ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହେବ OnePlus 13 Mini, ମଳିବ ବଢ଼ିଆ ଫିଚର୍ସ

ଖୁବ୍ ଶୀଘ୍ର OnePlus 13 Mini ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଆଗାମୀ କିଛି ମାସ ମଧ୍ୟରେ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ OnePlus ର ଏହି ସ୍ମାର୍ଟଫୋନ୍ ଲଞ୍ଚ ହେବ । ନିକଟରେ କମ୍ପାନୀ OnePlus 13 ସିରିଜକୁ ଲଞ୍ଚ କରିଛି । ଟିପଷ୍ଟର ଏହି ସିରିଜର ସବୁଠାରୁ ଅଫରଡେବଲ୍ ଫୋନର ଲଞ୍ଚ ଡିଟେଲ୍ ବିଷୟରେ ଇନଫରମେସନ୍ ସେୟାର କରିଛି । OnePlus ର ଏହି ଫୋନ Qualcomm Snapdragon 8 Gen 3 ପ୍ରୋସେସର ସହିତ ଲଞ୍ଚ କରାଯାଇପାରିବ । ଫୋନର କିଛି ଫିଚର୍ସ ମଧ୍ୟ ସାମ୍ନାକୁ ଆସିଛି ।

OnePlus 13 Mini କୁ ଚୀନରେ OnePlus Ace 5 ନାମରେ ଲଞ୍ଚ କରାଯାଇପାରିବ । ଚାଇନିଜ୍ ଟିପଷ୍ଟର ଡିଜିଟାଲ୍ ଚାଟ୍ ଷ୍ଟେସନ୍ ସୋସିଆଲ୍ ମିଡିଆ ପ୍ଳାଟଫର୍ମ Weibo ରେ OnePlus 13 Mini ର ଲଞ୍ଚ ଡିଟେଲ୍ ସେୟାର କରିଛି । ଏହି ଫୋନ୍ ଏପ୍ରିଲରେ ଲଞ୍ଚ ହୋଇପାରିବ । ଫୋନର ସ୍କ୍ରିନ୍ OnePlus 13 ଅପେକ୍ଷା ଛୋଟ ହେବ । OnePlus 13 Mini କୁ ଭାରତରେ OnePlus 13T ନାମରେ ଲଞ୍ଚ କରାଯାଇପାରିବ । OnePlus ର ଏହି ଫୋନରେ ୧୬ GB RAM ର ସପୋର୍ଟ ମିଳିପାରିବ । ଏହା ବ୍ୟତୀତ ଫୋନରେ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜର ସପୋର୍ଟ ପାଇପାରିବେ ।

OnePlus 13 ର ପିଚର୍ସ :

ନିକଟରେ ଲଞ୍ଚ ହୋଇଥିବା OnePlus 13 ବିଷୟରେ କହିବାକୁ ଗଲେ ଏହି ଫୋନ୍ ୬.୮୨ ଇଞ୍ଚର ବଡ଼ AMOLED ଡିସପ୍ଲେ ସହିତ ଆସିଥାଏ । ଏହି ଫୋନ୍ ୧୨୦ Hz ହାଇ ରିଫ୍ରେସ୍ ରେଟ୍ ଫିଚର ସହିତ ଆସିଥାଏ । ଏହା Qualcomm Snapdragon 8 Elite ପ୍ରୋସେସର କାମ କରେ । ଏହି ଫୋନଟି ୧୬ GB RAM ଏବଂ 1TB ଷ୍ଟୋରେଜର ସପୋର୍ଟ ମିଳିଥାଏ । ଏହି ଫୋନରେ ୬,୦୦୦ mAh ର ଦମଦାର୍ ବ୍ୟାଟେରୀ ମିଳିଥାଏ । ଏହା ସହିତ ୧୦୦W SuperVOOC ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି ।

OnePlus ର ଏହି ସ୍ମାର୍ଟଫୋନର ବ୍ୟାକରେ ଟ୍ରିପଲ କ୍ୟାମେରା ସେଟଅପ୍ ଦିଆଯାଇପାରିବ । ଏହି ଫୋନରେ ୫୦ MP ର ମେନ୍, ୫୦ MP ର ଥାର୍ଡ ଟେଲିଫଟୋ କ୍ୟାମେରା ରହିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ MP ର କ୍ୟାମେରା ରହିଛି । OnePlus ର ଏହି ଫୋନ୍ Android 15 ଉପରେ ବେସ୍ଡ OxygenOS ଉପରେ କାମ କରିଥାଏ । ଏହି ସିରିଜର ସବୁଠାରୁ ଅଫରଡେବଲ୍ ଫୋନ୍ ଭାବରେ OnePlus 13 Mini କୁ ଉପସ୍ଥାପନା କରାଯାଇପାରେ ।