ଟେକ୍

ଅନଲାଇନରେ ଲିକ ହେଲା OnePlus 8Tର ସ୍ପେସିଫିକେସନ୍, ନୂଆ ଫିଚର ସହିତ ମିଳିବ ଏହିସବୁ ଫାଇଦା

OnePlus 8Tର ସ୍ପେସିଫିକେସନ୍ ଅନଲାଇନରେ ଲିକ୍ ହୋଇଛି । ଏହାପୂର୍ବରୁ OnePlus 8 ସିରିଜ୍ ପାଇଁ ଆଣ୍ଡ୍ରଏଡ୍ 11ର ଡେଭଲପର୍ ପ୍ରିଭ୍ୟୁରେ ପ୍ରକାଶ ପାଇଥିଲା । ୱାନପ୍ଲାସର ଏହି ନୂତନ ସ୍ମାର୍ଟଫୋନର କୋଡେନାମ Kebab ହେବ ବୋଲି କୁହାଯାଉଛି ଯାହା 120Hzର ଡ଼ିସପ୍ଲେ ରହିବ । ଏହା ବ୍ୟତୀତ OnePlus 8T ଫୋନର କ୍ୱାଡ୍ ରିୟର କ୍ୟାମେରା ସେଟ୍ଅପ୍ ରହିପାରେ ଯାହାର ପ୍ରାଇମେରୀ କ୍ୟାମେରା 48 ମେଗାପିକ୍ସେଲ ରହିବ । OnePlus ବର୍ତ୍ତମାନ ତାର ଏହି ନୂତନ ସ୍ମାର୍ଟଫୋନ୍ ବିଷୟରେ କୌଣସି ସୂଚନା ଦେଇନାହିଁ । ତେବେ କମ୍ପାନୀର ରେକର୍ଡ ଦେଖିଲେ ଜଣାଯାଉଛି ଯେ ଏହା ବର୍ଷକୁ ପ୍ରାୟ ଦୁଇଟି ଫ୍ଲାଗସିପ୍ ସିରିଜ୍ ଲଞ୍ଚ କରେ । ତେଣୁ ଆଶା କରାଯାଉଛି ଯେ କମ୍ପାନୀର ପରବର୍ତ୍ତୀ ସ୍ମାର୍ଟଫୋନ୍ ଲାଇନ୍ଅପ୍ OnePlus 8T ହୋଇପାରେ ।

ସୂଚନା ଅନୁଯାୟୀ ୱାନପ୍ଲସ୍ 8 ଟି ଫୋନ୍ 120Hz AMOLED ଡିସପ୍ଲେ ସହିତ ଆସିପାରେ । କମ୍ପାନୀ OnePlus 8 ସ୍ମାର୍ଟଫୋନରେ 90Hz ରିଫ୍ରେଶ ରେଟ ଦେଇଥିଲା, କିନ୍ତୁ OnePlus 8 Proର ଡିସପ୍ଲେ ପ୍ୟାନେଲ୍ 120 Hz ସହିତ ଆସିପାରେ । ଅପଟିକାଲସ ବିଷୟରେ ରିପୋର୍ଟରେ ଦର୍ଶାଯାଇଛି ଯେ OnePlus 8Tରେ କ୍ୱାଡ ରିଅର କ୍ୟାମେରା ସେଟଅପ୍ ଦିଆଯିବ । ଯାହାର ପ୍ରାଥମିକ କ୍ୟାମେରା 48 ମେଗାପିକ୍ସେଲ ହେବ। ଏହା ସହିତ 16 ମେଗାପିକ୍ସେଲ ୱାଇ-ଆଙ୍ଗଲ୍ ସୁଟର ରହିବ । କ୍ୟାମେରା ସେଟଅପ୍ ରେ 5 ମେଗାପିକ୍ସେଲ ମାକ୍ରୋ ଲେନ୍ସ ଏବଂ 2 ମେଗାପିକ୍ସେଲ ପୋଟ୍ରେଟ୍ ଲେନ୍ସ ମଧ୍ୟ ଦିଆଯାଇପାରେ ।

48 ମେଗାପିକ୍ସେଲ ପ୍ରାଥମିକ କ୍ୟାମେରା ସହିତ OnePlus 8T ସ୍ମାର୍ଟଫୋନ୍ ଠିକ୍ OnePlus 8 ପରି ରହିବ । ଯେଉଁଥିରେ କମ୍ପାନୀ 48 ମେଗାପିକ୍ସେଲ ପ୍ରାଥମିକ ସେନ୍ସର ମଧ୍ୟ ଦେଇଛି । ଯଦିଓ ଆଣ୍ଡ୍ରଏଡ୍ ସେଣ୍ଟ୍ରଲର କହିବା ଅନୁଯାୟୀ OnePlus 8T ଫୋନ୍ ଏକ ନୂଆ ଇମେଜିଙ୍ଗ୍ ସେନ୍ସର ସହିତ ଆସିବ । ତେଣୁ ଆପଣ ଏକ ନୂତନ ସ୍ମାର୍ଟଫୋନ୍ ସହିତ ଏକ ନୂତନ ଅଭିଜ୍ଞତା ମଧ୍ୟ ପାଇପାରନ୍ତି । OnePlus 8T ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 11 ଆଧାରିତ OxygenOS 11ରେ କାମ କରିବ ବୋଲି ଆଶା କରାଯାଉଛି । ଅନୁମାନ କରାଯାଉଛି ଯେ ଏହି ଫୋନ୍ କ୍ୱାଲକମ୍ ସ୍ନାପଡ୍ରାଗନ୍ 865+ ପ୍ରୋସେସର ସହିତ ଆସିପାରେ ଯାହା ସହିତ 8GB ରାମ୍ ଏବଂ 128GB ଷ୍ଟୋରେଜ୍ ମଧ୍ୟ ଦିଆଯାଇପାରେ ।

OnePlus 8ର ଡିଜାଇନ ତୁଳନାରେ କମ୍ପାନୀ OnePlus 8T ରେ ଅଧିକ କିଛି ପରିବର୍ତ୍ତନ ଆଣିବ ନାହିଁ । ଯାହା ନିକଟରେ ରେଣ୍ଡର ଦ୍ୱାରା ପ୍ରକାଶ ପାଇଥିଲା । OnePlus 8T Pro ବିଷୟରେ କହିବାକୁ ଗଲେ, ଏଥିରେ 64 ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ସେନସର ଦିଆଯାଇପାରେ । ଉଭୟ OnePlus ସ୍ମାର୍ଟଫୋନ୍ 65W ଫାଷ୍ଟ ଚାର୍ଜିଂ ସପୋର୍ଟ ସହିତ ଆସିବ । OnePlus 8T ସ୍ମାର୍ଟଫୋନ୍ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ଏହା ଗତ ବର୍ଷ ସେପ୍ଟେମ୍ବର 26 ରେ ହୋଇଥିବା OnePlus 7T ସିରିଜ୍ ଲଞ୍ଚ ଭଳି ରହିବ ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago