ଲଞ୍ଚ ପୂର୍ବରୁ ଲିକ୍ ହେଲା OnePlus Open 2 ର ଫିଚର୍ସ, ଜାଣନ୍ତୁ କିପରି କରାଯିବ ଡିଜାଇନ୍

OnePlus ର ପରବର୍ତ୍ତୀ ଫୋଲ୍ଡେବଲ୍ ସ୍ମାର୍ଟଫୋନ୍, OnePlus Open 2 ବହୁତ ଶୀଘ୍ର ଲଞ୍ଚ ହେବାକୁ ଯାଉଛି । ଏହି ଫୋନର ଲିକ୍ ହୋଇଥିବା ଡିଟେଲ୍ସ ଅନେକ ନୂଆ ଏବଂ ଅପଗ୍ରେଡର ପ୍ରକାଶ କରିଛି । OnePlus Open 2 ରେ ନୂଆ ଏବଂ ଦମଦାର୍ ଡିଜାଇନ୍ ରହିବ, ଯେଉଁଥିରେ ବଡ଼ ଗୋଲ୍ ସେପର କ୍ୟାମେରା ସଡ୍ୟୁଲ୍ ଏବଂ ୧୦ mm ରୁ ଅଧିକ ସ୍ଲିମ୍ ପ୍ରୋଫାଇଲ୍ ସାମିଲ୍ ହେବ । ଏହା ସହିତ ଫୋନ୍ ବ୍ୟାକରେ ଥିବା କର୍ଭଡ ଧାରଗୁଡିକ ଏହାକୁ ଅଧିକ ପ୍ରିମିୟମ ଲୁକ୍ ଦେବ । ଏଥିରେ OnePlus Open 2 କୁ IPX8 ରେଟିଂ ସହିତ ଲଞ୍ଚ କରାଯିବ, ଯାହା ଏହାକୁ ସମ୍ପୂର୍ଣ୍ଣ ୱାଟରପ୍ରୁଭ୍ କରିଥାଏ ।

ପରଫରମାନ୍ସ ଏବଂ ହାର୍ଡୱେର :
OnePlus Open 2 ରେ Snapdragon 8 Elite ପ୍ରୋସେସର ଦିଆଯିବ, ଯାହା ଏହାକୁ ହାଇ ପରଫରମାନ୍ସ କ୍ୟାପାବିଲିଟି ପ୍ରଦାନ କରିବ । ଆହୁରି ମଧ୍ୟ, ଏହି ସ୍ମାର୍ଟଫୋନ୍ ୧୬ GB RAM ଏବଂ 1TB ଷ୍ଟୋରେଜ୍ ଅପ୍ସନ ସହିତ ଆସିବ ।

ଡିସପ୍ଲେ ବିଷୟରେ କହିବାକୁ ଗଲେ ଏଥିରେ ୮-ଇଞ୍ଚର LTPO ମେନ୍ ସ୍କ୍ରିନ୍ ରହିବ, ଯାହା ୨K ରିଜୋଲ୍ୟୁସନ୍ ଏବଂ ୧୨୦ Hz ରିଫ୍ରେସ୍ ରେଟକୁ ସପୋର୍ଟ କରିବ । ଏହା ବ୍ୟତୀତ, ୬.୪-ଇଞ୍ଚର AMOLED କଭର ସ୍କ୍ରିନ୍ ମଧ୍ୟ ଦିଆଯିବ, ଯାହା ଏହାକୁ ଭଲ ଭିୟୁଙ୍ଗ ଏକ୍ସପେରିଏନ୍ସ ପ୍ରଦାନ କରିବ ।

Camera and Battery :

OnePlus Open 2 ରେ ୫୦ MP ର ଟ୍ରିପଲ କ୍ୟାମେରା ସେଟଅପ୍ ଏବଂ ଦୁଇଟି ସେଲଫି କ୍ୟାମେରା (୩୨ MP ଏବଂ ୨୦ MP) ରହିବ । ବ୍ୟାଟେରୀ ମାମଲାରେ ଏହି ଫୋନ୍ ୫,୯୦୦ mAh ର ପପୁଲାର ବ୍ୟାଟେରୀ ସହିତ ଆସିବ, ଯାହା ୮୦ W ଫାଷ୍ଟ ଚାର୍ଜିଂ ସପୋର୍ଟ କରିବ ।

ଦମଦାର୍ ଡିଜାଇନ୍ ଏବଂ ଫିଚର୍ସ ସହିତ ଏହି ଫୋନ୍ ଫେଲ୍ଡେବଲ୍ ସ୍ମାର୍ଟଫୋନ୍ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାବୁ ଯାଉଛି । OnePlus Open 2 ନିଜର ଦମଦାର୍ ଡିଜାଇନ୍, ଡିସପ୍ଳେ ଏବଂ ନୂଆ ଟେକ୍ନୋଲୋଜି କାରଣରୁ ୟୁଜର୍ସମାନଙ୍କ ପାଇଁ ଏକ ପ୍ରିମିୟମ ଏକ୍ସପେରିଏନ୍ସ ଆଣିବାକୁ ଯାଉଛି ।