍ଜ ହେବ । ଏହି ଟେକ୍ନୋଲୋଜି ଟେଷ୍ଟିଙ୍ଗ ସମୟରେ ସଫଳ ପ୍ରମାଣିତ ହୋଇଛି । ୩୦୦ କିଲୋୱାଟରୁ ଅଧିକ ପିକ୍ ପାୱାର୍ ଏବଂ ୨୦୦ କିଲୋୱାଟ ହାରାହାରି ଏନର୍ଜି ଟ୍ରାନ୍ସଫର୍ କ୍ଷମତା ପ୍ରଦର୍ଶନ କରିଛି ।

ଏହି ଟେକ୍ନୋଲୋଜି କିପରି କାମ କରେ?

ଯେତେବେଳେ ଏକ ଇଲେକ୍ଟ୍ରିକ୍ ଯାନ ରାସ୍ତା ତଳେ ସ୍ଥାପିତ ଇଲେକ୍ଟ୍ରୋ-ମ୍ୟାଗ୍ନେଟ୍ କଏଲ୍ସ ଉପରେ ଯାଏ, ସେତେବେଳେ ଚୁମ୍ବକୀୟ କ୍ଷେତ୍ର ମାଧ୍ୟମରେ ଗାଡ଼ିରେ ଥିବା ଏକ ରିସିଭରକୁ ବିଦ୍ୟୁତ୍ ଯାଇଥାଏ । ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଯେ ଏବେ ଇଲେକ୍ଟ୍ରିକ୍ ଗାଡିକୁ ଚାର୍ଜ କରିବା ପାଇଁ ଅଟକିବାକୁ ପଡ଼ିବ ନାହିଁ । ରାସ୍ତା ତଳେ ସ୍ଥାପିତ ଟ୍ରାନ୍ସମିଟ୍ କଏଲ ଏବଂ ରିସିଭର କଏଲ ମଧ୍ୟରେ ବିଦ୍ୟୁତ୍ ଆଦାନପ୍ରଦାନ ହୋଇଥାଏ ଯାହା ରିୟଲ୍ ଟାଇମରେ ସେନ୍ସର ଏବଂ ସଫ୍ଟୱେର୍ ମାଧ୍ୟମରେ କଣ୍ଟ୍ରୋଲ୍ ହୁଏ ।

Also read: ୮୪ ଦିନର ଭାଲିଡିଟି ସହିତ Jio ର ସବୁଠାରୁ ଶସ୍ତା ପ୍ଲାନ୍, କମ୍ ଦାମରେ ମିଳିବ ବହୁତ୍ କିଛି