ନିକଟରେ ଚାଇନାରେ ନୂଆ OnePlus 13 ଲଞ୍ଚ ହୋଇଛି । ବର୍ତ୍ତମାନ କମ୍ପାନୀ ଏହି ଫୋନକୁ ଗ୍ଲୋବାଲ ମାକେର୍ଟରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ସ୍ମାର୍ଟ ପ୍ରାଇସ୍ GCF (ଗ୍ଲୋବାଲ ସାର୍ଟିଫିକେସନ ଫୋରମ) ରେ OnePlus ର ନୂଆ ଫୋନ ଦେଖାଯାଇଛି । ଲିଷ୍ଟ ଅନୁଯାୟୀ ଫୋନର ମଡେଲ୍ ନମ୍ବର ହେଉଛି- CPH2645 । ଲିଷ୍ଟରେ ଏହା କନଫର୍ମ କରାଯାଇଛି ଯେ ଏହି ଫୋନ 5G ବ୍ୟାଣ୍ଡକୁ ସପୋର୍ଟ କରିବ । ଲିକ୍ ଅନୁଯାୟୀ କମ୍ପାନୀ ଏହି ଫୋନରେ ୧.୫K ରିଜୋଲ୍ୟୁସନ୍ ସହିତ ୬.୭୮ ଇଞ୍ଚର X2 8T LTPO AMOLED ଡିସପ୍ଲେ ଅଫର କରାଯିବ ।
ପ୍ରୋସେସର ବିଷୟରେ କହିବାକୁ ଗଲେ ଏହି ଫୋନରେ ଆପଣଙ୍କୁ ସ୍ନାପଡ୍ରାଗନ ୮ ଜେନ୍ ୩ ମିଳିବ । ଏହା ବ୍ୟତୀତ ଫଟୋଗ୍ରାଫି ପାଇଁ ଫୋନରେ ଏଲଇଡି ଫ୍ଲାସ୍ ସହିତ ତିନୋଟି କ୍ୟାମେରା ରହିବ । ଏଥିରେ ୫୦ ମେଗାପିକ୍ସେଲର ମେନ୍ ଲେନ୍ସ ସହିତ ୮ ମେଗାପିକ୍ସେଲର ସେକାଣ୍ଡାରି ସେନ୍ସର ଏବଂ ୨ ମେଗାପିକ୍ସେଲର ସେନ୍ସସର ସାମିଲି ହୋଇପାରିବ । ସେହିଭଳି ସେଲଫି ପାଇଁ ଏହି ଫୋନରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦେଖିବାକୁ ମିଳିବ ।
ବ୍ୟାଟେରୀ ଲାଇଫ କଥା କହିବାକୁ ଗଲେ ଏହି ଫୋନକୁ ପାଓ୍ୱାର ଦେବା ପାଇଁ ଏଥିରେ ୬୦୦୦ mAh ର ବ୍ୟାଟେରୀ ଦିଆଯାଇଛି । ଯାହା ୧୦୦ ଓ୍ୱାଟ୍ର ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିପାରିବ ।
ପ୍ରାଇସ୍ ବିଷୟରେ କହିବାକୁ ଗଲେ OnePlus 12R ର ପ୍ରାରମ୍ଭିକ ମୂଲ୍ୟ ୩୯,୯୯୯ ରହିଛି ଏବଂ ଏହାର ଟପ୍-ଏଣ୍ଡ-ଭ୍ୟାରିଆଣ୍ଟ ୪୫,୯୯୯ ଟଙ୍କା ହେବ । କୁହାଯାଉଛି ଯେ OnePlus 13R ର ପ୍ରାଇସ୍ ମଧ୍ୟ 12R ର ପାଖାପାଖି ହୋଇପାରେ । ଏହି ଫୋନ ଚଳିତ ବର୍ଷ ଡିସେମ୍ବରରେ କିମ୍ବା ଆସନ୍ତି ବର୍ଷ ଜାନୁଆରୀରେ ଲଞ୍ଚ ହୋଇପାରିବ ।
ଚାଇନାରେ OnePlus 13ର ପ୍ରାଇସ୍ OnePlus 12 ତୁଳନାରେ ଅଧିକ ହୋଇପାରେ । ଏହି ନୂଆ ଫୋନରେ ୧୨GB/୨୫୬GB ଭ୍ୟାରିଆଣ୍ଟର ପ୍ରାଇସ୍ ହେଉଛି ୪,୪୯୯ ଟଙ୍କା । ଟପ୍ ଭ୍ୟାରିଆଣ୍ଟ ୨୪GB/ 1TB RMB ୫,୯୯୯ (୭୦,୯୦୦) ଟଙ୍କା ଚାଇନାରେ କିଣାଯାଇପାରିବ । କମ୍ପାନୀ ୪,୮୯୯ (୫୭,୯୦୦) ଟଙ୍କା ପାଇଁ ୧୨GB/୫୧୨GB ଆଣିଛି । ଯେତେବେଳେ ୧୬GB/ ୫୧୨GB ଭ୍ୟାରିଆଣ୍ଟ ଚାଇନାରେ RMB ୫,୨୯୯ (୬୨,୬୦୦) ଟଙ୍କାରେ ମିଳିପାରିବ ।