୩୩୮ କୋଟି ଟଙ୍କାରେ ନିଲାମ ହେଲା ଏହି କ୍ଯାସିକ୍ ଫରାରୀ , ବନାଇଲା ୱାଲ୍ଡ ରେକର୍ଡ଼

ନୂଆଦିଲ୍ଳୀ : ଦାମୀ କାର ପ୍ରସ୍ତୁତ କରିବା ପାଇଁ ଫରାରୀ କମ୍ପାନୀ ନିଜର ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛି। ନିକଟରେ ଫରାରୀର ଏକ କ୍ଯାସିକ୍ କାରର ନିଲାମୀ ସମୟରେ ସୃଷ୍ଟି ହୋଇଛି ବିଶ୍ବ ରେକର୍ଡ଼। ଶନିବାର ଦିନ ୧୯୬୨ ମସିହାର ଫରାରୀ ୨୫୦ଜିଟିଓ କାର୍ଲିଫର୍ନିଆର ମୋଟରୀରେ RM-Sothebyରେ ନିଲାମ ହୋଇଛି। ଏହି କାର ପୂର୍ବରୁ ଥିବା ନିଲାମ କାରାର ରେକର୍ଡ଼ ଭାଙ୍ଗିଛି। ଏହା ପୂର୍ବରୁ ୨୦୧୪ ମସିହାରେ ୩୮.୧୧୫ ଡ଼ଲାର ଟଙ୍କାରେ ୫୬ବର୍ଷ ପୁରୁଣା ଗାଡ଼ି ନିଲାମ ହୋଇଥିଲା।

ନିଲାମ ହୋଇଥିବା ଫରାରୀ ୨୫୦ଜିଟିଓ ବିଗତ ୧୮ବର୍ଷ ହେବ ମାକ୍ରୋସପ୍ଟର ପୂର୍ବ ମୁଖ୍ଯ ସପ୍ଟଓୟାର ଆର୍କିଟେକ୍ ଡ଼ା.ଗ୍ରେଗ୍ ହ୍ବିଟେନଙ୍କ ପାଖରେ ରହିଥିଲା। ଏହି ସମୟରେ ନିଲାମୀ ଦର କମ ହେବା ସହ ୧୯୩୫ ମସିହାର ଏସଏସଜେଙ୍କ ଗାଡ଼ି ୨୨ମିଲିୟନରେ ବିକ୍ରି ହୋଇଥିଲା।

ଆହୁରି ପଢ଼ନ୍ତୁ: ୮ଜିବି ରାମ୍ ସହ ଲଞ୍ଚ ହେଲା ସାଓମିର ପୋକୋ ଏଫ୧ ସ୍ମାର୍ଟଫୋନ୍

ତେବେ ଡ୍ଯୁସେନବର୍ଗ ଏସଏସଜେ ଦୁଇଟି ଗାଡ଼ି ମଧ୍ୟରୁ କେବଳ ଗୋଟିଏକୁ ବିକ୍ରି କରିଛନ୍ତି। ଏହି ପ୍ରୀ -ଡ଼ବ୍ଲୁଡ଼ବ୍ଲୁ୨ କାର ସବୁଠାରୁ ତୀବ୍ର ଚାଲୁଥିବା ରୋଡ଼ କାର ଅଟେ। ଏବଂ ଖାସ କଥା ହେଉଛି ଏହା ସବୁଠାରୁ ମୂଲ୍ଯବାନ ଦୂତ ଗାଡ଼ି ଭାବେ ନିଲାମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.