ଟେକ୍

OnePlus ଲଞ୍ଚ୍‌ କଲା ପ୍ରଥମ ସ୍ମାର୍ଟଓ୍ଵାଚ୍‌ OnePlus Watch, ଜାଣନ୍ତୁ ଦାମ୍‌ ଏବଂ ଫିଚର୍ସ

OnePlus 9 ସିରିଜ୍‌ର ପ୍ରଥମ ସ୍ମାର୍ଟଓ୍ଵାଚ୍‌ OnePlus Watchକୁ ଲଞ୍ଚ୍‌ କରି ଦିଆଯାଇଛି। ସ୍ମାର୍ଟଓ୍ଵାଚ୍‌କୁ ୟୁଜରମାନେ OnePlus TV ସହିତ କନେକ୍ଟ କରି ଟିଭିର ଭଲ୍ୟୁମ୍‌କୁ କଣ୍ଟ୍ରୋଲ କରିପାରିବେ। ଏହି ଡିଭାଇସ୍‌ ଆପଣଙ୍କୁ ସିଙ୍ଗଲ ଭେରିଏଣ୍ଟ ଏବଂ ଦୁଇଟି କଲର୍‌ ଅପ୍‌ଶନରେ ମିଳିବ। କମ୍ପାନୀ ମୁତାବକ, ଭାରତରେ ଏହି ଡିଭାଇସ୍‌କୁ ଆପଣ ୧୬,୯୯୯ ଟଙ୍କାରେ କିଣିପାରିବେ।

କିନ୍ତୁ ଇଣ୍ଡିଆନ୍‌ େଓ୍ଵବ୍‌ସାଇଟରେ ଲିଷ୍ଟେଡ୍‌ ୟୁଜର୍ସ ଏହାକୁ ବ୍ଲାକ୍‌ ଏବଂ ହ୍ଵାଇଟ୍‌ ଦୁଇଟି କଲର୍‌ ଭେରିଏଣ୍ଟରେ ୧୪,୯୯୯ ଟଙ୍କାରେ କିଣିପାରିବେ। ଯଦିଓ ଏବେ ଏହା ସ୍ପଷ୍ଟ ହୋଇନାହିଁ କି, ଏହି ଡିଭାଇସ୍‌ େଓ୍ଵବ୍‌ସାଇଟରେ କେବେଠାରୁ ଉପଲବ୍ଧ ହେବ। OnePlus Watch ସିଙ୍ଗଲ ଚାର୍ଜରେ ଦୁଇ ସପ୍ତାହର ବ୍ୟାଟେରୀ ଲାଇଫ୍‌ ଦେଇପାରିବ ଏବଂ ଏହି ଡିଭାଇସ୍‌ Warp Charge ସପୋର୍ଟ ସହିତ ରହିବ।

ସବୁଠାରୁ ଖାସ୍‌ ଫିଚର

OnePlus Watchର ସବୁଠାରୁ ଖାସ୍‌ ଫିଚର ହେଉଛି, ୟୁଜର ଏହାକୁ OnePlus TV ସହିତ କନେକ୍ଟ କରିପାରିବେ ଏବଂ ଏହାପରେ OnePlus TVର ଭଲ୍ୟୁମ୍‌କୁ ସ୍ମାର୍ଟଓ୍ଵାଚ୍‌ ସାହାଯ୍ୟରେ କମ୍‌ କିମ୍ବା ଅଧିକ କରିପାରିବେ। ଯଦି ଟିଭି ଦେଖିବା ସମୟରେ ଆପଣ ଶୋଇଯାଇଛନ୍ତି, ତ OnePlus Watch ଆପେ ଟିଭିକୁ ବନ୍ଦ କରିଦେବ। କିନ୍ତୁ ଏହି ଫିଚର କିଛି ବଛା ବଛା ଟିଭି ମଡେଲରେ ହିଁ ଉପଲବ୍ଧ ହେବ।

ଏମୋଲେଡ୍‌ ଡିସ୍‌ପ୍ଲେ

OnePlus Watchର ସାଇଡ୍‌ ପ୍ୟାନେଲରେ ଦୁଇଟି ବଟନ ଦିଆଯାଇଛି। ଏହି ସ୍ମାର୍ଟଓ୍ଵାଚ୍‌ ସର୍କୁଲାର ଡାଏଲରେ 46mm ସାଇଜ୍‌ ସହିତ ରହିବ। ଏଥିରେ ଆପଣଙ୍କୁ 1.9 ଇଞ୍ଚର ଏମୋଲେଡ୍‌ ଡିସ୍‌ପ୍ଲେ ବି ମିଳିବ, ଯେଉଁଥିରେ ଆପଣଙ୍କୁ ୫୦ରୁ ଅଧିକ ଓ୍ଵାଚ୍‌ ଫେସ୍‌ ମିଳିବ। ଏହାକୁ ଆପଣ ନିଜ ପସନ୍ଦ ଅନୁସାରେ ବଦଳାଇ ମଧ୍ୟ ପାରିବେ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago