୧୫୦ କୋଟିରୁ ଅଧିକ Facebook ୟୁଜର୍ସଙ୍କ ଡାଟା ହେଲା ଲିକ୍, ପର୍ସନାଲ୍ ଡିଟେଲ୍ସ କୁ ବିକ୍ରି କରୁଛି ଏହି କମ୍ପାନୀ

ବର୍ତ୍ତମାନର ଡିଜିଟାଲ ଯୁଗରେ ଫେସବୁକ ସମସ୍ତଙ୍କର ଖୁବ୍ ପ୍ରିୟ ସୋସିଆଲ ମିଡିଆ ପାଲଟି ଯାଇଛି । ତେବେ ଅନେକ ସମୟରେ ବ୍ୟକ୍ତିଗତ ଡାଟା ଲିକକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ତେବେ ନିକଟରେ ଏନେଇ ଏକ ରିପୋର୍ଟରୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ୧୫୦ କୋଟି ଫେସବୁକ ୟୁଜର୍ସଙ୍କର ଡାଟା ଏକ ହ୍ୟାକର ଫୋରମରେ ବିକ୍ରି କରାଯାଉଥିବା ଜଣାପଡ଼ିଛି । ତେବେ ଏହି ଖବର ଶୁଣିବା ପରେ କୋଟି କୋଟି ଫେସବୁକ ବ୍ୟବହାରକାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି ।

ତେବେ ଫେସବୁକ୍ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ବିକ୍ରି କରାଯାଉଥିବା ନେଇ ‘ପ୍ରାଇଭେସି ଆଫେୟାର୍ସ’ ନାମକ ଏକ ରିସର୍ଚ୍ଚ ଫାର୍ମ ପକ୍ଷରୁ ଖୁଲାସା କରାଯାଇଛି । ବର୍ତ୍ତମାନ ସମୟରେ ହ୍ୟାକର ଫୋରମରେ ୟୁଜର୍ସଙ୍କ ନାମ, ଇ-ମେଲ, ସ୍ଥାନ, ଲିଙ୍ଗ, ଫୋନ ନମ୍ବର ଓ ଫେସବୁକ ୟୁଜର ଆଇଡି ଆଦି ଉପଲବ୍ଧ ହେଉଛି । ତେବେ ଏହିସବୁ ଡାଟା ସ୍କ୍ରାପ୍ କରି ନିଆଯାଇଥିବା କୁହାଯାଉଛି । ଚୋରି କରି ନିଆଯାଇଥିବା ଡାଟାସବୁ ହ୍ୟାକରଙ୍କୁ ପାସୱାର୍ଡ ହ୍ୟାକ କରିବାର ସୁରାକ ଦେଇଥାଏ ।

ଏଥିସହ ହ୍ୟାକରକୁ ଏକ ସମୟରେ ଲଗିନ୍ କୋଡ୍, ସ୍କାମ୍ ଟେକ୍ସଟ ମେସେଜ୍ ପଠାଇବା ଆଦି ବହୁତ କିଛି ଅନୁମତି ମିଳିଯାଇଥାଏ । ତେବେ ହ୍ୟାକର ଫୋରମରୁ ଏହି ପୋଷ୍ଟକୁ ହଟାଯାଇଥିବା ଏକ ନୂଆ ରିପୋର୍ଟରେ କୁହାଯାଇଛି । ତେବେ ଗତ ୪ ବର୍ଷ ଧରି ଏହି କାର୍ଯ୍ୟ ଚାଲିଆସୁଥିବା ଡାଟା ବିକ୍ରେତା କହିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ନିକଟରେ ଫେସବୁକ ଓ ତା’ର ସହଯୋଗୀଙ୍କ କମ୍ପାନୀଗୁଡ଼ିକୁ ୬ ଘଣ୍ଟା ପର୍ଯ୍ୟନ୍ତ ଗ୍ଲୋବାଲ ଆଉଟେଜର ସାମନା କରିବାକୁ ପଡ଼ିଥିଲା । ଫଳରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗଙ୍କୁ ୫୦ ହଜାର କୋଟିରୁ ଅଧିକ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.