ଭାରତରେ ଲଞ୍ଚ ହେଲା OnePlus Nord 6 ସିରିଜ ଫୋନ୍, ଗୁଡ୍ ଡିଜାଇନ୍ ସହିତ ମିଳିବ ଜବରଦସ୍ତ ଫିଚର୍ସ

ଆଜି ଭାରତରେ OnePlus ର Nord ସିରିଜର ନୂତନ ଫ୍ଲାଗସିପ୍ OnePlus Nord 6 ଲଞ୍ଚ ହୋଇଛି । ଫୋନକୁ ଅପେକ୍ଷା କରିଥିବା OnePlus ଲଭର୍ସଙ୍କ ପାଇଁ ଏହି ଫୋନ୍ ଖାସ୍ ଅପଗ୍ରେଡ୍ ସହିତ ଆସିଛି । ଏଥିସହ ଏହା Nord ସିରିଜର ଏପର୍ଯ୍ୟନ୍ତ ସବୁଠାରୁ ପାୱାରଫୁଲ ଫୋନ୍ ହେବ ବୋଲି ଆଶା କରାଯାଉଛି । ଏହି ଫୋନର ପ୍ରାଇସ୍ ହିସାବରେ ଏହା ମିଡିୟମ୍ ରେଞ୍ଜ ଫୋନ୍ । ଯାହା ଏକ ପ୍ରିମିୟମ୍ ଲୁକ୍ ପ୍ରଦାନ କରିଥାଏ । ଏହାର ମୁଖ୍ୟ ଆକର୍ଷଣ ହେଉଛି 9000mAh ସିଲିକନ୍-କାର୍ବନ ବ୍ୟାଟେରୀ । ଯାହା ପାୱାରଫୁଲ କାର୍ଯ୍ୟଦକ୍ଷତାକୁ ସୁନିଶ୍ଚିତ କରେ ।

ଫିଚର୍ସ ଏବଂ ଡିସପ୍ଲେ :

ଏହି OnePlus Nord 6 ରେ 1.5K ରିଜୋଲ୍ୟୁସନ୍ ସହିତ 6.78ର ଏକ ବଡ଼ ଇଞ୍ଚ ଫ୍ଲାଟ୍ AMOLED ଡିସପ୍ଲେ ରହିବ। ଏହା 165Hz ରିଫ୍ରେସ୍ ରେଟ୍ ସପୋର୍ଟ କରିବ । ଏହି ଫୋନକୁ ଏକ ସ୍ମୁଥ୍ ସ୍କ୍ରୋଲିଂ ଏବଂ ଗେମିଂ ପାଇଁ ଭଲ ରହିବ। ଡିସପ୍ଲେଟି 3,600 nits ପର୍ଯ୍ୟନ୍ତ ପିକ୍ ବ୍ରାଇଟେନେସ୍ ସହିତ Aqua Touch ଭଳି ଆଡଭାନ୍ସ ଫିଚର୍ସ ମଧ୍ୟ ରହିଛି ।  ଯାହା ଓଦା ଆଙ୍ଗୁଠିରେ ମଧ୍ୟ ସ୍କ୍ରିନକୁ ୟୁଜ୍ କରି ହେବ । ଏହା ବ୍ୟତୀତ ବ୍ରାଇଟନେସକୁ 2 nits ପର୍ଯ୍ୟନ୍ତ କମ୍ କରାଯାଇପାରିବ ଏବଂ ଆରାମଦାୟକ ରାତି ବ୍ୟବହାର ପାଇଁ ଏଥିରେ 3840Hz PWM ଡିମିଂ ଫିଚର୍ସ ସାମିଲ ରହିଛି ।

