ଏପ୍ରିଲ ୪ରୁ ବଜାରରେ ଉପଲବ୍ଧ ହେବ OnePlus Nord CE 3 Lite 5G, ରହିଛି ଜବରଦସ୍ତ ଫିଚର

ଭାରତୀୟ ବଜାରରେ ଖୁବଶୀଘ୍ର OnePlus ପକ୍ଷରୁ OnePlus Nord CE 3 Lite 5G ଲଞ୍ଚ ହେବାକୁ ଯାଉଛି । ଏପ୍ରିଲ ୪ରେ କମ୍ପାନୀ ପକ୍ଷରୁ ଏହାର ଲଞ୍ଚ କରାଯିବ । କ୍ରୋମାଟିକ ଗ୍ରେ କଲରରେ ଏହା ବଜାରରେ ଉପଲବ୍ଧ ହେବ । ଏହାସହ ପାଷ୍ଟେଲ ଲାଇମ କଲର ରେ ମଧ୍ୟ ଏହା ଉପଲବ୍ଧ ହେବ । OnePlus Nord CE 3 Lite ରେ 6.7ଇଞ୍ଚର ଫୁଲ ଏଚଡି ଏଲସିଡି ଡିସପ୍ଲେ ରହିଛି । ଏଥିରେ 108 ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ମିଳିବ ।

କେନ୍ୟୁଜ୍‌(ବ୍ୟୁରୋ): ବଜାରରେ OnePlus ସ୍ମାର୍ଟଫୋନର ଭଲ ଚାହିଦା ରହିଛି । କ୍ୟାମେରା ଫିଚରକୁ ଆଧାର କରି ଏହି ସ୍ମାର୍ଟଫୋନକୁ ସମସ୍ତେ ନିଜ ପକେଟରେ ରଖିବାକୁ ଚାହିଁଥାନ୍ତି । କହିବାକୁ ଗଲେ ବଜାରରେ OnePlusର ଏକ ବଡ଼ ଗ୍ରାହକ ଗୋଷ୍ଠୀ ରହିଛନ୍ତି । ସେମାନଙ୍କୁ ନିରାଶ ନକରି କମ୍ପାନୀ ପକ୍ଷରୁ ଜବରଦସ୍ତ ଫିଚର ସହ ଏକ ବଜେଟ ସ୍ମାର୍ଟଫୋନ ବଜାରକୁ ଆସିବାକୁ ଯାଉଛି । ଦର୍ଶକବନ୍ଧୁ ଭାରତୀୟ ବଜାରରେ ଖୁବଶୀଘ୍ର OnePlus ପକ୍ଷରୁ OnePlus Nord CE 3 Lite 5G ଲଞ୍ଚ ହେବାକୁ ଯାଉଛି । ଏପ୍ରିଲ ୪ରେ କମ୍ପାନୀ ପକ୍ଷରୁ ଏହାର ଲଞ୍ଚ କରାଯିବ । ଏହାସହ ଏହାର ସ୍ପେସିଫିକେସନ ବାହାରକୁ ଆସିଛି । କ୍ରୋମାଟିକ ଗ୍ରେ କଲରରେ ଏହା ବଜାରରେ ଉପଲବ୍ଧ ହେବ । ଏହାସହ ପାଷ୍ଟେଲ ଲାଇମ କଲର ରେ ମଧ୍ୟ ଏହା ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର ।

OnePlus Nord CE 3 Lite ରେ 6.7ଇଞ୍ଚର ଫୁଲ ଏଚଡି ଏଲସିଡି ଡିସପ୍ଲେ ରହିଛି । ଯାହାର ରିଫ୍ରେସ ରେଟ ରିହିଛି 120HZ । ଏହାସହ ଏଥିରେ 5000mAhର ବ୍ୟାଟେରି ରହିଥିବା ବେଳେ 67 ଓ୍ଵାଟ ଫାଷ୍ଟ ଚାର୍ଜିଂର ସପୋର୍ଟ ରହିଛି । ଏଥିରେ ଆପଣଙ୍କୁ ଟାଇପ-ସି ଚାର୍ଜିଂ ପୋର୍ଟ ମିଳିବ । ପ୍ରୋସେସର କଥା ଦେଖିଲେ ଏଥିରେ Qualcomm Snapdragon 695 ପ୍ରୋସେସର ରହିଛି । ଏହାସହ ଏଥିରେ 5ଜି ଚିପସେଟ ରହିଛି । ଏହାସହ ଏହି ଫୋନରେ 8GB LPDDR4x RAM ସହ 128 ଜିବି UFS 2.2 ଇଣ୍ଟରନାଲ ଷ୍ଟୋରେଜ ରହିଛି । ଏହା Oxygen 13 ଅପରେଟିଂ ସିଷ୍ଟମରେ ଚାଲିବ ।

ଏବେ ନଜର ପକାଇବା ଏହାର କ୍ୟାମେରା ଫିଚର ଉପରେ । ଏଥିରେ ଆପଣଙ୍କୁ ଟ୍ରିପଲ କ୍ୟାମେରା ସେଟଅପ ମିଳିବ । ଏଥିରେ 108 ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ମିଳିବ । ଏହାସହ ଦୁଇଟି 2 ମେଗାପିକ୍ସେଲର ମାକ୍ରୋ ଓ ଡେପଥ ସେନସର କ୍ୟାମେରା ରହିଛି । ସେହିପରି ଏହାର ଫ୍ରଣ୍ଟରେ 16 ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି । ଏହାର ଦାମ କଥା ଦେଖିଲେ ଏହା 27 ହଜାର 999 ଟଙ୍କା ରହିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.