ଫେବୃଆରୀ ୭ରୁ ବଜାରରେ OnePlus 11R, ଆସନ୍ତୁ ଜାଣିବା କଣ ରହିଛି ଫିଚର

କେନ୍ୟୁଜ୍‌(ବ୍ୟୁରୋ): ଫେବୃଆରୀ ୭ରୁ ବଜାରରେ ମିଳିବ OnePlus 11R । ଏହାରି ଭିତରେ ଏହାର ଅଫିସିଆଲ ଡିଜାଇନ ବାହାରକୁ ଆସିଛି । ଏବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର ।

OnePlus 11R Snapdragon 8+ ଜେନେରେସନରେ ଆସିବାକୁ ଯାଉଛି । ଏଥିରେ ରହିଛି 16 ଜିବି RAM ଯାହା R ସିରିଜ ସ୍ମାର୍ଟଫୋନରେ ପ୍ରଥମ । ଏହାସହ ଏଥିରେ 5000 mAh ବ୍ୟାଟେରି ମିଳିବ । ଏଥିରେ ଆପଣଙ୍କୁ 100 ଓ୍ଵାଟର ଚାର୍ଜର ମିଳିବ ଯାହା ଏହି ଫୋନକୁ ମାତ୍ର ୨୫ ମିନିଟରେ ଚାର୍ଜ କରିଦେବ ।

ଏବେ କଥା ହେବା ଫୋନର ଡିସପ୍ଲେ ବାବଦରେ । ଏହି ସ୍ମାର୍ଟଫୋନରେ ଆପଣଙ୍କୁ 120Hz ADFR 2.0 ଟେକ୍ନୋଲୋଜି ସହ ଫ୍ଲୁଇଡ ଡିସପ୍ଲେ ମିଳିବ । ଏଥିରେ କଣ୍ଟେଣ୍ଟକୁ ନେଇକି ରିଫ୍ରେସ ରେଟରେ ସନ୍ତୁଳନ ରଖିବ । ଯାହା ବ୍ୟାଟେରିକୁ ଅଧିକ ସଞ୍ଚୟ କରିବ । ଏହା ଏକ ଗେମର ସେଣ୍ଟ୍ରିକ ସ୍ମାର୍ଟଫୋନ ହୋଇଥିବା ବେଳେ ଏଥିରେ RAM-Vita ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏଥିପାଇଁ ସ୍ମାର୍ଟଫୋନଟି ବହୁ ଫାଷ୍ଟ କାମ କରିବ । ଅଧିକ ଏମବି ଥିବା ଆପସ ଗୁଡ଼ିକ ଭଲ କାମ କରିବ ।

OnePlus 11R ରେ 3D କୁଲିଙ୍ଗ ଟେକ୍ନୋଲୋଜି ରହିଛି । ଏହାର ଭେପର ଚାମ୍ବରOnePlus 10Pro ଠୁ ବଡ଼ ରହିଛି । ଯାହା ଏହାକୁ ଫାଷ୍ଟ କୁଲିଙ୍ଗ ପ୍ରଦାନ କରିବ । ଏଥିରେ ବ୍ୟବହାର କରାଯାଇଥିବା ମେଟେରିଆଲ ତାପକୁ ଧରି ରଖିପାରିବ । ଏହାପରେ ଏହାକୁ ଧିରେ ଧିରେ ବାହାରକୁ ଛାଡ଼ିବ । ଫଳରେ ଫୋନଟି ଅଧିକ ଗରମ ହେବନାହିଁ ।

ଏହାର କ୍ୟାମେରା ବାବଦରେ ସେମିତି କିଛି ବାହାରକୁ ଆସିନି । କୁହାଯାଉଛି କି ଏହାରର ରିଅରରେ ୩ ଟି କ୍ୟାମେରା ରହିଛି । ଏହାର ଦାମ ୪୦ ହଜାରରୁ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.