ଲଞ୍ଚ ହେବ OnePlus 13, ପୂର୍ବରୁ ଜାଣନ୍ତୁ ଡିଟେଲ୍ସ

OnePlus ଚିନ୍ ମାର୍କେଟରେ ଅକ୍ଟୋବର ୩୧ରେ OnePlus 13 କୁ ଲଞ୍ଚ କରିଥିଲା । ଯାହା ପରେ ବ୍ରାଣ୍ଡ କନଫର୍ମ କରିଛି ଯେ ଫ୍ଲାଗସିପ୍ ସ୍ମାର୍ଟଫୋନ ଖୁବ୍ ଶୀଘ୍ର ଗ୍ଲୋବାଲ ମାର୍କେଟରେ ଲଞ୍ଚ ହେବ । ହେଲେ ସଠିକ୍ ଲଞ୍ଚ ଡେଟ୍ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । କମ୍ପାନୀ କନଫର୍ମ କରିଛି ଯେ ଫୋନ୍ ଜାନୁଆରୀ ୨୦୨୫ରେ ଆସିବ । OnePlus ଏହାର ଅଫିସିଆଲ ୱେବସାଇଟରେ ଏକ ମାଇକ୍ରୋସାଇଟ୍ ତିଆରି କରିଛି, ଯେଉଁଥିରେ ଅପକମିଙ୍ଗ୍ ସ୍ମାର୍ଟଫୋନର ଝଲକ ଦେଖିବାକୁ ମିଳିବ । ଆପଣଙ୍କୁ OnePlus 13 ବିଷୟରେ ଡିଟେଲ୍ସ କହିବୁ ।

OnePlus 13 ର ଗ୍ଲୋବାଲ ଭ୍ୟାରିଆଣ୍ଟ ତିନୋଟି କଲର ଅପ୍ସନରେ ଉପଲବ୍ଧ ହେବ । ସେହି ତିନୋଟି କଲରଗୁଡିକ ହେଲା- Midnight Ocean, Black Eclipse ଏବଂ Arctic Dawn । ଏହାର ମାଇକ୍ରୋ ଫାଇବର ଭେଗାନ୍ ଲେଦର ବ୍ୟାକ୍ ପ୍ୟାନେଲ ସହିତ ଆସିବ । ଏଥିରେ ଡିଭାଇସ୍ ପ୍ରିମିୟମ୍ ଫ୍ଲ ଦେବା ସହିତ ସ୍କ୍ରାଚଠାରୁ ମଧ୍ୟ ସୁରକ୍ଷିତ ରଖିବ । ଏହା ବ୍ୟତୀତ, OnePlus 13 ରେ IP68 + IP69 ରେଟିଂ ଅଛି, ଯାହା ଧୂଳୀ ଏବଂ ପାଣିରୁ ସୁରକ୍ଷିତ କରେ ।

OnePlus 13 Specifications :

OnePlus 13 ର ଗ୍ଲୋବାଲ ଭର୍ସନ୍ ସ୍ପେସିଫିକେସନ୍ସ ଦୃଷ୍ଟିରୁ ଚାଇନାର ଭର୍ସନ ସହିତ ସମାନ ହେବ । OnePlus 13 ରେ ୬.୮୨ ଇଞ୍ଚ ର ୨K ୨K + LTPO AMOLED ଡିସପ୍ଲେ ଅଛି । ଯାହାର ରିଜୋଲ୍ୟୁସନ୍ ୩୧୬୮ × ୧୪୪୦ ପିକ୍ସେଲ, ରିଫ୍ରେସ୍ ରେଟ୍ ୧-୧୨୦Hz ଏବଂ ୪୫୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ରହିଛି । OnePlus 13 ରେ Snapdragon 8 Elite ପ୍ରୋସସର ଅଛି । ଏହି ସ୍ମାର୍ଟଫୋନରେ ୬୦୦୦mAh ର ବଡ଼ ବ୍ୟାଟେରୀ ରହିଛି ଯାହା କି ୧୦୦ ୱାଟ୍ ୱାୟାଡ୍ ଫାଷ୍ଟ ଚାର୍ଜିଂ ଏବଂ ୫୦ ୱାଟ୍ ୱାୟାରଲେସ୍ ଚାର୍ଜିଂକୁ ସପୋର୍ଟ କରିଥାଏ ।

କ୍ୟାମରୋ ସେଟଅପ୍ ପାଇଁ OnePlus 13 ରିୟରରେ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି । ୫୦ ମେଗାପିକ୍ସେଲ ର ଅଲ୍ଟ୍ରା ୱାଇଡ୍ କ୍ୟାମେରା ଏବଂ ୫୦ ମେଗାପିକ୍ସେଲର ପେରିସ୍କୋପ୍ କ୍ୟାମେରା ଦିଆଯାଇଛି । ଅନ୍ୟାନ୍ୟ ଫିଚର୍ସଗୁଡିକ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର, IR ବ୍ଲାଷ୍ଟର ଏବଂ ଷ୍ଟେରିଓ ସ୍ପିକର ସାମିଲ ଅଛି । ଫୋନରେ ଭଲ କୁଲିଂ ପାଇଁ ଏକ ବଡ୍ ୯୯୨୫mm² ଚାମ୍ବର ରହିଛି, ଯାହା ହେବି ମୋବାଇଲ୍ ଗେମ୍ ସମୟରେ ଭଲ ପରଫରମାନ୍ସ ଦେଇଥାଏ । .ସେଲ୍ଫ ଡେବଲପଡ୍ , ଟିଡାଲ ଇଞ୍ଜିନ୍, ସ୍ମୁଥ୍ ଗେମପ୍ଲେ ଏବଂ ଫାଷ୍ଟ ଗ୍ରାଫିକ୍ସ ପ୍ରୋସସିଙ୍ଗର ପ୍ରତିଶୃତି ଦେଇଥାଏ । ଏଥିରେ ୨୪ GB RAM ଏବଂ 1TB ଇନବିଲ୍ଟ ଷ୍ଟୋରେଜ୍ ଦିଆଯାଇଛି । ଏହା ଆଣ୍ଡ୍ରଏଡ୍ 15 ଅପରେଟିଂ ସିଷ୍ଟମରେ କାମ କରେ ।