ଟେକ୍

One plus 8 pro କିଣିବାର ଆଜି ରହିଛି ଜବରଦସ୍ତ ମଉକା, କ୍ୟାସବ୍ୟାକ୍‌ ସହିତ ମିଳିବ ବମ୍ପର ଡିସକାଉଣ୍ଟ

Oneplus 8 pro ର ପ୍ରଥମ ସେଲ ଆଜି ଆରମ୍ଭ ହେଉଛି। ଏହି ଫୋନ କିଣିବା ଦ୍ୱାରା ଗ୍ରାହକଙ୍କ ମିଳିବ ବମ୍ପର ଡିସକାଉଣ୍ଟ ସହ କ୍ୟାଶବ୍ୟାକ ଅଫର। ଏହାସହିତ ଏହି ସ୍ମାର୍ଟଫୋନକୁ ନୋ କଷ୍ଟ ଇଏମ୍‌ଆଇ ଅଫର ସହିତ ଆପଣ କିଣିପାରିବେ। କିନ୍ତୁ ଏହାର ଡେଲିଭରୀ କଣ୍ଟେନେମେଣ୍ଟ ଜୋନରେ ହେବ ନାହିଁ।

ଏହି ଫୋନରେ ୮ ଜିବି ରାମ୍‌ ସହିତ ୧୨୮ ଜିବି ଷ୍ଟୋରେଜ ଏବଂ ୧୨ ଜିବି ରାମ୍‌ ସହିତ ୨୫୬ ଜିବି ଷ୍ଟୋରେଜ ଭାରିଅଣ୍ଟରେ ମିଳିବ। ଯାହାର ମୂଲ୍ୟ ୫୪,୯୯୯ ଟଙ୍କା ଏବଂ ୫୯,୯୯୯ ଟଙ୍କା ରହିଛି। ଆଜି ଦିନ ୧୨ଟାରୁ ହିଁ ଆମାଜନ ଏବଂ ଅଧିକାରିକ େଓ୍ଵବସାଇଟରେ ହିଁ ମିଳିବ। ଗ୍ରାହକ ଏହି ଫୋନକୁ ଏସବିଆଇ କ୍ରେଡିଟ୍‌ ଏବଂ ଡେବିଟ୍‌ କାର୍ଡ ଦ୍ୱାରା କିଣିଲେ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। ଏହାଛଡା ଟେଲିକମ୍‌ କମ୍ପାନିଜିଓ ନିଜ ଗ୍ରାହକଙ୍କୁ ଏହି ସ୍ମାର୍ଟଫୋନରେ ୬ ହଜାର ଟଙ୍କା ବେନିଫିଟ୍‌ ଦେବ।

ଏହି ଫୋନରେ ୬.୭୮ ଇଞ୍ଚର କ୍ୟୁଏଚଡି ପ୍ଲସ ଡିସପ୍ଲେ ସହିତ ୮୬୫ ପ୍ରୋସେସର ରହିଛି। ଏଥିରେ ୪୮ ମେଗାପିକ୍ସେଲ ପ୍ରାଇମେରୀ ସେନସର କ୍ୟାମେରା, ୮ ମେଗାପିକ୍ସେଲ ଟେଲିଫଟୋ ଲେନ୍ସ, ୪୮ ମେଗାପିକ୍ସେଲର ଟେରୀଟାରୀ ସେନସର ଏବଂ ୫ ମୋଗିପକ୍ସେଲ କଲର ଫିଲଟର ସେନସର ରହିଛି। ଏହାଛଡା ଫୋନରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି। ଫୋନର ବ୍ୟାଟେରୀ କ୍ଷମତା ୪,୫୧୦ ଏମଏଏଚ ରହିଛି। ଫୋନରେ ୫ଜି ସହିତ ୪ ଜି ଏଲଟିଇ, ଓ୍ଵାଇଫାଇ, ବ୍ଲୁଟୁଥ, ଜିପିଏସ୍‌ ଏବଂ ୟୁଏସ୍‌ବି ରହିଛି।

Swagatika

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

5 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

16 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

44 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago