ଖୁବଶୀଘ୍ର ବଜାରକୁ ଆସୁଛି OnePlus Pad, OnePlusର ପ୍ରଥମ ଆଣ୍ଡ୍ରଏଡ ଟାବଲେଟ

କେନ୍ୟୁଜ୍‌(ବ୍ୟୁରୋ): ଖୁବଶୀଘ୍ର ବଜାରକୁ ଆସିବ OnePlus Pad । ଏହା OnePlusର ପ୍ରଥମ ଆଣ୍ଡ୍ରଏଡ ଟାବଲେଟ, ଯାହାକୁ OnePlus ପକ୍ଷରୁ ବଜାରକୁ ଅଣାଯାଉଛି । OnePlus Pad ର ଅଫିସିଆଲ ପୋଷ୍ଟର ରିଲିଜ କରାଯାଇଛି । ଏହାସହ ଏହାର ଡିଜାଇନ ମଧ୍ୟ ସାମନାକୁ ଆସିଛି ।

ଏହାର ଡିଜାଇନକୁ ଯଦି ଦେଖିବା ଏହା ଏକ ବହୁତ ବଢିଆ ଲୁକରେ ବଜାରକୁ ଆସିବାକୁ ଯାଉଛି । ଏହା ଏକ ସ୍ମାର୍ଟ ଲୁକରେ ବଜାରକୁ ଆସୁଛି । ଯାହା OnePlus ଗ୍ରାହକଙ୍କୁ ବେଶ୍‌ ପସନ୍ଦ ଆସିବ । ଏହାର ରିଅର ପ୍ୟାନେଲରେ ସିଙ୍ଗିଲ କ୍ୟାମେରା ରହିଛି । ଯାହା ଟପ୍‌ସେଣ୍ଟରରେ ରହିଛି । ଯାହା ଟାବଲେଟର ଲୁକକୁ ଆଉଟିକେ ଆକର୍ଷଣୀୟ କରିଦେଉଛି । କ୍ୟାମେରାର ସ୍ପେସିଫିକେନ କଣ ରହିବ ତାହା ବାହାରକୁ ଆସିନି । କୁହାଯାଉଛି କି ଭଲ ମେଗାପିକ୍ସେଲରେ ଏହା ଆସିବାକୁ ଯାଉଛି ।

କମ୍ପାନୀ ପକ୍ଷରୁ Olive ଗ୍ରୀନ କଲର ଭାରିଆଣ୍ଟରେ ଆସୁଛି ଏହି ପ୍ରଡକ୍ଟ । ଏହାସହ ବ୍ଲାକ ଭାରିଆଣ୍ଟରେ ମଧ୍ୟ ଆସିବ ବୋଲି କୁହାଯାଉଛି । ଏମିତିରେ ବ୍ଲାକ କଲର ପ୍ରାୟ ସମସ୍ତଙ୍କ ପସନ୍ଦ ଆସିଥାଏ । ଟାବଲେଟ ହେଉକି ସ୍ମାର୍ଟଫୋନ ବ୍ଲାକ କଲର ଏହାକୁ ଏକ ଅଲଗା ଲୁକ ଦେଇଥାଏ ।

ଫ୍ରଣ୍ଟ ପ୍ୟାନେଲ narrow bezels ଲୁକରେ ଆସିବାକୁ ଯାଉଛି, ଏହାସହ ଏହା ଆକ୍ସିଡେଣ୍ଟାଲ ଟଚରୁ ରକ୍ଷା କରିବ । ରିଅର କ୍ୟାମେରାର ଠିକ ତଳେ OnePlus ର ଲୋଗୋ ରହିଛି । ଏହା ଏହାକୁ ଏକ ଭଲ ଲୁକ ଦେଉଛି । ଏହାର ସାଇଡରେ ପାଓ୍ଵାର ବଟନ ଓ ଭଲ୍ୟୁମ୍‌ ବଟନ ରହିଛି । ଚାର୍ଜିଙ୍ଗ ପାଇଁ ଟାଇପ ସି ପୋର୍ଟ ରହିଛି । ଟପ୍‌ ଓ ବଟମ ଧାରରେ ସ୍ପିକର ଗ୍ରିଲ୍‌ ରହିଛି । ଯାହା ଏହାକୁ ଏକ ଦମଦାର ଲୁକ ଦେଉଛି । ଏହାସହ ରିଅଲ ସାଉଣ୍ଡର ଅନୁଭବ ଦେବାକୁ ଯାଉଛି ଏହାର ସ୍ପିକର ଡିଜାଇନ ।

ରିପୋର୍ଟରେ କୁହାଯାଇଛି କି ଏହାର 11 ଇଞ୍ଚର ଡିସପ୍ଲେ ରହିବ । ଯାହା ଏକ ବଡ଼ ଟାବଲେଟ ସ୍କ୍ରିନର ମଜାଦେବ । ଏହାସହ ଦମଦାର ପିକଚର କ୍ୱାଲିଟି ମିଳିବ ଏହି ଟାବଲେଟରେ । ଏଥିରେ ଆପଣଙ୍କୁ ଫୁଲ ଏଚଡି କ୍ୱାଲିଟିର ରିଜୋଲୁସନ ପାଇପାରିବେ । ଏହାର ଫିଚର ଆପଲ ଆଇପ୍ୟାଡକୁ ଟକ୍କର ଦେବ ବୋଲି କୁହାଯାଉଛି ।

ଭାରତରେ ଏହାର ଦାମ କେତେ ରହିବ ଏଯାଏଁ ସ୍ପଷ୍ଟ ହୋଇନି । ଭାରତରେ ଏହାର ଦାମ ୨୫ ହଜାରରୁ ଅଧିକ ରହିପାରେ । OnePlus ର ଏହା ମିଡ ପ୍ରିମିୟମ ଟାବଲେଟ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.