Ola ଲଞ୍ଚ କଲା ନିଜର Ola Maps, ୧୦୦ କୋଟି ଟଙ୍କା ଦେବାରୁ ବଞ୍ଚିବ କମ୍ପାନୀ

ଅନଲାଇନ୍ କ୍ୟାବ ସର୍ଭିସ ପ୍ରୋଭାଇଡର Ola ଶୁକ୍ରବାର ଦିନ ଏକ ବଡ ଘୋଷଣା କରିଛି । କମ୍ପାନୀ ଏବେ ଆଉ ଗୁଗଲ୍ ମ୍ୟାପ୍ ବ୍ୟବହାର କରିବ ନାହିଁ । ବର୍ତ୍ତମାନ କମ୍ପାନୀ ନିଜର ମ୍ୟାପ୍‌ ବ୍ୟବହାର କରିବ । Ola କ୍ୟାବ ନିଜର ମ୍ୟାପ୍‌ ଲଞ୍ଚ କରିଛି ଏବଂ ଏହାର ନାମ Ola Maps ରଖାଯାଇଛି । କମ୍ପାନୀର କୋ ଫାଉଣ୍ଡର ତଥା ସିଇଓ ଭାବୀଶ ଅଗ୍ରୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।

Olaର କୋ ଫାଉଣ୍ଡର ତଥା ସିଇଓ ଭାବୀଶ ଅଗ୍ରୱାଲ କହିଛନ୍ତି, ଆମେ ଗୁଗଲ୍ ମ୍ୟାପ୍ ପାଇଁ ପ୍ରତିବର୍ଷ ୧୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିଲୁ। କିନ୍ତୁ ବର୍ତ୍ତମାନ ଆମେ ନିଜ ନିଜ Ola ମ୍ୟାପ୍‌ ଆଣିଛୁ ଯାହା ଦ୍ୱାରା ଏବେ ୧୦୦ କୋଟି ଟଙ୍କା ବଞ୍ଚିବ । ଭାବୀଶ୍‌ ଅଗ୍ରୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ସମୟରେ Ola ମ୍ୟାପରେ ଆହୁରି ଅନେକ ନୂଆ ଫିଚର ଯୋଡାଯିବ। ଯେପରିକି ଷ୍ଟ୍ରିଟ୍ ଭ୍ୟୁ, 3D ମ୍ୟାପ୍‌, ନ୍ୟୁରାଲ୍ ରେଡିଏନ୍ସ ଫିଲ୍ଡସ୍ (NERFs), ଇନଡୋର ଇମେଜ୍‌, ଡ୍ରୋନ୍ ମ୍ୟାପ୍‌ । Ola ପରି କମ୍ପାନୀଗୁଡିକ ଗୁଗଲ୍ ମ୍ୟାପ୍ସର ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ (API) ବ୍ୟବହାର କରନ୍ତି, ଯାହା ପାଇଁ ସେମାନଙ୍କୁ ପେମେଣ୍ଟ ଦେବାକୁ ପଡିଥାଏ ।

Ola Maps ରାଇଡ୍‌ ହିଲିଂ ସର୍ଭିସ, ଇଲେକ୍ଟ୍ରିକ୍‌ ଗାଡ଼ି ଏବଂ ଡେଭଲପର୍ସମାନଙ୍କ ପାଇଁ ହେବ । ଏମାନେ Ola Mapsର API ବ୍ୟବହାର କରିପାରିବେ । ଏହାର ଅର୍ଥ ହେଉଛି ଅନ୍ୟ ଆପ୍ ତିଆରି କରୁଥିବା କମ୍ପାନୀଗୁଡିକ ମଧ୍ୟ ସେମାନଙ୍କ ଆପରେ Ola Maps ବ୍ୟବହାର କରିବାକୁ ସକ୍ଷମ ହେବେ। କିନ୍ତୁ ଏଥିପାଇଁ ଡେଭଲପର୍ସମାନଙ୍କୁ Ola Mapsକୁ ଟଙ୍କା ଦେବାକୁ ପଡିବ । ଏହି ପେମେଣ୍ଟ Ola ର ଆର୍ଟିଫିସିଆଲ୍‌ କ୍ଲାଉଡ୍ ସିଷ୍ଟମ ମାଧ୍ୟମରେ କରାଯିବ ।

Leave A Reply

Your email address will not be published.