OnePlus ଶସ୍ତା ଦାମରେ ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ଫିଚର୍ସ ମିଳିବ iPhone 16 ଭଳି

ଅପେକ୍ଷାରେ ଅନ୍ତ ଘଟିଲା । ଶେଷରେ ଲଞ୍ଚ ହେଲା ବହୁତ ଦିନ ଧରି ଅପେକ୍ଷା କରିଥିବା ଏକ ଦମଦାର୍ ସ୍ମାର୍ଟଫୋନ୍ । ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ପ୍ରାୟ ଅଧିକାଂଶ ସମୟରେ ମାର୍କେଟରେ ବହୁତ ପ୍ରକାରର ଫୋନ୍ ଲଞ୍ଚ ହୋଇଥାଏ । ଲଞ୍ଚ ଖବରକୁ ନେଇ ୟୁଜର୍ସମାନେ ବେସ୍ ଖୁସି ମଧ୍ୟ ହୋଇଯାଆନ୍ତି ଏବଂ କିଣିବା ପାଇଁ ଆଗ୍ରହପ୍ରକାଶ କରିଥାନ୍ତି । ଏହି ଖୁସିକୁ ଆହୁରି ବଢ଼ାଇବା ପାଇଁ OnePlus ଶେଷରେ ଲଞ୍ଚ କରିଛି ଏକ ଦମଦାର୍ ସ୍ମାର୍ଟଫୋନ୍ । ତେବେ ଆସନ୍ତୁ ଜାଣିବା ଏହି ଦମଦାର୍ ସ୍ମାର୍ଟଫୋନ୍ ର ଡିଟେଲ୍ସ ।

ଯେଉଁ ଫୋନ୍ ବିଷୟରେ କହୁଛୁ ସେହି ଫୋନର ନାମ ହେଉଛି OnePlus 13T । ଯାହାକୁ ୟୁଜର୍ସମାନେ ବହୁ ବର୍ଷ ଧରି ଅପେକ୍ଷା କରି ରହିଥିଲେ । ଏଥି ସହ ଜାଣିରଖନ୍ତୁ ଯେ OnePlus ଏହାର ନୂଆ ଫ୍ଲାଗସିପ୍ ସ୍ମାର୍ଟଫୋନ୍ OnePlus 13T କୁ ଲଞ୍ଚ କରିଛି । OnePlus 13T ର T ସିରିଜର ଶେଷ ଫୋନ୍ ୨୦୨୦ ମସିହାରେ OnePlus 8T ଭାବେର ଲଞ୍ଚ ହୋଇଥିଲା । ଏହି OnePlus ଫୋନଟି ୧୬GB RAM, ୬୨୬୦mAh ର ପାୱାରଫୁଲ ବ୍ୟାଟେରୀ ସମେତ ଅନେକ ଦମଦାର୍ ଫିଚର୍ସ ସହିତ ଆସିଥାଏ । କେବଳ ଏତିକି ନୁହେଁ, କମ୍ପାନୀ ଏଥିରେ iPhone 16 ର କିଛି ଫିଚର ମଧ୍ୟ ଦେଇଛି, ଯେଉଁଥିରେ ସର୍ଟକଟ୍ କୀ ମଧ୍ୟ ସାମିଲ ଅଛି ।

OnePlus 13T ର ପ୍ରାଇସ୍ :
କମ୍ପାନୀ ଚୀନରେ OnePlus 13T ଲଞ୍ଚ କରିଛି । ଏହି ଫୋନଟି ୫ଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପସ୍ଥାପନ କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ CNY ୩,୩୯୯ କିମ୍ବା (ପ୍ରାୟ ୩୯,୦୦୦ ଟଙ୍କା) ରହିଛି । ସେହିଭଳି ଏହାର ଟପ୍ ଭାରିଆଣ୍ଟସର ପ୍ରାଇସ୍ CNY ୪,୪୯୯ କିମ୍ବା (ପ୍ରାୟ ୫୨,୦୦୦ ଟଙ୍କା) ଅଛି । ଏହାକୁ ୧୨GB/ ୧୬GB RAM ଏବଂ ୨୫୬GB / ୫୧୨GB / 1TB ଷ୍ଟୋରେଜ୍ ସହିତ ଲଞ୍ଚ କରାଯାଇଛି ।

