OnePlus ଖୁବ୍ ଶୀଘ୍ର ଲଞ୍ଚ କରିବ ଏକ ନୂଆ ସ୍ମାର୍ଟଫୋନ୍, ଯାହାକୁ ଦେଖି ଭାବିବେ ‘iPhone’

ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର । ସ୍ମାର୍ଟଫୋନ୍ ବ୍ରାଣ୍ଡ OnePlus ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । OnePlus ର ଅପକମିଙ୍ଗ ସ୍ମାର୍ଟଫୋନ୍ ହେବ OnePlus 13T । ଏଥି ସହ କୁହାଯାଉଛି ଯେ କମ୍ପାନୀ ଏହି ଫୋନକୁ iPhone 16 ପରି ଲୁକ୍ ଦେଇପାରେ ।
OnePlus ଦ୍ବାରା Weibo ରେ OnePlus 13T ର ଲଞ୍ଚ ବିଷୟରେ ଇନଫରମେସନ୍ ଦିଆଯାଇଛି । ବର୍ତ୍ତମାନ OnePlus ଦ୍ବାରା ଏହାର ଲଞ୍ଚ ଡେଟ୍ ସମ୍ପର୍କରେ କୌଣସି ପ୍ରକାଶ କରାଯାଇ ନାହିଁ । ବ୍ରାଣ୍ଡ ଦ୍ବାରା ଅପକମିଙ୍ଗ ସ୍ମାଟଫୋନର ଏକ ଟିଜର ଜାରି କରାଯାଇଛି, ଯାହା ଦର୍ଶାଉଛି ଯେ OnePlus 13T ଏକ କମ୍ପାକ୍ଟ ସାଇଜର ଫୋନ୍ ହେବ ।
OnePlus 13T ବଜାରକୁ ଆସିବା ପୂର୍ବରୁ ହିଁ ଜୋର ଚର୍ଚ୍ଚା ଧରିଛି । ଏହାର ଏକ ବଡ଼ କାରଣ ହେଉଛି ଯେ ଏହାର ଡିଜାଇନ୍ । ସୋସିଆଲ୍ ମିଡିଆ ପ୍ଲାଟଫର୍ମ Weibo ରେ OnePlus ଦ୍ବାରା ଏକ ଟିଜର ଭିଡିଓ ସେୟାର କରାଯାଇଛି । ଏହା ଦର୍ଶାଉଛି ଯେ ଏହା ଏକ ଛୋଟ ସ୍କ୍ରିନ୍ ସହିତ ଏକ କମ୍ପାକ୍ଟ ସାଇଜରେ ଫୋନ୍ ହେବ । OnePlus 13T ର ଡିଜାଇନ୍ ଏପର୍ଯ୍ୟନ୍ତ ବଜାରରେ ଆସିଥିବା ଅନ୍ୟ OnePlus ଫୋନଗୁଡିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏହା ପ୍ରାୟତଃ Apple iPhone 16 ର ଡିଜାଇନ୍ ସହି ସମାନ୍ ।
OnePlus ପ୍ରଥମେ ନିଜର ହୋର୍ମ ମାର୍କେଟରେ OnePlus 13T କୁ ଉପସ୍ଥାପନ କରିପାରେ । ଏହା ପରେ, କମ୍ପାନୀ ଏହି ସ୍ମାର୍ଟଫୋନକୁ ଭାରତ ସମେତ ଅନ୍ୟ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରିପାରିବ । ଏହି ଫୋନ୍ କମ୍ପାନୀର ଛୋଟ୍ ସ୍କ୍ରିନର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ହୋଇପାରେ । ଏହାର ରିୟରରେ ଏକ ସ୍କୋୟାର୍ କ୍ୟାମେରା ମଡ୍ୟୁଲ୍ ଦିଆଯାଇପାରିବ, ଯାହା ପିଲ୍ ସେପର ହୋଇପାରେ । ଏଥିରେ କମ୍ପାନୀ ୫୦MP ର ଦୁଇଟି କ୍ୟାମେରା ସେନ୍ସର ପ୍ରଦାନ କରିପାରିବ । କମ୍ପାନୀ ଏହାକୁ ଏକ ଫ୍ଲାଟ୍ ଫ୍ରେମ୍ ଡିଜାଇନ୍ ସହିତ ଉପସ୍ଥାପନ କରିପାରିବ ।
OnePlus 13T ର ଫିଚର୍ସ :
OnePlus 13T ରେ କମ୍ପାନୀ ଆଲର୍ଟ ସ୍ଲାଇଡର ପରିବର୍ତ୍ତେ ଏକ କଷ୍ଟମାଇଜେବଲ୍ ବଟନ୍ ପ୍ରଦାନ କରିପାରିବ । ଏହା ସହିତ ଏଥିରେ ଏକ ୬.୩ର ଡିସପ୍ଲେ ରହିବ, ଯେଉଁଥିରେ ୧୨୦Hz ର ରିଫ୍ରେସ୍ ରେଟ୍ ମିଳିପାରିବ । ପରଫରମାନ୍ସ ପାଇଁ ଫୋନରେ Snapdrgaon 8 Elite ଚିପସେଟର ସପୋର୍ଟ ମିଳିବ । ଏଥି ସହ ଏହାକୁ ପାୱାର ଦେବା ପାଇଁ ୬୨୦୦mAh ର ବଡ଼ ବ୍ୟାଟେରୀ ଦିଆଯାଇପାରିବ, ଯାହା ୮୦W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।
Also read : OnePlus ଆଣୁଛି ଦମଦାର୍ ବ୍ୟାଟେରୀ ସହିତ ଏକ ନୂଆ ଫୋନ୍, ଯାହା IPhone 16 ପରି ଦେଖାଯିବ