ଟେକ୍

OnePlus ଆଣୁଛି ଦମଦାର ଟ୍ୟାବଲେଟ୍‌, ଡିଜାଇନ୍‌ ଓ ଫିଚର୍ସ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅକ୍ଟୋବର ୬ରେ ଭାରତରେ OnePlus Pad Go ଲଞ୍ଚ ହେବ । ଏହାକୁ OnePlus India ୱେବସାଇଟ୍, ଆମାଜନ୍‌ ଓ ପ୍ଲିପକାର୍ଟରୁ କିଣାଯାଇପାରିବ । କୁହାଯାଉଛି ଚାଇନାରେ ଓପୋ ପ୍ୟାଡ ଏୟାର 2 କୁହାଯାଉଥିବା ଏହି ଟ୍ୟାବଲେଟ୍‌ ଭାରତରେ OnePlus Pad Go ଭାବରେ ଲଞ୍ଚ କରାଯିବ । OnePlus ଲଞ୍ଚ ପୂର୍ବରୁ ଏହି ଟ୍ୟାବଲେଟ୍‌ ପାଇଁ କିଛି ଫିଚର୍ସ ବିଷୟରେ ଖୁଲାସା କରିଛି । ଜଣେ ଟିପଷ୍ଟର ଏହି ଟ୍ୟାବଲେଟ୍‌ ବିଷୟରେ କିଛି ସୂଚନା ସେୟାର କରିଛନ୍ତି ।

OnePlus Pad Go ସ୍ପେସିଫିକେସନ୍‌ :
OnePlus Pad Goରେ ୧୧.୩୫ ଇଞ୍ଚର LCD ଡିସପ୍ଲେ, ୨.୪K ରିଜୋଲ୍ୟୁସନ ଏବଂ ୭.୫ ଆସପେକ୍ଟ ରେସିଓ ରହିଥିବ । ଅଡିଓ ପାଇଁ ଡିଭାଇସରେ ଡଲବି ଆଟମାସ ପ୍ରୋସେସ କ୍ୱାଡ ସ୍ପିକର ରହିଥିବ । ଟିପଷ୍ଟର କହିଛନ୍ତି OnePlus Pad Goରେ ମେଡିଆଟେକ ପ୍ରୋସେସର ଏବଂ 4G LTE କନେକ୍ଟିଭିଟି ଥିବ । ଏଥିପାଇଁ କମ୍ପାନୀ କେବଳ ୱାଇ-ଫାଇ ଏବଂ ୱାଇ-ଫାଇ + ସେଲ୍ୟୁଲାର୍ ଭର୍ସନରେ ଡିଭାଇସ୍ ପ୍ରଦାନ କରିବ ।

OnePlus Pad Go :
OnePlus Pad Go ଏକ ଶକ୍ତିଶାଳୀ ଟ୍ୟାବଲେଟ ହେବ ଯେଉଁଥିରେ ୮ GB RAM ଏବଂ ୨୫୬ GB ଷ୍ଟୋରେଜ୍ ରହିଥିବ । ଏଥିରେ ଏକ ମାଇକ୍ରୋ SD କାର୍ଡ ସ୍ଲଟ୍ ମଧ୍ୟ ରହିବ ଯାହା ଦ୍ୱାରା ଆପଣ ଆପଣଙ୍କର ଷ୍ଟୋରେଜ୍ କ୍ଷମତାକୁ ବଢ଼ାଇ ପାରିବେ । ଟ୍ୟାବଲେଟ୍ ColorOS 13.2 ଆଧାରିତ ଆଣ୍ଡ୍ରଏଡ୍ 13 ରେ ଚାଲିବ । ଏହା ୱାନପ୍ଲସ୍ ପ୍ୟାଡ୍ ତୁଳନାରେ ହାଲୁକା ହେବ, ଯାହାର ଓଜନ ୫୨୩ ଗ୍ରାମ ହେବ ବୋଲି କୁହାଯାଉଛି ।

OnePlus Pad Go ବ୍ୟାଟେରୀ :
OnePlus ଅକ୍ଟୋବର ମାସରେ ବଜାରରେ OnePlus ଫୋଲ୍ଡ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ୧୯ ଅକ୍ଟୋବରରେ ଏହି ଫୋନ ଆସିବ ଏବଂ ଏଥିରେ 2K ଫୋଲଡେବଲ୍ ଡିସପ୍ଲେ, ସ୍ନାପଡ୍ରାଗନ୍ ୮ ଜେନ ୨ ଚିପସେଟ, ୫୦ ମେଗାପିକ୍ସେଲ ଟ୍ରିପଲ କ୍ୟାମେରା ୟୁନିଟ୍ ଏବଂ ୬୭W ଫାଷ୍ଟ ଚାର୍ଜିଂ ସହିତ ୪,୮୦୦mAh ବ୍ୟାଟେରୀ ରହିବ ।

Subhalaxmi Das

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

28 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

47 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

55 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago