ଅପେକ୍ଷାର ହେଲା ଅନ୍ତ, ଇନ୍-ଡ଼ିସପ୍ଲେ ଫିଙ୍ଗରପ୍ରିଣ୍ଟ ସହ ଲଞ୍ଚ ହେଲା OnePlus 6T, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ : ଚାଇନା କମ୍ପାନି ୱାନପ୍ଲସ ନିକଟରେ ନ୍ୟୁୟର୍କରେ ଆୟୋଜିତ ହୋଇଥିବା ଇଭେଣ୍ଟରେ ନିଜର ବହୁ ଚର୍ଚ୍ଚିତ OnePlus 6T ଲଞ୍ଚ କରିଛି। କିଛି ସମୟରେ ମଧ୍ୟରେ ୱାନପ୍ଳସ ନିଜର ଚାହିଦା ସହ ବଜାରରେ ନିଜର ଗ୍ରାହକ ସଂଖ୍ୟା ମଧ୍ୟ ବଢ଼ାଇଛି। ତେବେ ଆସନ୍ତୁ ଜାଣିବା କଣ ରହିଛି OnePlus 6Tର ଖାସ ଫିଚର ଏବଂ ମୂଲ୍ୟ ।
OnePlus 6T ସ୍ମାର୍ଟଫୋନରେ ଇନ-ଡ଼ିସପ୍ଳେ ଫିଙ୍ଗରପ୍ରିଣ୍ଟ ସେନ୍ସର, ବଡ଼ ବ୍ୟାଟେରୀ, ବଡ଼ ଡ଼ିସପ୍ଳେ, ଭଲ ଲୋ ଲାଇଟ ଫଟୋଗ୍ରାଫି, ଆନଣ୍ଡ୍ରୋଏଡ଼୍ ପାଏ ୯.୦ ଅପରେଟିଂ ସିଷ୍ଟମ ଏବଂ ସ୍ମାର୍ଟ ବୁଷ୍ଟ ଅପ୍ଟିମାଇଜେସନ୍ ରହିଛି। କମ୍ପାନି ଏଥିରେ ୩.୫ ଏମଏମ୍ ହେଡ଼ଫୋନ୍ ଜ୍ୟାକ୍ ସାମିଲ କରିଛି। OnePlus 6Tରେ ଫାୟରିଂ ସ୍ପିକର ରହିବା ସହ ଅଲ- ଗ୍ଳାସ ବିଳ୍ଡ ବଡ଼ି ସହିତ ରହିଛି। ତେବେ ମୋବାଇଲର ଫେସଲକକୁ ନେଇ କମ୍ପାନି ଏହା ଯୁକ୍ତି ରଖିଛି କି, ଏହା ମାତ୍ର ୦.୩୪ ସେକେଣ୍ଡରେ ଫୋନକୁ ଅନଲକ୍ କରିପାରିବ।
କେତେ ରହିଛି ମୂଲ୍ୟ ?
ଆମେରିକୀ ମାର୍କେଟରେ OnePlus 6Tର ମୂଲ୍ୟ ୫୪୯ ଡ଼ଲାର ଅର୍ଥାତ୍ ଭାରତୀୟ ମୂଦ୍ରାରେ ପାଖାପାଖି ୪୦,୩୦୦ ଟଙ୍କା ରହିଛି। ତେବେ ଏହାକୁ ତିନୋଟି ଭ୍ୟାରିଏଣ୍ଟରେ ଲଞ୍ଚ କରାଯାଇଛି। ଏହାର ୬/୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୪୦,୩୦୦ ରହିଥିବା ବେଳେ ୮/୧୨୮ ଜିବିର ମୂଲ୍ୟ ୪୨,୫୦୦ ଟଙ୍କା ରହିଛି। ଏଥିସହ OnePlus 6Tର ଟପ୍ ଭ୍ୟାରିଏଣ୍ଟ ୮/୨୫୬ ଜିବି ଷ୍ଟୋରେଜର ମୂଲ୍ୟ ପାଖାପାଖି ୪୬,୨୦୦ଟଙ୍କା ରହିଛି।
ଫିଚର
OnePlus 6T ର କ୍ୟାମେରା ଦମଦାର ରହିଛି। ଏଥିରେ ଫ୍ରଣ୍ଟ କ୍ୟାମେରା ୧୬ ମେଗାପିକ୍ସଲ ରହିଥିବା ବେଳେ ରିୟର କ୍ୟାମେରା ରହିଛି ୨୦ ମେଗାପିକ୍ସଲ। ଖାଲି ତାହା ନୁହଁ ଏହାର ରିୟର କ୍ୟାମେରା ସହ ଆପଣ ୪k ଭିଡ଼ିଓ ମଧ୍ୟ ସୁଟିଂ କରିପାରିବେ। ମୋବାଇଲର ଡ଼ିସପ୍ଳେ ୬.୪୧ ଫୁଲ ଏଚଡ଼ି ଡ଼ିସପ୍ଳେ ରହିଛି। ଏଥିସହ ଡ଼ୁଆଲ ସିମ୍ ସପୋଟ ଥିବା ସହ ଏହାର ବ୍ୟାଟେରୀ ରହିଛି ୩,୭୦୦ ଏମଏଏଚ୍।