ଟେକ୍

ଲଞ୍ଚ ହେଲା OnePlusର ପ୍ରଥମ ଫୋଲଡେବଲ୍‌ ଫୋନ୍‌, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

ଯଦି ଆପଣ ନିଜ ପାଇଁ ଫୋଲଡେବଲ ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଭାବୁଥିବେ ଯେ କେଉଁ ଫୋନ ଆଣିଲେ ଭଲ ହେବ । କିନ୍ତୁ ବର୍ତ୍ତମାନ ଆପଣ ଏହି ଚିନ୍ତାରୁ ମୁକ୍ତ ହୋଇ ପାରିବେ । କାରଣ OnePlus ନିଜ ୟୁଜରମାନଙ୍କ ପାଇଁ ନେଇ ଆସିଛି ବେଷ୍ଟ ଫୋଲଡେବଲ୍‌ ଫୋନ । OnePlus ଏହାର ପ୍ରଥମ ଫୋଲଡେବଲ୍‌ ଫୋନ OnePlus Open ଲଞ୍ଚ କରିଛି । ଏହି ଫୋନ ଦୁଇଟି କଲର ଅପ୍ସନ ଏମରାଲ୍ଡ ଗ୍ରୀନ ଏବଂ ଭଏଗାର ବ୍ଲାକ କଲରରେ ଲଞ୍ଚ ହୋଇଛି । OnePlus ଏହାର ଦଶମ ବାର୍ଷିକୀରେ OnePlus Open ଫୋଲଡେବଲ୍ ଫୋନ୍ ଲଞ୍ଚ କରିଛି । OnePlus ଓପନ୍ ଫୋଲଡେବଲ୍ ଫୋନର ଓଜନ ୨୩୮ ଗ୍ରାମ, ତେଣୁ ଏହାକୁ ସହଜରେ ସବୁ ସ୍ଥାନକୁ ନେଇ ହେବ । ଏହି ଫୋନର ବଡି ଷ୍ଟେନଲେସ୍‌ ଷ୍ଟିଲ, ଟାଇଟାନିୟମ ଫ୍ରେମ ଏବଂ କାର୍ବନ ଫାଇବରରୁ ପ୍ରସ୍ତୁତ କରାଯାଇଛି ।

OnePlus Open ଫୋଲଡେବଲ୍ ଫୋନରେ ଫ୍ଲାଗସିପ୍‌ ଇମେଜ୍‌ କ୍ୱାଲିଟି ଦିଆଯାଇଛି । ଏହି ଫୋନରେ ତିନୋଟି ପାଓ୍ଵାରଫୁଲ୍‌ ସେନ୍ସର ଦିଆଯାଇଛି । ଯେଉଁଥିରେ ପ୍ରାଇମେରୀ ସେନ୍ସର ୪୮ MP ସୋନି LYT-T808 ପିକ୍ସେଲ ଷ୍ଟକ୍ଡ ସେନ୍ସର ଦିଆଯାଇଛି । ଲୋ ଲାଇଟ ସୁଟିଂ ପାଇଁ OnePlus ଓପନ୍ ଫୋଲଡେବଲ୍ ଫୋନରେ ୬୪MP ଟେଲିଫୋଟୋ କ୍ୟାମେରା ଦିଆଯାଇଛି, ଯାହା 3x ଜୁମ୍ ଏବଂ 6x ଜୁମ୍ ସେଟିଙ୍ଗ୍ ସହିତ ଆସିଥାଏ । ଏହି ଫୋନରେ ଅଲଟ୍ରା ରେସ୍‌ ଜୁମ୍‌ ସହିତ AI ସପୋର୍ଟ ସେନସର ଦିଆଯାଇଛି । ଆପଣ ଏହି ଫୋନ୍ ମାଧ୍ୟମରେ 4K ଭିଡିଓ ମଧ୍ୟ ସୁଟ୍ କରିପାରିବେ ।

OnePlus ଓପନ୍ ଫୋଲଡେବଲ୍ ଫୋନର ଡିସପ୍ଲେ ଫୋଲ୍ଡ ହେବାବେଳେ ୬.୩୧ ଇଞ୍ଚ, କିନ୍ତୁ ଆପଣ ଏହାକୁ ଖୋଲିବା ମାତ୍ରେ ଏହା ୭.୮୨ ଇଞ୍ଚର ହୋଇଯାଏ । ଏହାର ରିଫ୍ରେସ ରେଟ ୧୨୦Hz ଏବଂ LTPO 3.0, 10 ବିଟ୍ କଲର ଦିଆଯାଇଛି । ଏହା ସହିତ ଫୋନରେ ୨୮୦୦ ନିଟ୍ସର ପିକ୍‌ ବ୍ରାଇଟନେସ ମିଳିଥାଏ । OnePlus ଓପନ୍ ଫୋଲଡେବଲ୍ ଫୋନରେ ଅକ୍ସିଜେନ OS ଦିଆଯାଇଛି, ଯାହା ଆପଣଙ୍କୁ ମଲ୍ଟି ଟାସ୍କିଂ ଦେଇଥାଏ । ଆପଣ ଏହି ଫୋନରେ ଏକା ସହିତ ଦୁଇଟି ଟ୍ୟାବ୍ ଖୋଲିପାରିବେ ।

OnePlus ଏହି ଫୋନକୁ ୧,୩୯,୯୯ ଟଙ୍କାରେ ଲଞ୍ଚ କରିଛି ଏବଂ ଏହାର ପ୍ରି-ବୁକିଂ ୧୯ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି । OnePlus ଓପନ୍ ଫୋଲଡେବଲ୍ ଫୋନର ପ୍ରଥମ ସେଲ୍‌ ଅକ୍ଟୋବର ୨୭ରୁ ଆରମ୍ଭ ହେବ ।

 

Subhalaxmi Das

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

12 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

14 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

54 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago