Ola Electric Car ର ଟିଜର ରିଲିଜ, ଭିଡିଓରେ ଦେଖନ୍ତୁ ଲୁକ୍‌ ଓ ଡିଜାଇନ୍‌ର ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ : ଭାରତରେ ଇଲେକ୍ଟ୍ରିକ ଗାଡ଼ିର ଡିମାଣ୍ଡ ବଢ଼ିଚାଲିଛି । ଗତ ବର୍ଷ କମ୍ପାନି ନିଜର ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଥିଲା । ଏବେ କମ୍ପାନି ଓଲା ଇଲେକ୍ଟ୍ରିକ କାର୍‌ ଆଣିବାକୁ ଯୋଜନା ଚଳାଇଛି । ଆଜି ଅର୍ଥାତ ୧୯ ଜୁନରେ ତାମିଲନାଡୁ ସ୍ଥିତ ଓଲା ଫ୍ୟୁଚରଫାକ୍ଟ୍ରିରେ ଆଗାମୀରେ ଆସିବାକୁ ଥିବା ଇଲେକ୍ଟ୍ରିକ କାରର ଟିଜର ଭିଡିଓ ଜାରି କରିଛନ୍ତି କମ୍ପାନିର ସିଇଓ । ଏଥିରେ ମଡେଲର ଲୁକ୍‌ ଓ ଡିଜାଇନର ଝଲକ ଦେଖାଇଛନ୍ତି ।

ଫ୍ୟୁଚରଷ୍ଟିକ ଡିଜାଇନ

ଶୁଣାଯାଉଛି କି ଓଲା ଇଲେକ୍ଟ୍ରିକ୍‌ କାର୍‌ ହୁଏତ ହ୍ୟାଚବ୍ୟାକ୍‌ ଓ ଏସୟୁବିର କ୍ରସଓଭର କିମ୍ବା ଇଲେକ୍ଟ୍ରିକ ସେଡାନ ହେବ । ଟିଜର ଭିଡିଓ ଅନୁଯାୟୀ, ଓଲା ଇଲେକ୍ଟ୍ରିକ କାରର ଡିଜାଇନ ଫ୍ୟୁଚରଷ୍ଟିକ ହେବ । ଗତ ବର୍ଷ ଭାବିଶ ଅଗ୍ରଓ୍ଵାଲ ପ୍ରଥମ ଇଲେକ୍ଟ୍ରିକ କାରର ଇମେଜ ସେୟାର କରିଥିଲେ । ଓଲା ଇଲେକ୍ଟ୍ରିକ କାରରେ ସ୍ଲିକ ଇଲେକ୍ଟ୍ରିକ ହେଣ୍ଡେଲସ, ସ୍ଲାଂପି ଓ୍ଵିଣ୍ଡସିଲ ଓ ସ୍ପୋର୍ଟ ଆଲୟ ହ୍ଵିଲ୍‌ ଦେଖିବାକ ମିଳିବ । ସେହିପରି ଫ୍ରଣ୍ଟ ଗ୍ରିଲ୍ସ ଓ ଡୋର ହ୍ୟାଣ୍ଡେଲସର ଅଭାବ ଦେଖିବାକୁ ମିଳିପାରେ ।

ମିଡିଆ ରିପୋର୍ଟ ଅନୁଯାୟୀ ଓଲା ଇଲେକ୍ଟ୍ରିକ କାରକୁ ସ୍କେଟବୋର୍ଡ ଉପରେ ଡେଭଲପ କରାଯିବ । ଏହାକୁ ଖାସ କରି ଡେଭେଲପ୍‌ କରାଯାଇଛି । ଆଗାମୀ ଦିନରେ ଏହି କାର ଉପରେ ଆହୁରି ଅଧିକ ଜଣାପଡିବ । ତେବେ ଆସନ୍ତା ୨/୩ ବର୍ଷରେ ଓଲାର ପ୍ରଥମ ଇଲେକ୍ଟ୍ରିକ କାର ବଜାରକୁ ଆସିବ । ଏହା ୩୦୦ କିଲୋମିଟର ବ୍ୟାଟେରୀ ରେଞ୍ଜ ହୋଇପାରେ । ଏହାର ସମ୍ଭାବିତ ମୂଲ୍ୟ ୧୦ ଲକ୍ଷ ଟଙ୍କା ଉପରେ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.