ସାମ୍ନାକୁ ଆସିଲା OnePlus Ace 5 Proର ଫିଚର୍ସ, ଜାଣନ୍ତୁ କେବେ ହେବ ଲଞ୍ଚ

ସ୍ମାର୍ଟଫୋନ୍ ଉତ୍ପାଦନକାରୀ କମ୍ପାନୀ OnePlus ର ସ୍ମାର୍ଟଫୋନ୍ ବେଶ ଲୋକପ୍ରିୟ ହୋଇପାରିଛି । ଏହାର କ୍ୟାମେରା କ୍ୱାଲିଟି ଏବଂ ଡିଜାଇନ୍ ହେତୁ ଲୋକମାନେ ଏହି ଫୋନକୁ ବହୁତ ପସନ୍ଦ କରନ୍ତି । ଏଭଳି ପରିସ୍ଥିତିରେ କମ୍ପାନୀର ନୂଆ ପ୍ରଡକ୍ଟ OnePlus Ace 5 Pro ର ଫିଚର୍ସ ଲଞ୍ଚ ପୂର୍ବରୁ ଲିକ୍ ହୋଇଛି । ବିଶ୍ୱାସ କରାଯାଏ ଯେ କମ୍ପାନୀ ଏହି ଫୋନକୁ Snapdragon 8 Gen 4 ପ୍ରୋସେସର ସହିତ ଲଞ୍ଚ କରିପାରିବ । ଆପଣଙ୍କୁ କହି ରଖୁଛୁ ଟିପଷ୍ଟର ଡିଜିଟାଲ୍ ଚାଟ୍ ଷ୍ଟେସନ୍ ଏହାର ଫିଚର୍ସ ପ୍ରକାଶ କରିଛି ।

ଡିଜିଟାଲ୍ ଚାଟ୍ ଷ୍ଟେସନ୍ ଅନୁଯାୟୀ କମ୍ପାନୀର ଆଗାମୀ ସ୍ମାର୍ଟଫୋନ୍ Oneplus Ace 5 Pro ହୋଇପାରେ । ଏହି ସ୍ମାର୍ଟଫୋନ୍ Snapdragon 8 Gen 4 ପ୍ରୋସେସର ସହିତ ଲଞ୍ଚ କରାଯାଇପାରେ । ଏହା ବ୍ୟତୀତ, OnePlus Ace 5 Pro ଏକ ହାଇ-ଏଣ୍ଡ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ହେବ ଯେଉଁଥିରେ କମ୍ପାନୀ ୧. ୫K ରିଜୋଲ୍ୟୁସନ୍ ସପୋର୍ଟରେ BOE X2 ଫ୍ଲାଟ ଡିସପ୍ଲେ ପ୍ରଦାନ କରିପାରିବ ବୋଲି ବିଶ୍ୱାସ କରାଯାଏ ।

OnePlus Ace 5 ଫିଚର୍ସ:
OnePlus Ace 5 ସ୍ମାର୍ଟଫୋନରେ ମାଇକ୍ରୋ-କର୍ଭଡ୍ ଡିଜାଇନ୍ ସହିତ ୬. ୭୮-ଇଞ୍ଚ 8T LTPO ଡ଼ିସପ୍ଲେ ମିଳିପାରିବ । ଏହି ଡିସପ୍ଲେ ୧୨୦ Hz ର ଏକ ରିଫ୍ରେଶ ରେଟ ମଧ୍ୟ ସପୋର୍ଟ କରିବ । ସୂଚନା ଅନୁଯାୟୀ, ଏହି ସ୍ମାର୍ଟଫୋନରେ ୬, ୨୦୦mAh ର ଏକ ଦମଦାର ବ୍ୟାଟେରୀ ମିଳିବାର ସମ୍ଭାବନା ଅଛି । ଏହି ବ୍ୟାଟେରୀ ୧୦୦ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ ।

କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ ଏହି ଆଗାମୀ ସ୍ମାର୍ଟଫୋନରେ ୫0 ମେଗାପିକ୍ସେଲ ଅଲଟ୍ରାୱାଇଡ୍ ଆଙ୍ଗଲ୍ ଏବଂ ୫୦ ମେଗାପିକ୍ସେଲ ଟେଲିଫୋଟୋ କ୍ୟାମେରା ସହିତ ୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା ରହିବ ବୋଲି ଆଶା କରାଯାଉଛି ।

କେବେ ହେବ ଲଞ୍ଚ?
ବର୍ତ୍ତମାନ, OnePlus ର ଏହି ଆଗାମୀ ସ୍ମାର୍ଟଫୋନର ଲଞ୍ଚ ଡେଟ୍ ପ୍ରକାଶ ପାଇନାହିଁ । କିନ୍ତୁ ବିଶ୍ୱାସ କରାଯାଏ ଯେ କମ୍ପାନୀ ଏହି ଫୋନକୁ ୨୦୨୪ ବର୍ଷ ଶେଷ ପୂର୍ବରୁ ମାର୍କେଟରେ ଲଞ୍ଚ କରିପାରେ । ଏହି ସ୍ମାର୍ଟଫୋନ ଲଞ୍ଚ ହେବା ପରେ ମାର୍କେଟରେ ଥିବା ଅନେକ ସ୍ମାର୍ଟଫୋନକୁ କଠୋର ପ୍ରତିଯୋଗିତା ମଧ୍ୟ ଦେଇପାରେ । କମ୍ପାନୀ ଏହି ଫୋନକୁ ୩୦ ହଜାର ଟଙ୍କା ରେଞ୍ଜରେ ଲଞ୍ଚ କରିପାରେ ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।