ବମ୍ପର ଡିସକାଉଣ୍ଟ ! ୩୫ ହଜାର ରିହାତିରେ କିଣନ୍ତୁ ଆପଲ ଆଇଫୋନ୍‌ ୧୪, ଫ୍ଲିପକାର୍ଟରେ ଚାଲିଛି ଦମଦାର ଅଫର

ଏବେ ଫ୍ଲିପକାର୍ଟରେ ଚାଲୁଛି ବମ୍ପର ଡିସକାଉଣ୍ଟ । ଫେବୃୟାରୀ ୩ରୁ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବିଗ୍‌ ବଚତ୍‌ ଧମାଲ୍‌ ସେଲ୍‌ । ଆଉ ଡିସକାଉଣ୍ଟରେ ଆପଲ ଆଇଫୋନ ଉପରେ ରହିଛି ଭଲ ଅଫର । ଏବେ ଆପଣ ଆଇଫୋନ୍‌ ୧୪କୁ ଭଲ ଡିସକାଉଣ୍ଟ ପ୍ରାଇସରେ ଘରକୁ ଆଣିପାରିବେ । ହଁ ଆଜ୍ଞା ଆପଣଙ୍କ ଆଇଫୋନ୍‌ ଧରିବା ସ୍ୱପ୍ନ ଏବେ ହେବ ପୂରଣ ।

ଆଇଫୋନ୍‌ ୧୪କୁ ୨୦୨୨ରେ ୭୯,୯୦୦ ଟଙ୍କାର ପ୍ରାରମ୍ଭିକ ଦାମରେ ଲଞ୍ଚ୍‌ କରାଯାଇଥିଲା । କିନ୍ତୁ ଏବେ ଗ୍ରାହକ ଆପଲ୍‌ ଆଇଫୋନ୍‌ ୧୪କୁ କେବଳ ୪୪,୯୯୯ ଟଙ୍କାରେ କିଣିପାରିବେ । ଆଉ ଏହା ଆପଣ ପାଇପାରିବେ କେପଳ ଫ୍ଲିପକାର୍ଟ ବିଗ୍‌ ବଚତ୍‌ ଧମାଲ ସେଲରେ । ଏଠାରେ ଅନେକ ଡିସକାଉଣ୍ଟ ଏବଂ ବିଭିନ୍ନ ପ୍ରକାର ଅଫରକୁ ଆପଣେଇ ଆଇଫୋନ୍‌ ୧୪କୁ ମାତ୍ର ୪୪,୯୯୯ ଟଙ୍କାରେ ପାଇପାରିବେ ।

ଫ୍ଲିପକାର୍ଟରେ ୭,୯୦୧ ଟଙ୍କାର ରିହାତି ପରେ ଆଇଫୋନ୍‌ ୧୪ର ଦାମ୍‌ ଯଦିଓ ୭୧,୯୯୯ ଟଙ୍କା, କିନ୍ତୁ ଏକ୍ସଟ୍ରା ଡିସକାଉଣ୍ଟ ଯେପରିକି ଏଚଡିଏଫସି ବ୍ୟାଙ୍କ କ୍ରେଡିଟ କାର୍ଡ, ଡେବିଟ୍‌ କାର୍ଡ ଏବଂ କ୍ରେଡିଟ କାର୍ଡ ଇଏମଆଇ ଟ୍ରାନଜାକସନ୍‌ ଉପରେ ୪,୦୦୦ ଟଙ୍କା ଇନଷ୍ଟାଣ୍ଟ ଡିସକାଉଣ୍ଟ ପାଇପାରିବେ । ଯାହା ପରେ ସ୍ମାର୍ଟଫୋନର ଦାମ୍‌ ୬୭,୯୯୯ ଟଙ୍କା ହୋଇଯିବ ।

ଏହାବ୍ୟତୀତ ଫ୍ଲିପକାର୍ଟ ଆପଣଙ୍କ ପୁରୁଣା ସ୍ମାର୍ଟଫୋନ୍‌ ବଦଳରେ ୨୩,୦୦୦ ଟଙ୍କା ପର୍ଯ୍ୟନ୍ତର ରିହାତି ମଧ୍ୟ ଦେଉଛି । ଯାହାଦ୍ୱାରା ଆପଲ୍‌ ଆଇଫୋନ୍‌ ୧୪ର ଦାମ୍‌ ୩୪,୯୦୧ ଟଙ୍କାର ଡିସକାଉଣ୍ଟ ପରେ ୪୪,୯୯୯ ଟଙ୍କା ହୋଇଯିବ । ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଲ୍‌ ଆଇଫୋନ୍‌ ୧୪ ଆଇଫୋନ୍‌ ୧୩ର ସିମିଲାର ଚିପସେଟ୍‌ ଦ୍ୱାରା ସଞ୍ଚାଳିତ ରହିଛି, କିନ୍ତୁ ଅଧିକ କୋର ସହିତ ।

ଏହି ଫୋନରେ ଆପଣ ପାଇାବ ୬.୧ ଇଞ୍ଚର ସୁପର ରେଟିନା ଏକ୍ସଡିଆର ଡିସପ୍ଲେ । ଡିସପ୍ଲେରେ ଭିଡିଓ କଲ୍‌ ଏବଂ ସେଲଫି ପାଇଁ ୧୨ ଏମପିର କ୍ୟାମେରା ଦିଆଯାଇଛି । ସେହିପରି ବ୍ୟାକରେ ୧୨ମେଗାପିକ୍ସେଲ ସେନ୍ସର ସହିତ ଡୁଆଲ କ୍ୟାମେରା ସେଟଅପ୍‌ ରହିଛି । ଯଦି ଆପଣ ଆପଲ୍‌ ଆଇଫୋନ୍‌ ଧରିବାକୁ ମନ କରିଛନ୍ତି କିନ୍ତୁ ବଜେଟ ପାଇଁ ପଛଘୁଞ୍ଚା ଦେଉଛନ୍ତି ତାହେଲେ ଫ୍ଲିପକାର୍ଟର ଏହି ଅଫର ଆପଣଙ୍କ ପାଇଁ ଏକଦମ୍‌ ବଢ଼ିଆ ମଉକା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.