ଆଜି ଲଞ୍ଚ ହେବ OnePlus 13 ଏବଂ OnePlus 13R, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ପ୍ରାଇସ୍

OnePlus 13 ଏବଂ OnePlus 13R ଆଜି ଅର୍ଥାତ୍ ୭ ଜାନୁଆରୀ ୨୦୨୫ ରେ ଭାରତର ସମେତ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରାଯିବ । OnePlus ର ଏହି ଦୁଇଟି ଫୋନ୍ ଗତ ବର୍ଷ ଲଞ୍ଚ ହୋଇଥିବା OnePlus 12 ଏବଂ OnePlus 12R ର ଅପଗ୍ରେଡ୍ ଭର୍ସନ ହେବ । ଗତ ବର୍ଷ ଚାଇନା ବଜାରରେ OnePlus 13 କୁ ଲଞ୍ଚ କରାଯାଇଛି । ଏଥି ସହିତ OnePlus 13R କୁ ମଧ୍ୟ ଚାଇନାରେ OnePlus Ace 5 ନାମରେ ଲଞ୍ଚ କରାଯାଇଥିଲା । OnePlus 13 ରେ Qualcomm ର ଲାଟେଷ୍ଟ ଫ୍ଲାଗସିପ୍ ପ୍ରୋସେସର ଏବଂ ଦମଦାର୍ ଫିଚର୍ସ ପ୍ରଦାନ କରାଯିବ । OnePlus ର ଏହି ଦୁଇଟି ଫୋନର ପ୍ରାଇସ୍ ମଧ୍ୟ ଅନଲାଇନରେ ଲିକ୍ ହୋଇଛି ।

OnePlus 13 ସିରିଜକୁ ଆଜି ରାତି ୯ ଟାରେ ଲଞ୍ଚ କରାଯିବ । ଏହି ଇଭେଣ୍ଟକୁ OnePlus ର ଅଫିସିଆଲ ୱେବସାଇଟ୍ ସହିତ କମ୍ପାନୀ ର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ଏବଂ Amazon ର ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିବ । OnePlus 13 ସିରିଜକୁ ଇ-କମର୍ସ ୱେବସାଇଟ୍ ଆମାଜନ ମାଧ୍ୟମରେ ସେଲ୍ ହେବ ।

OnePlus 13 ର ପ୍ରାଇସ୍ ୭୦ ହଜାର ଟଙ୍କା ହୋଇପାରେ । ଗତ ବର୍ଷ ଲଞ୍ଚ ହୋଇଥିବା OnePlus 12 ର ପ୍ରାରମ୍ଭିବ ମୂଲ୍ୟ ୬୬,୯୯୯ ଟଙ୍କା ଥିଲା । ଏଥି ସହିତ OnePlus 13R ର ପ୍ରାଇସ୍ ମଧ୍ୟ ୫୦ ହଜାର ଟଙ୍କାରୁ କମ୍ ହୋଇପାରେ । OnePlus 12R କୁ ୪୨,୯୯୯ ଟଙ୍କାର ପ୍ରରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଥିଲା । OnePlus ର ଏହି ସିରିଜ୍ IP69, IP68 ଭଳି ୱାଟର ଏବଂ ଡଷ୍ଟ ପ୍ରୁଫ୍ ରେଟିଂ ସହିତ ଲଞ୍ଚ କରାଯାଇପାରିବ ।

OnePlus 13, OnePlus 13R ର ଫିଚର୍ସ :

OnePlus 13 ସିରିଜରେ କର୍ଭଡ୍ ଡିସପ୍ଲେର ଫ୍ଲାଟ ଏଜ୍ ଡିଜାଇନ୍ ସହିତ ଏକ AMOLED ଡିସପ୍ଲେ ମିଳିପାରେ । ନିକଟରେ OnePlus ଦାବି କରିଛି ଯେ ଯଦି ସେମାନଙ୍କ ଡିଭାଇସରେ କୈଣସି ପ୍ରାକାରର ଗ୍ରୀନ୍ ଲାଇନ୍ ସମସ୍ୟା ଥାଏ, ତେବେ କମ୍ପାନୀ ଏହାକୁ ଫ୍ରିରେ ରିପ୍ଲେସ୍ କରିବ । ଏହା ବ୍ୟତୀତ କମ୍ପାନୀ ଗତ ବର୍ଷ ପରି ସର୍କୁଲାର କ୍ୟାମେରା ଡିଜାଇନ୍ ରଖିଛି । ଚଳିତ ବର୍ଷ ଲଞ୍ଚ ହେବାକୁ ଥିବା ଏହି ଦୁଇଟି ଡିଭାଇସର ବ୍ୟାକରେ ବମ୍ପ ରହିବ ନାହିଁ ଏହା ସହିତ ଭେଗାନ୍ ଲେଦର ଏବଂ ଗ୍ଲାସ୍ ବ୍ୟାକ୍ ପ୍ୟାନେଲ୍ ସହିତ ଆସିବ ।

OnePlus 13 ରେ Qualcomm Snapdragon 8 Elite ପ୍ରୋସେସର ରହିବ । ସେହିଭଳି, OnePlus 13R ରେ Qualcomm Snapdragon 8 Gen 3 ପ୍ରୋସେସର ଦିଆଯିବ । ଏହି ଦୁଇଟି ଫୋନ୍ ୧୬ GB RAM ଏବଂ ୫୧୨ GB ପର୍ଯ୍ୟନ୍ତ ଇଣ୍ଟରନାଲ୍ ଷ୍ଟୋରେଜ୍ ସହିତ ଲଞ୍ଚ କରାଯାଇପାରିବ । ଏହା ବ୍ୟତୀତ, Android 15 ରେ ବେସ୍ଡ Oxygen OS 15 ଦିଆ ଯାଇପାରିବ । କମ୍ପାନୀ ଏହି ଦୁଇଟି ଫୋନ୍ ପାଇଁ ତିନି ବର୍ଷ OS ଏବଂ ୪ ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍ ଅଫର କରିପାରିବ ।

ଏହି ସିରିଜର ଷ୍ଟାଣ୍ଡାଡ୍ ମେଡଲରେ କମ୍ୟାମେରା ସେଟଅପ୍ ମିଳିପାରେ । OnePlus 13 ରେ ୫୦ MP ର ମେନ୍ କ୍ୟାମେରା ରହିବ । ଏହା ବ୍ୟତୀତ ୫୦ MP ର ଟେଲଫୋଟୋ ଏବଂ ୫୦ MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ମିଳିପାରିବ । ସେହିଭଳି, OnePlus 13R ରେ ୫୦ MP ର ମେନ୍ ଏବଂ ୫୦ MP ର ଟେଲିଫୋଟୋ କ୍ୟାମେରା ରହିବ । ଏହା ବ୍ୟତୀତ ୮ MP ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ମିଳିପାରିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଫୋନରେ ୩୨ MP ର କ୍ୟାମେରା ମିଳିପାରେ ।

OnePlus 13 ସିରିଜର ଉଭୟ ଫୋନରେ ୬,୦୦୦ mAh ର ବ୍ୟାଟେରୀ ମିଳିପାରିବ । OnePlus 13 ରେ ୧୦୦W ୱାୟଡ୍ ଫାଷ୍ଟ ଚାର୍ଜିଂ ସହିତ ୫୦W ର ୱାୟରଲେସ୍ ଚାର୍ଜିଂ ମିଳିବ । ସେହିଭଳି OnePlus 13R ରେ ୧୦୦W ୱାୟଡ୍ ଫାଷ୍ଟ ଚାର୍ଜିଂ ମଧ୍ୟ ମିଳିବ ।