‘ୱାନପ୍ଲସ ଟିଭି’ ନାମରେ ଲଞ୍ଚ ହେବ ୱାନ ପ୍ଲସର ସ୍ମାର୍ଟ ଟିଭି

ଚୀନର ସ୍ମାର୍ଟଫୋନ କମ୍ପାନୀ ୱାନପ୍ଲସର ସ୍ମାର୍ଟ ଟିଭି ଚଳିତ ବର୍ଷ ବଜାରରେ ଏଣ୍ଟ୍ରି କରିବ ବୋଲି ଏହାର କୋ ଫାଉଣ୍ଡର ଏବଂ ସିଇଓ ପିତ ଲାଉ ଗତବର୍ଷ ସେପ୍ଟେମ୍ବର ମାସରେ ଘୋଷଣା କରିଥିଲେ ଏବଂ ଏହା ସମ୍ବନ୍ଧିତ ସେ ଅନ୍ୟ କୌଣସି ସୂଚନା ଦେଇ ନଥିଲେ । ବର୍ତ୍ତମାନ ୱାନପ୍ଲସର ସେହି ସ୍ମାର୍ଟ ଟିଭିର ନାମ “ୱାନପ୍ଲସ ଟିଭି” ରହିବ ବୋଲି କମ୍ପାନୀ ଘୋଷଣା କରିଛି । ଏପରିକି ୱାନପ୍ଲସର ଫୋରମରେ ଏକ ବ୍ଲଗ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ୱାନପ୍ଲସ ଟିଭିର ଲୋଗୋ ମଧ୍ୟ ରହିଛି ।

ଗତବର୍ଷ କମ୍ପାନୀ ଫୋରମରେ ନିଜର ଟିଭି ପାଇଁ “OnePlus TV: You Name It” ନାମକ ଏକ କନ୍ଟେଷ୍ଟ ଆୟୋଜନ କରିଥିଲା । ୱାନପ୍ଲସ ଟିଭିର ଲୋଗୋ ଅଧିକ ମାତ୍ରାରେ ପ୍ରାଚୀନ ହିନ୍ଦୁର ପ୍ରତୀକ ଏବଂ ପ୍ରସିଦ୍ଧ ପ୍ରାଚୀନ ୟୁନାନୀ ମନ୍ଦିର ଓ ଆର୍ଗୋସ ମନ୍ଦିରରୁ ଅନୁପ୍ରାଣିତ ହୋଇଛି । କମ୍ପାନୀର କହିବା ଅନୁଯାୟୀ ନାମ ପରାମର୍ଶ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ଏବଂ ଏହାର ପ୍ରଥମ ପୁରସ୍କାର କିଛି ସ୍ୱତନ୍ତ୍ର ରଖାଯିବ । ଅନୁମାନ କରାଯାଉଛି କି ପ୍ରଥମ ପୁରସ୍କାର ଭାବରେ ୱାନପ୍ଲସ ଟିଭି ମଧ୍ୟ ଦିଆଯାଇପାରେ ।

ଏହାସହ ପଢନ୍ତୁ ଏଣିକି ସେଲ୍ଫି ଭିଡିଓରୁ ଜଣାପଡିବ ଆପଣଙ୍କ ବ୍ଲଡ଼ ପ୍ରେସର

କିଛିଦିନ ପୂର୍ବରୁ ମିଳିଥିବା ଏକ ରିପୋର୍ଟରେ ଦାବି କରାଯାଇଛି କି ୱାନପ୍ଲସ ଟିଭି ଚାରୋଟି ଭିନ୍ନ ଭିନ୍ନ ସାଇଜରେ ସ୍ମାର୍ଟ ଟିଭି ବଜାରକୁ ଆସିବ । ଯେଉଁଥିରେ ୪୩ ଇଞ୍ଚ, ୫୫ ଇଞ୍ଚ, ୬୫ ଇଞ୍ଚ ଏବଂ ୭୫ ଇଞ୍ଚର ଟିଭି ରହିବ । କୁହାଯାଉଛି କି ଟିଭିରେ ୱାନପ୍ଲସର OxygenOS ମଧ୍ୟ ମିଳିବ । ଏହା ବ୍ୟତୀତ ଟିଭିରେ ବ୍ଲୁଟୁଥ 5.0 ଏବଂ 4K HDR ଡିସପ୍ଲେ ମିଳିବ ।