ଆଜି ଭାରତରେ ଲଞ୍ଚ୍ ହେବ OnePlus 7T ଓ OnePlus TV
ଆଜି ଭାରତରେ ଲଞ୍ଚ୍ ହେବାକୁ ଯାଉଛି OnePlus 7T ଓ OnePlus TV । ଦିଲ୍ଲୀରେ ଆଜି ଏନେଇ କମ୍ପାନୀ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଲଞ୍ଚ୍ ପୂର୍ବରୁ ଓ୍ଵାନ୍ ପ୍ଲସ୍ ତରଫରୁ OnePlus 7T ଓ OnePlus TV କୁ ଅନେକ ଥର ଟିଜ୍ କରାଯାଇଛି। ନୂଆ ଫୋନ୍ 7T ହେଉଛି OnePlus 7 ର ଅପଗ୍ରେଡ୍ ଭର୍ସନ। ଏହି ନୂଆ ସ୍ମାର୍ଟଫୋନରେ ନୂତନ ବ୍ୟାକ୍ ପ୍ୟାନେଲ୍ ଦିଆଯାଇଛି। ଏଥିରେ ଗ୍ରାଡିଏଣ୍ଟ ଡିଜାଇନ୍ ସହ ମେଟ୍ ଫିନିସିଙ୍ଗ୍ର ସୁବିଧା ମଧ୍ୟ ମିଳିବ। OnePlus 7T ରେ ଟ୍ରିପଲ ରିୟର କ୍ୟାମେରା ସୁବିଧା ମଧ୍ୟ ଉପଲବ୍ଧ ଅଛି।
ଅନ୍ୟପଟେ କମ୍ପାନୀ ଓ୍ଵାନ୍ ପ୍ଲସ୍ ଟିଭିକୁ ନେଇ ମଧ୍ୟ ବହୁ ଟିଜର ଜାରି କରିଛି। ଏହି ସ୍ମାର୍ଟ ଟିଭିରେ ଆଡଭାନ୍ସ ଡିସ୍ପ୍ଲେ ଏବଂ ନୂଆ ଡିଜାଇନ୍ ରହିଛି।OnePlus 7T ଓ OnePlus TV ର ଲଞ୍ଚ୍ ଇଭେଣ୍ଟର ଆରମ୍ଭ ଆଜି ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ କମ୍ପାନୀ OnePlus 7 Pro ର ଅପଗ୍ରେଡ OnePlus 7T Pro କୁ ମଧ୍ୟ ଲଞ୍ଚ୍ କରିବା ସମ୍ଭାବନା ରହିଛି।
ଆଜିର କାର୍ଯ୍ୟକ୍ରମରେ OnePlus TV ପାଇଁ କଣ୍ଟେଣ୍ଟ ପାର୍ଟନର ସିପ୍ର ମଧ୍ୟ ଘୋଷଣା ହୋଇପାରେ। ଆସନ୍ତା ୨୯ ତାରିଖରେ ଓ୍ଵାନ୍ପ୍ଲସ୍ ଟିଭିର ବିକ୍ରି ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ ସେଲ୍ରେ କରାଯିବ। OnePlus 7T ର ଲଞ୍ଚ ଇଭେଣ୍ଟର ଲାଇଭ ଷ୍ଟ୍ରିମିଂ YouTube ରେ ଦେଖିବାକୁ ମିଳିବ।
ଏହାସହ ପଢନ୍ତୁ: ଫୋନ୍ରୁ ତୁରନ୍ତୁ ଡିଲିଟ୍ କରନ୍ତୁ ଏହି ଦୁଇଟି ଆପ୍, ନଚେତ୍ ଚୋରି ହୋଇପାରେ ପର୍ସନାଲ ଡାଟା
ବର୍ତ୍ତମାନ ପର୍ଯ୍ୟନ୍ତ କମ୍ପାନୀ ତରଫରୁ OnePlus 7T ର ଦାମ୍ ସମ୍ବନ୍ଧରେ କିଛି କୁହାଯାଇନାହିଁ। ତେବେ ଏହାର ମୂଲ୍ୟ OnePlus 7 ର ପାଖାପାଖି ରହିବ ବୋଲି ଆଶା କରାଯାଉଛି। OnePlus 7 ର ଦାମ 6GB + 128GB ଓ୍ଵାରେଣ୍ଟି ସହ ୩୨,୯୯୯ ଟଙ୍କା ରହିଛି। ସେହିପରି OnePlus TV ର ଦାମ୍ ମଧ୍ୟ ଜଣାପଡ଼ିନାହିଁ। ତେବେ ଆଜି ସନ୍ଧ୍ୟାରେ ଏହି ଟିଭି ଓ ମୋବାଇଲର ଦାମ୍ ସମ୍ପର୍କରେ ସମସ୍ତ ତଥ୍ୟ ମିଳିଯିବ।