୩ଟି ପ୍ରଡକ୍ଟ ନେଇ ଆସୁଛି ଗ୍ଲୋବାଲ ଟେକ୍ନୋଲୋଜି ଜିଆଣ୍ଟ ଓ୍ଵାନପ୍ଲସ, ଫେବୃଆରୀ ୭ରୁ ଭାରତରେ ମିଳିବ ଏହି ପ୍ରଡକ୍ଟ

କେନ୍ୟୁଜ୍‌(ବ୍ୟୁରୋ): ଫେବୃଆରୀ ୭ରେ ଓ୍ଵାନପ୍ଲସର ଲଞ୍ଚ ଧମାକା । ଏକା ସାଙ୍ଗରେ ୩ଟି ପ୍ରଡକ୍ଟ ନେଇ ଆସୁଛି ଚାଇନିଜ ଟେକ୍ନୋଲୋଜି ଜିଆଣ୍ଟ ଓ୍ଵାନପ୍ଲସ । କମ୍ପାନୀ ତାର ଲଞ୍ଚ ଇଭେଣ୍ଟ କ୍ଲାଉଡ 11ରେ OnePlus TV 65 Q2 Pro, OnePlus 11 smartphone ଓ OnePlus Buds 2 Pro TWS ର ଲଞ୍ଚ କରିବାକୁ ଯାଉଛି ।
OnePlus TV 65 Q2 Pro ରେ ଆପଣଙ୍କୁ ସୁପରିଅର ହାଡେଓ୍ଵର ଓ ସପ୍ଟେଓ୍ଵର ଫିଚର ମିଳିବ । ଏଥିରେ ଆପଣ ପ୍ରିମିୟମ କ୍ୱାଲିଟିର ସ୍ମାଟର କନେକ୍ଟଟେଡ ଇକୋସିଷ୍ଟମର ଅନୁଭୁତି ପାଇ ପାରିବେ । ଏହି ସ୍ମାର୍ଟ ଟିଭିରେ ୨୦୧୯ରେ ଆସିଥିବା ପ୍ରିମିୟମ Q ସିରିଜଠୁ ଅଧିକ ଫିଚର ମିଳିବ । ଏଥିରେ ଆପଣ IoT କନେକ୍ଟଟେଡ ଇକୋସିଷ୍ଟମର ସୁବିଧା ପାଇବେ ।

ଏହାସହ OnePlus Buds 2 Pro TWS ର ଲଞ୍ଚ ହେବାକୁ ଯାଉଛି । OnePlus Buds 2 Pro ହେଉଛି ପ୍ରଥମ ପ୍ରଥମ TWS ଇଅର ବଡସ ଯେଉଁଥିରେ କି ଗୁଗୁଲ ସିଗନେଚର ସ୍ପାଟିଆଲ ଓଡିଓ ଫିଚର ପାଇ ପାରିବେ । ଯାହାକୁ ଆଣ୍ଡ୍ରଏଡ 13 ପାଇଁ ବିକାଶ କରାଯାଇଛି । ଆଣ୍ଡ୍ରଏଡ ୟୁଜରଙ୍କ ପାଇଁ ଏଥିରେ ଅନେକ ନୂଆ ଫିଚର ରହିଛି । ଏଥିରେ ସ୍ପାଟିଆଲ ଓଡିଓ ଷ୍ଟାବିଲିଟି ଓ କମ୍ପାଟିବିଲିଟିର ସୁବିଧା ରହିଛି । ଏଥିରେ ଆପଣ ମଲଟି ଡାଇମେନସନାଲ ଏକ୍ସପ୍ରିଏନ୍ସ ନେଇ ପାରିବେ । ସାଉଣ୍ଡ ସବୁବେଳେ କେବଳ ଏକ ଫିକ୍ସ ପୋଜିସନରୁ ଆସିଥାଏ । ଯାହା ଆପଣଙ୍କୁ ସାଉଣ୍ଡର ଏକ ଅଲଗା ଅନୁଭବ ଦେଇଥାଏ । ଏଥିରେ ଆପଣ 3D ଓଡିଓର ମଜା ନେଇ ପାରିବେ ।

ଏଥିରେ ସ୍ପାଟିଆଲ ରେନଣ୍ଡରିଂ ଆଲଗରିଦମ ଓ ଆଇଏମୟୁ ସେନସର ରହିଛି । ଏଥିରେ ଆପଣଙ୍କୁ ଏଣ୍ଡ୍ରଏଡ ଫାଷ୍ଟ ପେୟାର ଫିଚର ମିଳିବ । ଯାହା ଶୀଘ୍ର କନେକ୍ଟର ସୁବିଧା ପ୍ରଦାନ କରିବ । ଯାହା ଗୋଟିଏ ଟାପରେ ଡିଭାଇସ ସହ କନେକ୍ଟ ହୋଇଯିବ । ଏଥିରେ ଆଣ୍ଡ୍ରଏଡ ଓଡିଓ ସ୍ୱିଚିଙ୍ଗ ଫିଚର ମିଳିବ । ଫଳରେ ଏକାସଙ୍ଗେ ଦୁଇଟି ଏଣ୍ଡ୍ରଏଡ ଡିଭାଇସ ସହ କନେକ୍ଟ ହୋଇ ପାରିବ । ଏହିସବୁ ଫିଚର ସହ ୭ ଫେବୃଆରୀରୁ ଭାରତରେ ମିଳିବାକୁ ଯାଉଛି OnePlus Buds 2 Pro TWS । ଭାରତରେ ଏହାର ମୂଲ୍ୟ ୧୧ ହଜାର ୯୯୯ ରହିବ ବୋଲି ଅନୁମାନ କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.