ଖୁବ୍ ଶୀଘ୍ର ଲଞ୍ଚ ହେବ OnePlus 13T, ରହିଛି ବଢ଼ିଆ ଫିଚର୍ସ

OnePlus 13T ପାଇଁ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । କମ୍ପାନୀ ଏହି OnePlus ସ୍ମାର୍ଟଫୋନର ଲଞ୍ଚ ଡେଟ୍ କନଫର୍ମ କରିଛି । ଏହି ସ୍ମାର୍ଟଫୋନର ଲୁକ୍ ଏବଂ ଡିଜାଇନ୍ କମ୍ପାନୀ ଦ୍ବାରା କନଫର୍ମ କରାଯାଇଛି । ଏହି OnePlus ଫୋନରେ ଅନେକ ପାଧ୍ବାରଫୁଲ୍ ଫିଚର୍ସ ରହିବ, ଯେଉଁଥିରେ ଏକ ଦମଦାର୍ ୬,୦୦୦mAh ବ୍ୟାଟେରୀ ମଧ୍ୟ ସାମିଲ ଅଛି । ୨୦୨୦ରେ ଲଞ୍ଚ ହୋଇଥିବା OnePlus 8T ପରେ, ଏହା କମ୍ପାନୀର ପ୍ରଥମ ଫୋନ୍ ଯାହାକୁ T ସିରିଜରେ ଉପସ୍ଥାପନ କରାଯିବ ।
OnePlus ର ଏହି ଫୋନ୍ ଏବେ ଚୀନ୍ ଭଜାରରେ ଲଞ୍ଚ ହେବ । କମ୍ପାନୀ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ Weibo ମାଧ୍ୟମରେ ଏହି ଫୋନର ଲଞ୍ଚକୁ କନଫର୍ମ କରିଛି । ଏହା ଆସନ୍ତା ସପ୍ତାହରେ ଅର୍ଥାତ୍ ଏପ୍ରିଲ ୨୪ରେ ଚୀନରେ ଲଞ୍ଚ ହେବ । OnePlus ଏହି ଫୋନକୁ ବର୍ଷର ଦ୍ବିତୀୟାର୍ଦ୍ଧରେ ଭାରତ ସମେତ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରିପାରେ । OnePlus 13T ପାଇଁ ପ୍ରିଅରିଜର୍ଭେସନ୍ ଆରମ୍ଭ ହୋଇଯାଇଛି । ଏହା ତିନୋଟି କଲର ରହିଛି ଯାହା ହେଉଛି- କ୍ଲାଉଡ୍ ଇଙ୍କ୍ ବ୍ଲାକ୍, ମର୍ଣ୍ଣିଂ ମିଷ୍ଟ ଗ୍ରେ ଏବଂ ପାଉଡର ପିଙ୍କରେ ପ୍ରଦାନ କରାଯିବ ।
OnePlus 13T ର ଫିଚର୍ସ :
OnePlus 13T ରେ ୬.୫ ଇଞ୍ଚର ଡିସପ୍ଲେ ରହିପାରେ । ଏହି ଫୋନର ଡିସପ୍ଲେ ହାଇ ରିଫ୍ରେସ୍ ରେଟ୍ ସହିତ ଆସିପାରେ । ନିକଟରେ ଏହାକୁ AnTuTu ବେଞ୍ଚମାର୍କିଂ ସାଇଟରେ ଲିଷ୍ଟ କରାଯାଇଥିଲା । ଲିଷ୍ଟ ଅନୁସାରେ, ଏଥିରେ ୬,୦୦୦ mAh ବ୍ୟାଟେରୀ ରହିବ । ଏହା ବ୍ୟତୀତ ଫୋନର ରିୟରରେ ଡୁଆଲ୍ କ୍ୟାମେରା ସେଟଅପ୍ ଉପଲବ୍ଧ ହେବ ।
OnePlus 13 ପରି, ଏଥିରେ ମଧ୍ୟ Qualcomm Snapdragon 8 Elte ପ୍ରୋସେସର ମିଳିବ । ଏହି ଫୋନରେ କମ୍ପାନୀ iPhone 16 ସିରିଜ ପରି ଏକ ଆଡଭାନ୍ସ ବଟନ୍ ପ୍ରଦାନ କରିବ । କମ୍ପାନୀ ଏହି ଫୋନରେ ଥିବା ଆଲର୍ଟ ସ୍ଲାଇଡର ବଟନକୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଫୋନର ରିୟରରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିବ । ଫୋନର ମେଟାଲିକ୍ ବଟନ୍ ମଧ୍ୟ ବ୍ୟବହାର କରାଯିବ ।
OnePlus 13T ରେ ୧୬GB DDR5X RAM ଏବଂ ୫୧୨ GB UFS 4.0 ଷ୍ଟୋରେଜ୍ ମିଳିପାରିବ । ଏହାର ବ୍ୟାକରେ ୫୦MP ର ମେନ୍ କ୍ୟମେରା ମିଳିବ । ଏହା ବ୍ୟତୀତ ୫୦MP ର ଟେଲିଫଟୋ କ୍ୟାମେରା ରହିବ । ଫୋନର କ୍ୟାମେରା 2x ଅପ୍ଟିକାଲ୍ ଜୁମର ସପୋର୍ଟ କରିବ । ଏଥି ସହ ଏହି ଫୋନରେ ୬,୦୦୦ mAh ର ବ୍ୟାଟେରୀ ସହିତ ୮୦W SuperVOOC ଚାର୍ଜିଂ ସପୋର୍ଟ ଦିଆଯିବ । ଏହା Android 15 ଉପରେ ବେସ୍ଡ OxygenOS ରେ କାମ କରିଥାଏ ।
Also read : OnePlus ଖୁବ୍ ଶୀଘ୍ର ଲଞ୍ଚ କରିବ ଏକ ନୂଆ ସ୍ମାର୍ଟଫୋନ୍, ଯାହାକୁ ଦେଖି ଭାବିବେ ‘IPhone’