ଦମଦାର ଫିଚର୍ସ ସହ ଶସ୍ତା ଦାମ୍‌ରେ ଆଜି ଲଞ୍ଚ ହେବ OnePlus Nord CE 5G ଓ OnePlus TV U1S ସ୍ମାର୍ଟଫୋନ

ଆଜି ଭାରତୀୟ ବଜାରରେ  OnePlus ତରଫରୁ ୨ଟି ଜବରଦସ୍ତ ସ୍ମାର୍ଟଫୋନ ଲଞ୍ଚ ହେବାକୁ ଯାଉଛି । ଗ୍ରାହକଙ୍କ ଖୁବ ପସନ୍ଦକୁ ଦୃଷ୍ଟିରେ ରଖି OnePlus Nord CE 5G ଓ OnePlus TV U1S  ୨ଟି ସ୍ମାର୍ଟଫୋନ ଆଜି ଲଞ୍ଚ କରାଯିବ । ଏହା  OnePlus Nordର ଅପଗ୍ରେଡ ଭର୍ସନ ରୂପେ ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ଏହା OnePlus TV U1Sକୁ ମଧ୍ୟ ଲଞ୍ଚ କରିବାକୁ ଯାଉଛି । OnePlusର ଏହି ନୂଆ TV U1Sରେ ଡାୟନାଡିଓ ସ୍ପିକର୍ସ ରହିଛି ।

OnePlus Nord CE 5G ଓ OnePlus TV U1S ଉଭୟ ଆମାଜନରେ ସେଲ ହେବ । କମ୍ପାନୀ ତରଫରୁ ଲଞ୍ଚିଂ ଇଭେଣ୍ଟ ଆଜି ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ଏହି ଇଭେଣ୍ଟକୁ ଆପଣ କମ୍ପାନୀର ସୋସିଆଲ ମିଡିଆ ଆକାଉଣ୍ଟରେ ଲାଇଭ ଦେଖିପାରିବେ।

OnePlus Nord CE 5Gରେ 64 ମେଗାପିକ୍ସଲର ପ୍ରାଇମେରୀ କ୍ୟାମେରା ସହ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । କ୍ୟାମେରା ସେଟଅପରେ  8 ମେଗାପିକ୍ସଲର ଅଲଟ୍ରା ବାଇଣ୍ଡ ସୁଟର ଏବଂ2 ମେଗାପିକ୍ସଲର ଡେପ୍‌ଥ ସେଂସର ରହିଛି । 16 ମେଗାପିକ୍ସଲର ସେଲଫି କ୍ୟାମେରା ସେଂସର ମଧ୍ୟ ରହିଛି । 8GB ର‌୍ୟାମ ସହ 128GB ଅନବୋର୍ଡ ଷ୍ଟୋରେଜ ସିଷ୍ଟମ ରହିଛି । 4,500mAh ବ୍ୟାଟେରୀ ସହ Warp Charge 30T Plus ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ଅଛି ।

zjhg
pc: Firstpost

ରିପୋର୍ଟସ ମୁତାବିକ, ଭାରତରେ  OnePlus Nord CE 5G ଫୋନର ଦାମ ୨୨,୯୯୯ ଟଙ୍କା ରହିବ । ଅନ୍ୟପକ୍ଷରେ OnePlus TV U1S 50 ଇଞ୍ଚ ମଡେଲର ଦାମ ୩୭,୯୯୯ ଟଙ୍କା ରହିବ । ସେହିପରି 55 ଇଞ୍ଚ ଭର୍ଜନର ଦାମ ୪୫,୯୯୯ ଟଙ୍କା ରହିଥିବା ବେଳେ 65ଇଞ୍ଚ ମଡେଲର ଦାମ ୬୦,୯୯୯ ଟଙ୍କା ରହିବ ।

Leave A Reply

Your email address will not be published.