କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍ ଥିବା ଫୋନ୍ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ବହୁତ ବଢ଼ିଆ ଫିଚର୍ସ ଏବଂ ସ୍ପେସିଫିକେସନ୍ସ ସହିତ ଲଞ୍ଚ୍ ହେବାକୁ ଯାଉଛି OnePlus Ace 3 Pro । ବହୁତ ଦିନ ଧରି ଏହି ଡିଜାଇନ୍ ବିଷୟରେ ଅନେକ ଖବର ଆସୁଥିଲା । କୁହାଯାଉଥିଲା ଯେ ଏହି ଫୋନ୍ ୪ କ୍ୟାମେରା ଏବଂ ୧୦୦ ଓ୍ଵାଟ୍ ଚାର୍ଜିଙ୍ଗ ସହିତ ଲଞ୍ଚ୍ ହୋଇପାରେ । ୬.୭୮ଇଞ୍ଚର OLED ଡିସପ୍ଲେ ଦିଆଯାଇଛି ଏଥିରେ । ତେବେ କହିବାକୁ ଚାହିଁବୁ ଯେ ଟିପ୍ସଟର, ଡିଜିଟାଲ ଚାଟ୍ ଷ୍ଟେସନ ଓ୍ଵାନଫ୍ଲସର ଏହି ଫୋନ୍ ବିଷୟରେ ଖୁଲାସା କରିଛି । କହିଛି ଯେ ଫୋନ୍ କେଉଁ ପ୍ରକାରର ମ୍ୟାଟେରିୟାଲ ହିତ ଲଞ୍ଚ୍ ହୋଇପାରେ ।
ଡିସିଏସ ଅନୁସାରେ OnePlus Ace 3 Proକୁ ତିନି ପ୍ରକାରର ମ୍ୟାଟେରିଆଲରେ ଅଣାଯିବ । ସେରାମିକ, ଗ୍ଲାସ ଏବଂ ଲେଦର । ସେରାମିକ୍ ମଡେଲର ବ୍ୟାକ୍ ହ୍ଵାଇଟ ରଙ୍ଗର ହୋଇପାରେ । ଗ୍ଲାସ ଭ୍ୟାରିୟଣ୍ଟରେ ବ୍ରାଇଟ୍ ସିଲଭର ଫିନିସ୍ ଦିଆଯାଇପାରେ । ବ୍ୟାକ୍ ସାଇଡରେ ଡିଜାଇନ୍ ଲେବେଲରେ କିଛି ଅପଗ୍ରେଡ ଦେଖିବାକୁ ମିଳିପାରେ ।
କିିଛି ଦିନ ପୂର୍ବରୁ ଆସିଥିବା ରିପୋର୍ଟରୁ ଜଣାପଡିଥିଲା ଯେ ଓ୍ଵାନପ୍ଲସ୍ ଏସିଇ୩ ପ୍ରୋରେ ୬.୭୮ ଇଞ୍ଚର OLED ଡିସପ୍ଲେ ଦିଆଯାଇପାରେ । ଯାହା ୧.୫କେ ରେଜୋଲୁସନକୁ ସପୋର୍ଟ କରିବ । ଏହି ଫୋନରେ ୧୬ ମେଗାପିକ୍ସେଲର ସେଲ୍ଫି କ୍ୟାମେରା ଦିଆଯାଇପାରେ । ଯାହା ପଞ୍ଚ୍ ହୋଲ କଟଆଉଟ ଭିତରେ ରହିବ । ଏସିଇ ୩ ପ୍ରୋରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ଦିଆଯିବ । ଯାହା ହୋଇପାରେ ।
ତେବେ ଗୁଜବ ଉଠୁଛି ଯେ ଏସ୍ ୩ ପ୍ରୋକୁ କ୍ୱାଲକମ୍ ସ୍ନାପଡ୍ରାଗନ ୮ ଜେନ୍ ୩ ପ୍ରୋସେସର ସହ ପ୍ୟାକ୍ କରାଯାଇପାରେ । ଡିସିଏସ ପୂର୍ବରୁ କହିଥିଲା ଯେ ଫୋନରେ ବଡ ବ୍ୟାଟେରୀ ଦିଆଯିବ, ଯାହା ୬୧୦୦ ଏମଏଏଚ ର ହୋଇପାରେ । ଏବଂ ୧୦୦ଓ୍ଵାଟ୍ ଓ୍ଵାୟର୍ଡ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିବ । ଯଦି ଏମିତି ହୁଏ ତାହେଲେ ଏହା ସବୁଠାରୁ ବଡ ବ୍ୟାଟେରୀ ଥିବା ଓ୍ଵାନପ୍ଲସ ସ୍ମାର୍ଟଫୋନ୍ ହେବ । ଏହାର ଡିଜାଇନ ଲେବଲକୁ ନେଇ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିିଳିପାରେ ।
ତେବେ ଅପେକ୍ଷା କରି ରୁହନ୍ତୁ ଏହାର ଲଞ୍ଚ୍ ଡେଟକୁ । ଲଞ୍ଚିଙ୍ଗ ଡେଟ୍ ଜାଣିବା ପାଇଁ ଫଲୋ କରୁଥାନ୍ତୁ ଆମ ଚ୍ୟାନେଲକୁ । ଯଦି ଆପଣଙ୍କ ଫୋନ୍ ଭାଙ୍ଗି ଯାଇଛି କିମ୍ବା ଚୋରି ହୋଇଛି ଆଉ ଆପଣ ଭାବୁଛନ୍ତି ଗୋଟେ ନୂଆ ଫୋନ୍ ଆଣିବାକୁ, ତାହେଲେ ଟିକେ ଅପେକ୍ଷା କରିଯାନ୍ତୁ । ଖୁବଶୀଘ୍ର ଆସୁଛି ଓ୍ଵାନପ୍ଲସର ଏହି ଜବରଦସ୍ତ ମଡେଲ୍ ।