Amazon ରେ ଆସିଲା ଦମଦାର ଡିଲ୍, ୧୪୯ ଟଙ୍କାରେ ଅର୍ଡର କରିବେ ୧ ଲକ୍ଷର ଫୋଲ୍ଡେବଲ୍ ଫୋନ

OnePlus ପରି ପ୍ରଥମ ଫୋଲଡେବଲ ଫୋନ OnePlus Open ଗତ ବର୍ଷ ଅକ୍ଟୋବରରେ ଲଞ୍ଚ କରାଯାଇଥିଲା । ୧ ଲକ୍ଷ ଟଙ୍କା ଦାମରେ ଏହି ଫୋଲ୍ଡେବଲ୍ ଫୋନରେ ଅନେକ ଦମଦାର ଫିଚର୍ସ ରହିଛି । ଏହି ସ୍ମାର୍ଟଫୋନର ପ୍ରାଇସ୍‌ ବହୁତ ଅଧିକ କିନ୍ତୁ ଆମାଜନ ଏହା ଉପରେ କ୍ରେଜ୍‌ ଡିଲ ଆଣିଛି । ଆପଣ ମାତ୍ର ୧୪୯ ଟଙ୍କାରେ ଆପଣଙ୍କ ଘରକୁ OnePlus Open ଆଣିପାରିବେ ।

ଆପଣଙ୍କୁ କହିବୁ ଯେ OnePlus ନିଜର ଗ୍ରାହକଙ୍କ ପାଇଁ Try & Buy ସର୍ଭିସ ଆରମ୍ଭ କରିଛି । ଏହି ସର୍ଭିସରେ ଆମାଜନ ଏକ ଭଲ ଅଫର ଦେଇଛି । ଆପଣ ମାତ୍ର ୧୪୯ ଟଙ୍କା ଖର୍ଚ୍ଚ କରି ଏହି ସର୍ଭିସରେ ବିଭିନ୍ନ ଅଫର ପାଇପାରିବେ । Try & Buy ସର୍ଭିସରେ ଆପଣ ସହଜରେ OnePlus Open ୧୪୯ ଟଙ୍କାରେ ଅର୍ଡର କରିପାରିବେ । ଆସନ୍ତୁ ଜାଣିବା ଏହି କ୍ରେଜ ଡିଲ ବିଷୟରେ ଡିଟେଲ୍ସ ।

ଆମାଜନରେ Try & Buy ସର୍ଭିସରେ ଆପଣ କିଛି ଏମାଉଣ୍ଟ ଦେଇ କମ୍ପାନୀର ପ୍ରମିିୟମ ସ୍ମାର୍ଟଫୋନ ଅର୍ଡର କରିପାରିବେ । ଆପଣ ସୀମିତ ସମୟ ପାଇଁ ଅର୍ଡର ହୋଇଥିବା ଫୋନକୁ Try କରିପାରିବେ । ଯଦି ଆପଣ ଏହାକୁ Try କରିବା ପରେ ଡିଭାଇସ ପସନ୍ଦ କରନ୍ତି, ତେବେ ସମ୍ପୂର୍ଣ୍ଣ ଏମାଉଣ୍ଟ ପେ କରି ଆମାଜନରୁ କିଣିପାରିବେ । OnePlus Open ପାଇଁ ଆମାଜନ ବର୍ତ୍ତମାନ ଏହି ସର୍ଭିସ ଆରମ୍ଭ କରିଛି ।

Try & Buy ସର୍ଭିସରେ ଅର୍ଡରକୁ ସିଡ୍ୟୁଲ କରିପାରିବେ । ଅର୍ଡର ବୁକିଂ କରିବା ପରେ ଆମାଜନ ଆପଣଙ୍କ ଘରକୁ ରିପ୍ରେଜେଣ୍ଟିଭ୍‌ ପଠାଇବ । ଏହା ଆପଣଙ୍କୁ ୨୦ ମିନିଟ ପାଇଁ ସ୍ମାର୍ଟଫୋନ ବ୍ୟବହାର କରିବାକୁ ଦେବ । ଆମାଜନର ଏହି ସର୍ଭିସରେ ସବୁଠାରୁ ବଡ ଲାଭ ହେଉଛି ଗ୍ରାହକମାନେ କିଣିବା ପୂର୍ବରୁ ଦାମୀ ଫୋନ ସହିତ ହ୍ୟାଣ୍ଡ-ଅନ ଏକ୍ସପେରିଏନ୍ସ ପାଇପାରିବେ ।

୧୪୯ ଟଙ୍କାରେ OnePlus Open ବୁକିଂ କରି ଆପଣ ଏହି ଲକ୍ଷ ଟଙ୍କିଆ ଫୋନର କ୍ୟାମେରାକୁ ସହଜରେ ଚେକ୍‌ କରିପାରିବେ । ଏହା ବ୍ୟତୀତ ଏହାକୁ ବ୍ୟବହାର କରି ଆପଣ ଏହାର ଗରମ ଭଳି ସମସ୍ୟା ମଧ୍ୟ ଚେକ୍‌ କରିପାରିବେ । ଏହାସହ ସ୍ମାର୍ଟଫୋନ ଆପଣଙ୍କର ସମସ୍ତ ଉର୍ଦ୍ଦେଶ୍ୟ ପୁରା କରିପାରିବ କି ନାହିଁ ତାହା ମଧ୍ୟ ଚେକ୍‌ କରାଯିବ ।

You might also like