ଭାରତରେ ଖୁବ ଶୀଘ୍ର ଲଞ୍ଚ ହେବ OnePlusNord 2T, ଜାଣନ୍ତୁ କଣ ରହିଛି ଫିଚର ଓ ପ୍ରାଇସ

ଗତ ମାସ OnePlusNord 2T ବିଶ୍ୱସ୍ତରରେ ଲଞ୍ଚ ହୋଇଛି । ଯାହାକି OnePlusNord 2ର ଏକ ଲାଟେଷ୍ଟ ମଡେଲ । ଏହି ହ୍ୟାଣ୍ଡସେଟରେ ୧୩୦୦ ଚିପସେଟର ନ୍ୟୁ ମିଡ଼ିଆ ଟେକ ଡ଼ାଈମେନସିଟି ରହିଛି । ପୂବରୁ ମାର୍କେଟରେ ୧୨୦୦
SoC ଡ଼ାଈମେନସିଟିର ମଡେଲ ମିଳୁଥିବା ବେଳେ ବର୍ତ୍ତମାନ କିନ୍ତୁ ଅଧିକ ୧୦୦ ଡ଼ାଈମେନସିଟିର ମଡେଲ ବଜାରରେ ମିଳିବ । ଏହି ହ୍ୟାଣ୍ଡସେଟ ଏଯାବତ ଭାରତରେ ଉପଲବ୍ଧ ହୋଇନାହିଁ । କିନ୍ତୁ ଯେଉଁମାନେ ୩୦
ହଜାର ପ୍ରାଇସ ରେଞ୍ଜ ଭିତରେ ଫୋନ କିଣିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏହା ନିଶ୍ଚିତ ରୂପେ ବେଷ୍ଟ ଅପସନ ରହିବ । ଗତ ଜୁଲାଇ ମାସ OnePlusNord 2 ରିଳିଜ ହୋଇଥିବା ପରେ ଏହାର ପାଖାପାଖି ଗୋଟେ ବର୍ଷ ପରେ OnePlusNord 2T ରିଲିଜ ହେବାକୁ ଯାଉଛି । ବର୍ତ୍ତମାନ Passionategeekz ସାଇଟ ପକ୍ଷରୁ OnePlusNord 2T ଲଞ୍ଚ ହେବା ନେଇ ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ ଚଳିତ ମାସ ଶେଷ ସୁଦ୍ଧା OnePlusNord 2T ଭାରତୀୟ ବଜାରରେ ଲଞ୍ଚ ହୋଇଯିବ । କିନ୍ତୁ ତାରିଖ ବାବଦରେ କୌଣସି ସୂଚନା ଦିଆଯାଇନାହିଁ । ଗ୍ରାହକ ମାନେ ଚାହିଁଲେ ଏହି ହ୍ୟାଣ୍ଡସେଟକୁ Amazon ସାଇଟରୁ ଆରାମରେ କିଣିପାରିବେ ।

ଆଶା କରାଯାଉଛିକି ଭାରତରେ OnePlusNord 2Tର ମୂଲ୍ୟ ୩୦ ହଜାର ରୁ ୪୦ ହଜାର ଭିତରେ ରହିବ । OnePlusNord 2Tରେ ୬.୪୩ ଇଞ୍ଚର FHD+AMO LED ଡିଷ୍ପ୍ଲେ ସୁବିଧା ରହିଛି । ଯାହାର ରିଫ୍ରେଶ ରେଟ 90Hz ଥିବା ସହ ଏଥିରେ ପଞ୍ଚ ହୋଲ କଟଆଉଟ ସେଲ୍ଫି ସ୍ନାପର ସୁବିଧା ରହିଛି । କ୍ୟାମେରା ଦୃଷ୍ଟିରୁ ଦେଖିଲେ OnePlusNord 2Tର ବ୍ୟାକରେ ତିନି ତିନୋଟି କ୍ୟାମେରା ସୁବିଧା ରହିଛି | 50MPର Sony IMX766 ପ୍ରାଇମେରୀ ସେନସର ସୁବିଧା ରହିବା ସହିତ OIS ସପୋର୍ଟ ବି ରହିଛି । ଏହା ସହିତ ଏଥିରେ f/1.9 ଅପାର୍ଚର, 8MP ଅଲଟ୍ରା ୱାଇଡ ଲେନ୍ସ ସହିତ f/2.25 ଅପାର୍ଚର ରହିଛି । ଏହା ସହିତ 2MP f/2.4ମୋନୋକ୍ରୋମ ସେନ୍ସର ରହିଛି | ସେଲ୍ଫି ପାଇଁ 32MP ସ୍ନାପର ରହିବା ସହିତ ଭିଡ଼ିଓ ଚାଟ ସୁବିଧା ରହିଛି ।

ଏହା ସହ କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ 5G, 4GLTE, ଡୁଆଲ ବାଣ୍ଡ Wifi 6, Blutooth 5.2, GPS, NFC, Beideo, Galileo ସମେତ USB ଟାଇପ-C ପୋର୍ଟ ସୁବିଧା ଚାରଜିଙ୍ଗ ତଥା ଡାଟା ସିଙ୍କ ପାଇଁ ରହିଛି । ସିକ୍ୟୁରିଟି ପାଇଁ ଏହାର ଡ଼ିସ୍ପ୍ଲେରେ ଫିଙ୍ଗରପ୍ରିଣ୍ଟ ସେନ୍ସର ସୁବିଧା ରହିଛି । USB ଟାଇପ-C ଅଡିଓ ସମେତ ସ୍ଟେରିଓ ସ୍ପିକର ସୁବିଧା ରହିଛି । ଏଥିରେ 4500mAhର ବ୍ୟାଟେରୀ 80W SuperVOOCର ଚାରଜିଙ୍ଗ ସପୋର୍ଟ ସହିତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.