ଭାରତରେ ଖୁବଶୀଘ୍ର ଲଞ୍ଚ ହେବOnePlus Nord 2, ଦାମ ରହିଛି ସବୁଠୁ ଶସ୍ତା

ଭାରତରେ OnePlus Nord 2ର ଖୁବ ଶୀଘ୍ର ହେବ ବଜାର ପ୍ରବେଶ । ଆସନ୍ତା ସପ୍ତାହରେ OnePlus Nord 2 ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଏହି ଫୋନକୁ ୨୨ ଜୁଲାଇରେ ଲଞ୍ଚ କରିବ ।

ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଥିବା ଏହି ଫୋନର ଦାମ ବିଷୟରେ ଆଗୁଆ ଜଣା ପଡିଛି । ଏହି ଖବର ଲିକ ହେବା ପରେ ଏବେ ୟୁଜର୍ସ ଏହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଏହି ଫୋନର ୨ଟି ଭାରିଏଣ୍ଟ ରହିଛି । 8 ଜିବି ର‌୍ୟାମ + 128 ଜିବି ଇଣ୍ଟରନାଲ ଷ୍ଟୋରେଜ ଏବଂ 12 ଜିବି ର‌୍ୟାମ+ 256 ଜିବି ଷ୍ଟୋରେଜ ଭାରିଏଣ୍ଟ ରେ ଲଞ୍ଚ ହେବ ।

ତେବେ ପ୍ରଥମ ଷ୍ଟୋରେଜର ଦାମ ୩୧,୯୯୯ ଟଙ୍କା ରହିଥିବା ବେଳେ ୨ୟ ଷ୍ଟୋରେଜର ଦାମ ୩୪,୯୯୯ଟଙ୍କା ରହିଛି । ଏହାସହ ୨ଟି କଲର ଅପସନ ମଧ୍ୟ ରହିଛି । ଗ୍ରେ ସିଏରା ଏବଂ ବ୍ଲୁ ହେଜ କଲରରେ ଏହା ଲଞ୍ଚ ହେବ । ତେବେ ଏହି ନୂଆ ମଡେଲ ୟୁଜର୍ସଙ୍କୁ ଖୁବ ପସନ୍ଦ ଆସିବ ବୋଲି ମନାଯାଉଛି ।

Leave A Reply

Your email address will not be published.