ଆପଣଙ୍କ ଅଜାଣତରେ କେଉଁଠି ଲଗ୍ ଇନ ହୋଇଛି ଆପଣଙ୍କ Gmail ଆକାଉଣ୍ଟ, ଏହି ଟ୍ରିକରୁ ଜାଣିନିଅନ୍ତୁ
ଆଜି ଆମେ ଏକ ଖାସ ଟିପ୍ସ ସମ୍ପର୍କରେ କହିବୁ ଯାହାକୁ ମାନି ଆପଣ ଜାଣିପାରିବେ ଯେ ଆପଣଙ୍କ ଜିମେଲ ଆକାଉଣ୍ଟ ଅନ୍ୟ କେଉଁଠାରେ ଲଗଇନ ହୋଇଛି। ସାଧାରଣ ଭାବେ ଆମ ଅଫିସରେ କାମ କରୁଥିବା ସମୟରେ ଆମ ଆକାଉଣ୍ଟକୁ ଲଗଇନ କରିଥାଉ। କିନ୍ତୁ କାମ ସରିବା ପରେ ଏହି ଆକାଉଣ୍ଟକୁ ଲଗ ଆଉଟ କରିବା ଭୁଲିଯାଉ। ଯାହାଦ୍ୱାରା ଆମେ ହଇରାଣରେ ମଧ୍ୟ ପଡ଼ିଥାଉ।
ଏମିତି କରିବା ଦ୍ୱାରା ଆମ ଆକାଉଣ୍ଟ ହ୍ୟାକ ହେବାର ସମ୍ଭାବନା ଥାଏ। ଜିମେଲ ଆକାଉଣ୍ଟ ଆଜିର ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ଇଣ୍ଟରନେଟ ସହ ଜଡ଼ିତ ସବୁ କାମ ପାଇଁ ଏହା ଜରୁରୀ ହୋଇଥାଏ। ଯାହାର ସୁରକ୍ଷା ନିହାତି ଜରୁରୀ ହୋଇଥାଏ। ଯଦି ଆମେ ଏଥିପ୍ରତି ଆଲର୍ଟ ନରହିବା ତେବେ ଆମ ଡାଟା ଚୋରି ହେବାର ମଧ୍ୟ ଆଶଙ୍କ ଥାଏ। ଏହାକୁ ନେଇ ଏକ ଜରୁରୀ ଖବର ଆଜି ଜାଣିନିଅନ୍ତୁ।
ଜି-ମେଲ୍ ବର୍ତ୍ତମାନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଗଲାଣି। ଇଣ୍ଟରନେଟ୍ ସହ ଜଡ଼ିତ ପ୍ରାୟ ସବୁ କାମ ପାଇଁ ଏହା ଜରୁରୀ। ଏଣୁ ଏହାର ସୁରକ୍ଷା ବି ଖୁବ୍ ଜରୁରୀ। ଯଦି ଆମେ ଆଲର୍ଟ ନ ରହିବା ତେବେ ଆମ ବ୍ୟକ୍ତିଗତ ଡାଟା ଲିକ୍ ହୋଇପାରେ। ଏଣୁ ସବୁବେଳେ ସତର୍କ ରହିବା ନିହାତି ଜରୁରୀ।
ପ୍ରାୟତଃ କାମ କରିବା ବେଳେ ନିଜ ସିଷ୍ଟମ୍ ବ୍ୟତୀତ ଅନ୍ୟ ଲାପ୍ଟପ୍ କିମ୍ବା କମ୍ପ୍ୟୁଟରରେ ବି ନିଜ ଜିମେଲ୍ ଆଇଡି ଲଗ୍ଇନ୍ କରିବାକୁ ପଡ଼େ ଓ ତରତରରେ ହେଉ କି ଅନ୍ୟ କୌଣସି କାରଣରୁ, ଆମେ ତାହାକୁ ଲଗ୍ ଆଉଟ୍ କରିବାକୁ ଭୁଲିଯାଉ। ଏହା ଦ୍ୱାରା ବ୍ୟକ୍ତିଗତ ଡାଟା ଲିକ୍ ହେବା ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା କେମିତି ଜାଣିବେ ଆପଣଙ୍କ ଜିମେଲ ଆଉ କେଉଁଠି ଲଗ୍ ଇନ୍ ଅଛି ବୋଲି…
-ଏଥିପାଇଁ ପ୍ରଥମେ କ୍ରୋମ୍ ବ୍ରାଉଜରରେ ଜିମେଲ ଓପନ୍ କରନ୍ତୁ। ପାସ୍ ଓ୍ଵାର୍ଡ ଦେଇ ନିଜ ଆକାଉଣ୍ଟ ଖୋଲନ୍ତୁ।
-ଏବେ ଜିମେଲର ସେଟିଂକୁ ଯାଆନ୍ତି। ଏଠାରେ ଆପଣଙ୍କୁ ଚେଞ୍ଜ୍ ଆକାଉଣ୍ଟ ସେଟିଂ ଅପସନ୍ ଦିଶିବ।
-ଏଠାରେ ଆଉ ଏକ ଗୁଗଲ ଆକାଉଣ୍ଟ ସେଟିଂ ରହିଛି, ତାହା ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କ ସାମ୍ନାରେ ଏକ ନୂଆ ଓ୍ଵିଣ୍ଡୋ ଖୋଲିବ। -ସେଠାରେ ସିକ୍ୟୁରିଟି ଉପରେ ଟ୍ୟାପ୍ କରନ୍ତୁ।
-ଏବେ Your Device ଉପରେ କ୍ଳିକ୍ କରନ୍ତୁ। ଏଠାରେ ଯେଉଁ ଯେଉଁ ଡିଭାଇସ୍ରେ ଆପଣଙ୍କ ଜିମେଲ ଆଇଡି ଲଗ୍ଇନ୍ ଅଛି, ତାହା ଦେଖାଯିବ।
-ତାହା ଉପରେ କ୍ଲିକ୍ କରି ଆପଣ ଜିମେଲ୍ ଆଇଡିକୁ ଲଗ୍ ଆଉଟ୍ କରିପାରିବେ।