ଟେକ୍

Ola ଲଞ୍ଚ୍‌ କଲା ଶସ୍ତା ଇଲେକ୍‌ଟ୍ରିକ୍ ସ୍କୁଟର, ମାତ୍ର ୯୯୯ ଟଙ୍କାରେ କରିପାରିବେ ବୁକିଙ୍ଗ୍‌

କେନ୍ୟୁଜ୍‌ ବ୍ୟୁରୋ: ଟୁ-ହ୍ଵିଲର ନିର୍ମାଣକାରୀ କମ୍ପାନୀ ଓଲା ଦୀପାବଳି ପୂର୍ବରୁ ତାର ସବୁଠାରୁ ଶସ୍ତା ଇଲେକ୍‌ଟ୍ରୋନିକ୍ସ ସ୍କୁଟର ଲଞ୍ଚ କରିଛି । ପେଟ୍ରୋଲ,ଡିଜେଲ ଦରକୁ ଆଖି ଅଗେରେ ରଖି ସବୁ ଗାଡ଼ି ନିର୍ମାଣକାରୀ ସଂସ୍ଥା କେମିତି କମ୍‌ ଖର୍ଚ୍ଚରେ ଗ୍ରାହକମାନଙ୍କୁ ସବୁ ପ୍ରକାର ସୁବିଧା ଦେଇପାରିବେ ସେଥି ପ୍ରତି ଧ୍ୟାନ ଦେଉଛନ୍ତି । ଆଗକୁ ଦୀପାବଳୀ ଆସୁଥିବାରୁ Ola କମ୍ପାନୀ ଏହାକୁ ଆଖି ଆଗରେ ରଖି ତାର ସ୍କୁଟର ଲଞ୍ଚ କରିଛି । ଏହି ଇଲେକ୍‌ଟ୍ରିକ୍‌ ସ୍କୁଟରର ନାମ Ola S1 Air ରଖାଯାଇଛି । ଏହି ଗାଡ଼ି Ola S1 ର ଶସ୍ତା ଭର୍ସନ । ଏହି ସ୍କୁଟର ୧୦୦ କିମି ରେଞ୍ଜ ଦବ ।
ପ୍ରାଇସ୍‌ :
ଏହି Ola S1 Air ର ମୂଲ୍ୟ ୭୯,୯୯୯ ଟଙ୍କା(ଏକ୍ସ ଶୋରୁମ ପ୍ରାଇସ୍‌ ) ରଖାଯାଇଛି । ଏହି ଗାଡ଼ିOLA S1 ଠାରୁ ୨୦,୦୦୦ ଟଙ୍କା ଏବଂ S1 Pro ଠାରୁ ୫୦,୦୦୦ ଟଙ୍କା ଶସ୍ତା ରଖାଯାଇଛି । ଏହାର ପ୍ରାଇସ୍‌ ଦୀପାବଳି ପାଇଁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ବୈଧ ଅଛି । ପରେ ପରେ ଏହାର ମୂଲ୍ୟ ୮୪,୯୯୯ ଟଙ୍କା କରିଦିଆ ଯିବ।ଏହି ଗାଡ଼ି ୯୯୯ ଟଙ୍କା ଟୋକନ ମାଧ୍ୟମରେ ବୁକ୍‌ କରାଯାଇ ପାରିବ । ସ୍କୁଟରର ଡେଲିଭରି ଆସନ୍ତା ବର୍ଷ ଏପ୍ରିଲରେ ଆରମ୍ଭ ହୋଇଯିବ ।
ବ୍ୟାଟେରୀ ,ଫିଚରସ୍‌ ଏବଂ ରେଞ୍ଜ :
Ola S1 Air ରେ 2.5 kWh ବ୍ୟାଟେରୀ ପ୍ୟାକ୍‌ ଦିଆ ଯାଉଛି । ARAI-ସାର୍ଟିଫାଏଡ 101KM ପର୍ଯ୍ୟନ୍ତ ରେଞ୍ଜ ଦିଆ ଯାଇଛି। ଏହାର ଟପ୍‌ ସ୍ପୀଡ୍‌ ୯୦ କି.ମି. ପ୍ରତି ଘଣ୍ଟା ବେଗରେ ୪.୩ ସେକେଣ୍ଡରେ ପାର କରିନିଏ । ଏହି ଗାଡ଼ିରେ ୫୦୦ ଓ୍ଵାଟ୍‌ର ପୋର୍ଟେବ୍‌ଲ ଚାର୍ଜର ଦିଆଯାଇଥାଏ ଯାହା ୪.୫ ଘଣ୍ଟାରେ ପୁରା ଚାର୍ଜ ହେଇଯାଏ ।

ଏହି ସ୍କୁଟରକୁ କମ୍ପାନୀର ବାକି ମଡେଲଠାରୁ ଟିକେ ଭିନ୍ନ କରାଯାଇଛି। ଏହା ଛଡ଼ା ଏଥିରେ ଡୁଆଲ ଟୋନ୍‌ ପେଣ୍ଟ ଫିନିସ୍‌ ସହିତ ଏକ ନୂଆ ଫ୍ଲାଟ୍‌ ଫୁଟ୍‌ ବୋର୍ଡ,ରିୟର ଗ୍ରେବ୍‌ ହେଣ୍ଡଲ୍‌ ଏବଂ ଗୋଟିଏ ଅପଡେଟେଡ୍‌ ସିଙ୍ଗଲ୍‌ ସିଟ୍‌ ମିଳୁଛି । ଏସବୁ ପରେ ଏହି ସ୍କୁଟରରେ ଅନ୍ୟ ସୁବିଧା ଗୁଡ଼ିକ ହେଲା,ସାଇଡ୍‌ ଷ୍ଟାଣ୍ଡ ଆଲର୍ଟ,ଇକୋ ଏଣ୍ଡ ସ୍ପୋର୍ଟସ୍‌ ମୋଡ୍‌, ମ୍ୟୁଜିକ୍‌ ପ୍ଲେ ବେକ୍‌ ଏବଂ ୩୪ ଲିଟର ବୁଟ୍‌ ସ୍ପେସ୍‌ ପରି ସୁନ୍ଦର ଫିଚର ମଧ୍ୟ ଦିଆଯାଇଛି।

KNews Bureau

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

9 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

9 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

27 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

27 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

31 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

54 mins ago