ଏଥି ସହ ଜାଣି ରଖନ୍ତୁ ଯେ OnePlus 13T ର ୧୨GB RAM ଏବଂ ୨୫୬GB ଷ୍ଟୋରେଜର ଦାମ୍ ଚୀନରେ ୩୩୯୯ ଟଙ୍କା ଥିବାବେଳେ ଭାରତର ମୂଲ୍ୟ ୩୯,୦୦୦ ଟଙ୍କା ରହିଛି । ସେହିଭଳି ୧୨GB RAM ଏବଂ ୫୧୨GB ଷ୍ଟୋରେଜର ଦାମ୍ ଚୀନରେ ୩୫୯୯ ଟଙ୍କା ଥିବାବେଳେ ଭାରତର ମୂଲ୍ୟ ୪୧,୦୦୦ ଟଙ୍କା ରହିଛି । ଏଥି ସହ ୧୬GB RAM ଏବଂ ୨୫୬GB ଷ୍ଟୋରେଜର ଦାମ୍ ଚୀନରେ ୩୭୯୯ ଟଙ୍କା ଥିବାବେଳେ ଭାରତର ମୂଲ୍ୟ ୪୩,୦୦୦ ଟଙ୍କା ରହିଛି । ସେହିଭଳି ୧୬GB RAM ଏବଂ ୫୧୨GB ଷ୍ଟୋରେଜର ଦାମ୍ ଚୀନରେ ୩୯୯୯ ଟଙ୍କା ଥିବାବେଳେ ଭାରତର ମୂଲ୍ୟ ୪୬,୦୦୦ ଟଙ୍କା ରହିଛି ।

OnePlus 13T ର ଫିଚର୍ସ :
OnePlus ର ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ୬.୩୨ ଇଞ୍ଚର FHD+ AMOLED ଡିସପ୍ଲେ ସହିତ ଆସିଥାଏ, ଯାହା ୧୨୦Hz ହାଇ ରିଫ୍ରେସ୍ ରେଟ୍ ଏବଂ ୧୬୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରିଥାଏ । ଫୋନ ଡିସପ୍ଲେର ଟଚ୍ ସାମ୍ପଲିଂ ରେଟ୍ ୨୪୦Hz ପର୍ଯ୍ୟନ୍ତ ରହିଛି । ଏଥି ସହ ଏହି OnePlus ର ଖାସ୍ କଥା ହେଉଛି ଏଥିରେ ଏକ ମେଟାଲିକ୍ ଫ୍ରେମ୍ ଦିଆଯାଇଛି । କେବଳ ଏତିକି ନୁହେଁ, କମ୍ପାନୀ ଏହାକୁ କମ୍ପାକ୍ଟ ଡିଜାଇନରେ ମଧ୍ୟ ଲଞ୍ଚ କରିଛି ।

ଏହି ଫୋନ୍ OnePlus 13 ପରି Qualcomm Snapdragon 8 Elite ପ୍ରୋସେସରକୁ ସପୋର୍ଟ କରିଥାଏ । ଏଥିରେ ୧୬GB RAM ଏବଂ 1TB ଷ୍ଟୋରେଜ୍ ମିଳିଥାଏ । ଏହି ଫୋନ୍ ବଡ଼ ୪୪୦୦mm2 ର ଗ୍ଲାସିୟର ଭାବର ଚାମ୍ବର (VC) କୁଲିଂ ସହିତ ଆସିଥାଏ, ଯାହା ଫୋନକୁ ଗରମ କରିବାକୁ ଦିଏ ନାହିଁ । ଏଥି ସହ ଏହି ଫୋନ୍ Android 15 ଉପରେ ବେସ୍ଡ ColorOS 15 ରେ କାମ କରିଥାଏ ।

OnePlus 13T ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି । ଏହି ଫୋନରେ ୫୦MP ର ମେନ୍ OIS କ୍ୟାମେରା, ୫୦MP ର ଟେଲିଫଟୋ କ୍ୟାମେରା ମିଳିବ । ଫୋନର ରିୟର କ୍ୟାମେରା 2x ଅପ୍ଟିକାଲ୍ ଜୁମ୍ ଏବଂ ୨୦x ଡିଜିଟାଲ୍ ଜୁମ୍ ସପୋର୍ଟ କରେ । ଏଥି ସହ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୧୬MP ର କ୍ୟାମେରା ମଧ୍ୟ ମିଳିବ ।

ଏହି ସ୍ମାର୍ଟଫୋନ୍ ଇନ୍-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର, IP65 ରେଟିଂ, Wi-Fi7, Bluetooth 5.4, GPS, NFC ଭଳି ଫିଚର୍ସ ସହିତ ଆସିଛି । ଏଥିରେ କମ୍ପାନୀ ଆଲର୍ଟ ସ୍ଲାଇଡର ପ୍ରଦାନ କରିନାହିଁ । ଏହା ବଦଳରେ ଏକ ସର୍ଟକଟ୍ କୀ ଦିଆଯାଇଛି । ଏଥି ସହ ଫୋନରେ ୬,୨୬୦mAh ବ୍ୟାଟେରୀ ସହିତ ୮୦W ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି । ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି, ତେବେ ଏହି ଫୋନ୍ ଆପଣଙ୍କ ପାଇଁ ବେଷ୍ଟ ହୋଇପାରିବ ।