ଏହି ଡିଭାଇସଟି Qualcomm Snapdragon 8s Gen 4 ଚିପସେଟ୍ ଦ୍ୱାରା ପରିଚାଳିତ ହେବ । ଯାହା ଏକ 4nm ଆର୍କିଟେକ୍ଚର ବେସ୍ଡ୍ । ଏହି ପ୍ରୋସେସର ବିଶେଷକରି ଗେମିଂ ଏବଂ ମଲ୍ଟିଟାସ୍କିଂ ପାଇଁ ପ୍ରଯୁଜ୍ୟ । ଫୋନରେ 12GB ପର୍ଯ୍ୟନ୍ତ LPDDR5X RAM ଏବଂ 256GB UFS 4.1 ଷ୍ଟୋରେଜ୍ ରହିଛି । ଯାହା ସ୍ପିଡ୍ ଆପ୍ ଲୋଡିଂ ଏବଂ ପରଫରମାନ୍ସ ସ୍ମୁଥ୍ ରହିବ । ଏହା ହାଇ ଫ୍ରେମ୍ ରେଟ୍ ଗେମିଂକୁ ମଧ୍ୟ ସପୋର୍ଟ କରେ । ଯାହା ସପୋର୍ଟେଡ୍ ଗେମରେ 165 fps ପର୍ଯ୍ୟନ୍ତ ପହଞ୍ଚିପାରିବ । OnePlus Antutu ରେ 2.5 ଲକ୍ଷ ସ୍କୋର ମିଳିଛି । ଯାହା ଏହାର ପୂର୍ବ Nord ମଡେଲରୁ ଏକ ଗୁରୁତ୍ୱପୂର୍ଣ୍ଣ ଅପଗ୍ରେଡ୍ ।

ଡିଜାଇନ୍ ଏବଂ କ୍ୟାମେରା :

OnePlus Nord 6 ର ଡିଜାଇନ୍ OnePlus 15 ଦ୍ୱାରା ମୋଟିଭେଟେଡ୍ ହୋଇଥିବା ପରି ମନେ ହେଉଛି । ଏହାର ଡିଜାଇନ୍ ପତଳା, ଚିକଣ ଧାର ଏବଂ ଏକ ସ୍କ୍ୱିର୍କାଲ ବ୍ୟାକ୍ କ୍ୟାମେରା ମଡ୍ୟୁଲ୍ ରହିଛି । ଏହି ଫୋନଟି ତିନୋଟି କଲରରେ ଆଭେଲେବୁଲ ହେଉଛି । ଏହି ଫୋନର ଫ୍ରେସ୍ ମିଣ୍ଟ, ପିଚ୍ ବ୍ଲାକ୍ ଏବଂ ହୋଲୋଗ୍ରାଫିକ୍ କ୍ୱିକ୍ସିଲଭର୍ର କଲର ଅପ୍ସନ ରହିଛି ।ଏହାର ଆକର୍ଷଣୀୟ ହୋଲୋଗ୍ରାଫିକ୍ ବର୍ଡର ଡିଜାଇନ୍ ପାଇଁ କ୍ୱିକ୍ସିଲଭର୍ ସ୍ୱତନ୍ତ୍ର । ସ୍ଥାୟୀତ୍ୱ ପାଇଁ, ଡିଭାଇସରେ ଡଷ୍ଟ ଏବଂ ୱାଟରପ୍ରୁଫ୍ ପାଇଁ ହାଇ ଲେବୁଲ IP66, IP68, IP69, ଏବଂ IP69K ରେଟିଂ, ସାମରିକ-ଗ୍ରେଡ୍ ଡ୍ରପ୍ ରେଜିଷ୍ଟ୍ରାନ୍ସର ଫିଚର୍ସ ରହିଛି । OnePlus ଛଅ ବର୍ଷର ସଫ୍ଟୱେର୍ ଅପଡେଟ୍ ଏବଂ ଡିସପ୍ଲେରେ ଲାଇଫଟାଇମ୍ ୱାରେଣ୍ଟି ପ୍ରତିଶ୍ରୁତି ଦେଇଛି ।

