ଭାରତରେ ବହୁତ ଜଲ୍‌ଦି ଏଣ୍ଟ୍ରି ମାରିପାରେ OnePlus Nord 2T! କମ୍‌ ବଜେଟ୍‌ରେ ମିଳିବ ଫ୍ଲାଗସିପ୍‌ ଫୋନ ଭଳି ତଗଡ଼ା ଫିଚର୍ସ

OnePlus Nord 2T ସ୍ମାର୍ଟଫୋନ ଜଲ୍‌ଦି ଭାରତରେ ଲଞ୍ଚ୍‌ ହୋଇପାରେ। ଏହି ଫୋନକୁ ନେଇ ଏବେ ଗୁଜବ ବଢ଼ି ଚାଲିଛି। ଖବର ରହିଛି ଯେ OnePlus Nord 2Tକୁ ଇମ୍ପୋର୍ଟ ଡାଟାବେସ୍‌ ଲିଷ୍ଟିଙ୍ଗ୍‌ରେ ସ୍ପଟ୍‌ କରାଯାଇଥିଲା। OnePlus Nord 2Tର ବ୍ୟାକ୍‌ ପ୍ୟାନେଲରେ ‘କ୍ଲାସିକ୍‌ OnePlus ଷ୍ଟାଣ୍ଡଷ୍ଟୋନ ଫିନିଶ’ ପୁଣି ଫେରିପାରେ। ଏହା ବ୍ୟତୀତ ଅପ୍‌କମିଙ୍ଗ୍‌ ଓ୍ଵାନପ୍ଲସ ଡିଭାଇସ୍‌ର ଲଞ୍ଚ୍‌ ଟାଇମ୍‌ଲାଇନ ଏବଂ ଦାମ୍‌ ବି ସାମ୍ନାକୁ ଆସି ଯାଇଛି। ଆସନ୍ତୁ ଜାଣିବା, OnePlus Nord 2T ବିଷୟରେ।

OnePlus Nord 2T 6.43-ଇଞ୍ଚ FHD + AMOLED ଡିସ୍‌ପ୍ଲେ ସହିତ ପଞ୍ଚ୍‌-ହୋଲ କଟଆଉଟ, 2400×1080 ପିକ୍ସଲ ରିଜୋଲ୍ୟୁସନ ଏବଂ 90Hz ରିଫ୍ରେସ୍‌ ରେଟ୍‌ ସହିତ ଆସିପାରେ। ଏହାକୁ MediaTek Dimensity 1300 ଦ୍ୱାରା ସଞ୍ଚାଳିତ କରାଯାଇ ପାରେ। ଏହା ବକ୍ସ ବାହାରେ Android 12 ଆଧାରିତ OxygenOS କଷ୍ଟମ୍‌ ସ୍କିନ ଉପରେ ଚାଲିବାର ସମ୍ଭାବନା ରହିଛି।

OnePlus Nord 2Tରେ 80W SuperVOOC ଚାର୍ଜିଂ ସପୋର୍ଟ ସହିତ 4,500mAh ବ୍ୟାଟେରୀ ପ୍ୟାକ କରିବା କଥା କୁହାଯାଇଛି। କନେକ୍ଟିଭିଟି ଅପଶନରେ ଚାର୍ଜିଙ୍ଗ୍‌ ଏବଂ ଡାଟା ସିଙ୍ଗ ପାଇଁ 5ଜି, 4ଜି ଏଲ୍‌ଟିଇ, ଡୁଆଲ-ବ୍ୟାଣ୍ଡ ଓ୍ଵାଇ-ଫାଇ, ବ୍ଲୁଟୁଥ୍‌ 5.1, ଜିପିଏସ୍‌ ଓ ୟୁଏସ୍‌ବି ଟାଇପ୍‌-ସି ପୋର୍ଟ ସାମିଲ ରହିଛି। ଫୋନରେ ସୁରକ୍ଷା ପାଇଁ ଇନ୍‌-ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ 3.5 ମିମି ଅଡିଓ ଜ୍ୟାକ ରହିଥିବା ସମ୍ଭାବନା ରହିଛି।

OnePlus Nord 2Tର ପଛ ପାର୍ଶ୍ୱରେ ଟ୍ରିପଲ କ୍ୟାମେରା ରହିଛି, ଯେଉଁଥିରେ ଆପଣଙ୍କୁ OIS ସପୋର୍ଟ ବାଲା 50MP Sony IMX766 ପ୍ରାଇମେରୀ ସେନ୍ସର ମିଳିବ। ସେଲ୍ଫି ଏବଂ ଭିଡିଓ ଚ୍ୟାଟ୍‌ ପାଇଁ ଫ୍ରଣ୍ଟରେ 32MP ସ୍ନାପର ରହିଥିବା ଆଶା କରାଯାଉଛି। ଭାରତରେ ଏହି ଫୋନର ଲଞ୍ଚ୍‌ ଏପ୍ରିଲ-ମେ’ ମଧ୍ୟରେ ହୋଇପାରେ ଏବଂ ଏହାର ଦାମ୍‌ ୩୦,୦୦୦ରୁ ୪୦,୦୦୦ ଭିତରେ ରହିପାରେ। ଏହାଛଡ଼ା OnePlus Nord 2T ବେସ୍‌ ଭାରିଆଣ୍ଟକୁ ୩୦,୦୦୦ ଟଙ୍କାରୁ କମ୍‌ ମୂଲ୍ୟରେ ଡେବ୍ୟୁ କରାଯିବାର ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.