ଥରେ ଚାର୍ଜ ହେବା ପରେ ୧୨୦ କି.ମି ଯାଇପାରିବ ଓକିନାଓ୍ଵାର କୄଜର ଇଲେକ୍ଟ୍ରିକ ସ୍କୁଟର

ଅଟୋ ଏକ୍ସପୋ ୨୦୨୦ରେ ଓକିନାଓ୍ଵା କ୍ରୁଜର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ ହୋଇଛି। ଏହି ସ୍କୁଟରର ସବୁଠାରୁ ବିଶେଷତ୍ୱ ହେଉଛି ଏଥିରେ ୪ କିଲୋଓ୍ଵାଟର ଲିଥିୟମ ଆୟନ ବ୍ୟାଟେରୀ ଲାଗିଛି। ଯାହାକୁ ନେଇ କମ୍ପାନୀ ଦାବି କରିଛି ଏହାକୁ ଥରେ ଫୁଲ୍‌ ଚାର୍ଜ କରିବା ପରେ ଏହି ସ୍କୁଟର ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଓକିନାଓ୍ଵା କ୍ରୁଜରର ଅଧିକ ସ୍ପିଡ ଘଣ୍ଟା ପ୍ରତି ୧୦୦ କିଲୋମିଟର। ସୂଚନା ମୁତାବକ ଏହି ଇଲେକ୍ଟ୍ରିକ ସ୍କୁଟର ଚଳିତ ବର୍ଷ ତୃତୀୟ ମାସରେ ଭାରତରେ ଲଞ୍ଚ କରାଯିବ।

scooter-ରିପୋର୍ଟ ଅନୁଯାୟୀ ଏହି ସ୍କୁଟରକୁ ଫାଷ୍ଟ ଚାର୍ଜର ମାଧ୍ୟମରେ ୨ ରୁ ୩ ଘଣ୍ଟାରେ ଫୁଲ୍‌ ଚାର୍ଜ କରାଯାଇପାରିବ। ଏହାର ଦୁଇଟି ଚକାରେ ଡିସ୍କ ବ୍ରେକ୍‌ ଲଗାଯାଇଛି। ଓକିନାଓ୍ଵା କ୍ରୁଜର ଇଲେକ୍ଟ୍ରିକ ସ୍କୁଟରକୁ ଭାରତରେ ଏକ ଲକ୍ଷ ବା ତାଠାରୁ କମ ମୂଲ୍ୟରେ ବିକ୍ରି କରାଯିବ।

You might also like