OnePlus Nord 6 ରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ OIS ସହିତ 50MP ର ପ୍ରାଇମେରୀ ସେନ୍ସର ରହିଛି । ଏଥିରେ 8MP ଅଲ୍ଟ୍ରା-ୱାଇଡ୍ ଲେନ୍ସ ମଧ୍ୟ ରହିଛି । ସେଲଫି ଏବଂ ଭିଡିଓ କଲ୍ ପାଇଁ ଫୋନରେ ଅଟୋଫୋକସ୍ ସହିତ 32MP ଫ୍ରଣ୍ଟ୍ କ୍ୟାମେରା ସୁବିଧା ରହିଛି ।

Nord 6 ର ସବୁଠାରୁ ବଡ଼ ବିଶେଷତ୍ୱ ​​ହେଉଛି ଏହାର ଶକ୍ତିଶାଳୀ 9000mAh ବ୍ୟାଟେରୀ । ଯାହା ଗୋଟିଏ ଚାର୍ଜରେ ଦୁଇ ଦିନରୁ ଅଧିକ ବ୍ୟାଟେରୀ ବ୍ୟାକ୍ଅଫ୍ ଦେବ ବୋଲି ଅନୁମାନ କରାଯାଉଛି । ଏହି ଡିଭାଇସ୍ 80W ସ୍ପିଡ୍ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ ଏବଂ ଭଲ ଗେମିଂ ପାଇଁ ରିଭର୍ସ ଚାର୍ଜିଂ ଏବଂ ବାଇପାସ୍ ଚାର୍ଜିଂ ଭଳି ଫିଚର୍ସ ସାମିଲ ରହିଛି । ଏହା ଅଫିସ୍ କିମ୍ବା ବିମାନବନ୍ଦରରେ ସୁପର୍ ୱାଇ-ଫାଇ ଏବଂ 5G ସଂଯୋଗ ମଧ୍ୟ ପ୍ରଦାନ କରେ ।

ପ୍ରାଇସ୍ :

ଯଦି ଏହାର ପ୍ରାଇସ୍ କଥା କୁହାଯାଏ ତେବେ 8GB RAM + 256GB ଷ୍ଟୋରେଜ୍ ମଡେଲର ପ୍ରାଇସ୍ ୩୮,୯୯୯ଟଙ୍କା ରହିଛି । 12GB RAM + 256GB ଷ୍ଟୋରେଜ୍ ଭାରିଆଣ୍ଟର ପ୍ରାଇସ୍ ୪୧,୯୯୯ଟଙ୍କା ରହିଛି । ଗ୍ରାହକମାନେ Axis Bank କ୍ରେଡିଟ୍ କାର୍ଡ ସ୍ବାଇପ୍ ଉପରେ ୨୦୦୦ ଟଙ୍କା ଏବଂ Axis Bank ଏବଂ HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ କିମ୍ବା EMI ଟ୍ରାଞ୍ଜାକ୍ସନ୍ ଉପରେ ୩୦୦୦ଟଙ୍କା ରିହାତି ପାଇପାରିବେ । ଏହା ହ୍ୟାଣ୍ଡସେଟର ପ୍ରାଇସ୍ 8GB ଭାରିଆଣ୍ଟ ପାଇଁ ୩୫,୯୯୯ ଏବଂ 12GB ଭାରିଆଣ୍ଟ ପାଇଁ ୩୮,୯୯୯କୁ ହ୍ରାସ କରିଛି । ଯାହା ୯ ଏପ୍ରିଲ ଦିନ ୧୨ଟାରୁ ଫ୍ରେସ୍ ମିଣ୍ଟ, ପିଚ୍ ବ୍ଲାକ୍ ଏବଂ କ୍ୱିକ୍ ସିଲଭର କଲର ଅପ୍ସନରେ ଫୋନ୍ ଉପଲବ୍ଧ ହେବ ।

Also Read : Jioର ନୂଆ ପ୍ଲାନ୍, ୨୮ ଦିନ ପାଇଁ ନୁହେଁ ବରଂ ପୁରା ମାସ ପାଇବେ ଏସବୁ ବେନିଫିଟ୍ସ