OnePlus ଖୁବ୍ଶୀଘ୍ର ଭାରତରେ ୧୬GB RAM ସହିତ ଏକ ଫୋନ୍ ଲଞ୍ଚ କରିପାରେ । ଚୀନ୍ ବ୍ରାଣ୍ଡର ଏହି ଫୋନ୍କୁ OnePlus Nord 5 ଭାବରେ ଲଞ୍ଚ କରାଯିବ । ଯାହା ଗତ ବର୍ଷ ଲଞ୍ଚ ହୋଇଥିବା ମିଡ୍ ବଜେଟ୍ ଫୋନ୍ Nord 4 ର ଏକ ଅପଗ୍ରେଡ୍ ମଡେଲ୍ ହେବ । ଏହି OnePlus ଫୋନ୍ଟି ପୂର୍ବ ମଡେଲ୍ ପରି ଏକ ମେଟାଲିକ୍ ଡିଜାଇନ୍ ସହିତ ଆସିପାରେ । ଏହା ସହିତ, ଏଥିରେ ୧୬GB RAM ସମେତ ଅନେକ ଦମଦାର୍ ଫିଟର୍ସ ମଧ୍ୟ ମିଳିପାରିବ । କମ୍ପାନୀ ଏହାକୁ କିଛି ସପ୍ତାହ ମଧ୍ୟରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ।
OnePlus Nord 5 ବିଷୟରେ ଲିକ୍ ହୋଇଥିବା ରିପୋର୍ଟ ଅନୁସାରେ, ଏହି ଫୋନଟି ଏକ ଗ୍ଲାସ୍ ବ୍ୟାକ୍ ପ୍ୟାନେଲ୍ ସହିତ ଆସିପାରେ । ଯାହା ଏହାକୁ ଏକ ପ୍ରିମିୟମ୍ ଅନୁଭବ ଦେବ । ଏହା ବ୍ୟତୀତ, ଏହି OnePlus ଫୋନଟି ଡୁଆଲ୍ ଷ୍ଟେରିଓ ସ୍ପିକର, IR ବ୍ଲାଷ୍ଟର, ଇନ-ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ସହିତ ଆସିବ । ରିପୋର୍ଟ ଅନୁଯାୟୀ, OnePlus ଏହି ମିଡ୍ ବଜେଟ୍ ସ୍ମାର୍ଟଫୋନ୍କୁ ତିନୋଟି କଲର୍ ଅପ୍ସନରେ ଲଞ୍ଚ କରିପାରେ – ଗ୍ରିନ୍, ବ୍ଲାକ୍ ଏବଂ ସିଲଭର୍ । କିନ୍ତୁ ଫୋନର ଡିଜାଇନ୍ ପରିବର୍ତ୍ତନ କରାଯାଇପାରେ ।
OnePlus Nord 5 ସମ୍ଭାବ୍ୟ ଫିଚର୍ସ:
OnePlus Nord 5 ରେ ୬.୭୭ ଇଞ୍ଚର OLED ଡିସପ୍ଲେ ରହିବ, ଯାହା ୧.୫K ରିଜୋଲ୍ୟୁସନକୁ ସପୋର୍ଟ କରିବ । ଏହି ଫୋନର ଡିସପ୍ଲେ ୧୨୦Hz ରିଫ୍ରେସ୍ ରେଟ୍ ସପୋର୍ଟ କରିବ । OnePlus ଏହି ସ୍ମାର୍ଟଫୋନ୍କୁ MediaTek Dimensity 9400e ଫ୍ଲାଗସିପ୍ ପ୍ରୋସେସର ସହିତ ଲଞ୍ଚ କରିପାରେ । ଏହା ୧୬GB RAM ଏବଂ ୫୧୨GB ଷ୍ଟୋରେଜକୁ ସପୋର୍ଟ କରିବ ବୋଲି ଅନୁମାନ କରାଯାଉଛି । ଏହା Android 15 ଉପରେ ଆଧାରିତ OxygenOS 15 ରେ କାମ କରିବ ।
ରିପୋର୍ଟ ଅନୁସାରେ, ଏହି OnePlus ଫୋନ୍ ଡୁଆଲ୍ କ୍ୟାମେରା ସେଟଅପ୍ ସହିତ ଆସିବ । ଏଥିରେ ଏକ ୫୦MP ମେନ୍ OIS କ୍ୟାମେରା ରହିବ । ଏହା ବ୍ୟତୀତ ଏଥିରେ ଏକ ୮MP ସେକେଣ୍ଡାରୀ କ୍ୟାମେରା ଦିଆଯାଇପାରିବ । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି OnePlus ସ୍ମାର୍ଟଫୋନରେ ୧୬MP କ୍ୟାମେରା ରହିବ । OnePlus Nord 4 ପରି, ଏଥିରେ ୫,୦୦୦mAh ବ୍ୟାଟେରୀ ଏବଂ ୧୦୦W ଫାଷ୍ଟ୍ ଚାର୍ଜିଂ ଫିଚର୍ସ ମଧ୍ୟ ମିଳିପାରିବ ।
OnePlus Nord 5 ବ୍ୟତୀତ, ଚୀନ୍ କମ୍ପାନୀ ଭାରତରେ ଆଉ ଏକ କମ୍ପାକ୍ଟ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । OnePlusର ଏହି ସ୍ମାର୍ଟଫୋନ୍ ଖୁବ୍ଶୀଘ୍ର ଲଞ୍ଚ ହେବ । କମ୍ପାନୀ ଏହାକୁ ଆନୁଷ୍ଠାନିକ ଭାବରେ ଟିଜ କରିଛି । ଏହା ଚୀନ୍ରେ ଲଞ୍ଚ ହୋଇଥିବା OnePlus 13Tର ଏକ ରି-ବ୍ରାଣ୍ଡେଡ୍ ମଡେଲ୍ ହେବ ।
Also read: ୧୦ ବର୍ଷ ଭିତରେ ପ୍ରଥମ ଥର ପାଇଁ ପରିବର୍ତ୍ତନ ହେଲା Google ଲୋଗୋର ଡିଜାଇନ୍, ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