OnePlus ଆଣୁଛି ଦମଦାର୍ ବ୍ୟାଟେରୀ ସହିତ ଏକ ନୂଆ ଫୋନ୍, ଯାହା iPhone 16 ପରି ଦେଖାଯିବ

OnePlus 13 ଏବଂ OnePlus 13R ପରେ, ଏହି ସିରିଜର ଆଉ ଏକ ସ୍ମାର୍ଟଫୋନ୍ ଖୁବ୍ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ସ୍ମାର୍ଟଫୋନକୁ OnePlus 13T କିମ୍ବା OnePlus 13 Mini ନାମରେ ଉପସ୍ଥାପନା କରାଯାଇପାରିବ । ଏହି ସ୍ମାର୍ଟଫୋନ୍ ସହ ଜଡିତ ଏକ ନୂଆ ଡିଟେଲ୍ ସାମ୍ନାକୁ ଆସିଛି । ଏହି ସ୍ମାର୍ଟଫୋନକୁ ୬,୨୦୦mAh ର ଏକ ପାଓ୍ୱାରଫୁଲ୍ ବ୍ୟାଟେରୀ ସହିତ ଲଞ୍ଚ କରାଯାଇପାରିବ । ଏହା ବ୍ୟତୀତ ଏହି ଫୋନର ଲୁକ୍ iPhone 16 ପରି ହେବ । ଏଥି ସହ ଏହି OnePlus ଫୋନଟି ଆସନ୍ତା ମାସରେ ଅର୍ଥାତ୍ ଏପ୍ରିଲରେ ଲଞ୍ଚ ହୋଇପାରେ ।
OnePlus 13T ବିଷୟରେ ନୂଆ ଡିଟେଲ୍ ଚାଇନିଜ୍ ଟିପଷ୍ଟର ଡିଜିଟାଲ୍ ଚାଟ୍ ଷେ୍ଟସନ୍ ଦ୍ୱାରା ସେୟାର କରାଯାଇଛି । ରିପୋର୍ଟ ଅନୁଯାୟୀ, ଏହି OnePlus ଫୋନରେ ୬.୩ ଇଞ୍ଚର ଡିସପେ୍ଲ ରହିପାରେ । ଏହି ଫୋନରେ ୬,୨୦୦mAh ର ବ୍ୟାଟେରୀ ଦିଆଯିବ । ଏହି ସିରିଜର ଷ୍ଟାଣ୍ଡାର୍ଡ ମଡେଲ୍ OnePlus 13 ରେ ୬.୮୨ ଇଞ୍ଚ ଡିସପେ୍ଲ ଅଛି । ଏହା ବ୍ୟତୀତ OnePlus 13T ରେ ୮୦W ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇପାରିବ ।
ଏଥି ସହ ଏହି OnePlus ଫୋନରେ ୧.୫K ରିଜୋଲ୍ୟୁସନ୍ ବିଶିଷ୍ଟ ଡିସପେ୍ଲ ରହିବ । ଯାହା ୧୨୦Hz ର ହାଇ ରିଫେ୍ରସ୍ ରେଟ୍ ଫିଚର୍ସକୁ ସପୋର୍ଟ କରିବ । ଏହି ସ୍ମାର୍ଟଫୋନରେ ସିକେ୍ୟରୁଟି ପାଇଁ ଇନ୍-ଡିସପେ୍ଲ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇପାରିବ । ଏହା ବ୍ୟତୀତ OnePlus ର ଏହି ଅପକମିଙ୍ଗ ଫୋନର ବ୍ୟକରେ ଡୁଆଲ୍ କ୍ୟାମେରା ସେଟଅପ୍ ମିଳିପାରେ । ଫୋନର କ୍ୟାମେରା ମଡ୍ୟୁଲ୍ iPhone 16 ପରି ହେବ । ଏହାର ଦୁଇଟି କ୍ୟାମେରା ଭର୍ଟିକାଲ୍ ଅଲାଇଣ୍ଡ ହୋଇପାରିବ ।
ଏହି ସ୍ମାର୍ଟଫୋନରେ ୫୦MP ମେନ୍ କ୍ୟାମେରା ରହିଛି, ଯାହା 2x ଅପ୍ଟିକାଲ୍ ଜୁମ୍ କୁ ସପୋର୍ଟ କରିଥାଏ । ଏହା ବ୍ୟତୀତ ଫୋନର ପ୍ରାଇମେରୀ କ୍ୟାମେରା OIS ଅର୍ଥାତ୍ ଅପ୍ଟିକାଲ୍ ଇମେଜ୍ ଷ୍ଟାବ୍ଲାଇଜେସନ୍ ଫିଚରକୁ ମଧ୍ୟ ସପୋର୍ଟ କରିବ । ଫୋପରେ ୫୦MP ର ଟେଲିଫଟୋ ଜୁମ୍ କ୍ୟମେରା ମିଳିବ, ଯାହା 2x ଅପ୍ଟିକାଲ୍ ଜୁମ୍ କୁ ସପୋର୍ଟ କରିପାରିବ । OnePlus ର ଏହି ଅପକମିଙ୍ଗ ଫୋନରେ ୧୬MP ର ସେଲଫି କ୍ୟମେରା ମିଳିପାରିବ । ଏହି ଫୋନ୍ Android 15 ଉପରେ ବେସ୍ଡ OxygenOS ଉପରେ କାମ କରିଥାଏ ।
Nord 5 ମଧ୍ୟ ହେବ ଲଞ୍ଚ :
ବର୍ତ୍ତମାନ OnePlus ଦ୍ୱାରା ଏହି ସ୍ମାର୍ଟଫୋନ ବିଷୟରେ କୌଣସି ଡିଟେଲ୍ ସେୟାର କରାଯାଇ ନାହିଁ । ଏହି ସ୍ମାର୍ଟଫୋନ୍ ବ୍ୟତୀତ, OnePlus ନୂଆ Nord ସିରିଜ ଉପରେ ମଧ୍ୟ କାମ କାରୁଛି । ଚାଇନିଜ୍ କମ୍ପାନୀ OnePlus Nord 5 ଉପରେ ମଧ୍ୟ କାମ କରୁଛି, ଯାହାକୁ ଆଗାମୀ କିଛି ମାସ ମଧ୍ୟରେ ଲଞ୍ଚ କରାଯାଇପାରିବ ।