ChatGPT ମେକର OpenAI ଗୁଗଲର ସୁପ୍ରମାସିକୁ ଚ୍ୟାଲେଞ୍ଜ କରିଛି । କମ୍ପାନୀ ଏହାର ଜେନେରେଟିଭ୍ AI ଟୁଲ GPT-4o ରେ ରିୟଲ ଟାଇମ୍ ସର୍ଚ୍ଚ ଫିଚର ଯୋଡିଛି । ChatGPT ରେ ୟୁଜର୍ସମାନେ ବର୍ତ୍ତମାନ ଗୁଗଲ ସର୍ଚ୍ଚ ପରି ରିୟଲ ଟାଇମରେ ସବୁକିଛି ସର୍ଚ୍ଚ କରିପାରିବେ । ଏହି AI ଟୁଲ ମାଇକ୍ରୋ ସଫ୍ଟ, କୋ-ପାଇଲଟ୍ ଏବଂ ଗୁଗଲ୍ ଜେମିନି ପାଇଁ ଏକ ବଡ ବିପଦ ଆଣିପାରେ । କମ୍ପାନୀ ତାର ପେଡ୍ ୟୁଜର୍ସମାନଙ୍କ ପାଇଁ ଏହି ଫିଚର ରୋଲ ଆଉଟ୍ କରିଛି, ଶୀଘ୍ର ଏହାକୁ ଫ୍ରି ୟୁଜର୍ସମାନଙ୍କ ପାଇଁ ମଧ୍ୟ ଅଣାଯାଇପାରିବ ।
OpenAI ChatGPT ସର୍ଚ୍ଚ AI ଟୁଲ ଲାଟେଷ୍ଟ ଭର୍ସନ ପାଇଁ ରୋଲ ଆଉଟ କରିଛି । OpenAI ର ଏହି ଜେନେରେଟିଭ୍ AI ଟୁଲ୍ ୟୁଜର୍ସଙ୍କୁ ରିୟଲ ଟାଇମରେ ଇଣ୍ଟରନେଟର ଥିବା ଡିଟେଲ୍ସ ପ୍ରଦାନ କରିବ । ଗୁଗଲ ସର୍ଚ୍ଚ ପରି, ୟୁଜର୍ସମାନେ ବର୍ତ୍ତମାନ ରିୟଲ ଟାଇମରେ, ଲାଟେଷ୍ଟ ନ୍ୟୁଜ୍, ଷ୍ଟକ୍ ପ୍ରାଇସ୍ ଏବଂ ସ୍ପୋର୍ଟ୍ସ ସ୍କୋର ପରି ସୂଚନା ପାଇପାରିବେ । OpenAI ର ଏହି ଫିଚର ଗୁଗଲ ସହିତ ତାର ବଡ ଇନଭେଷ୍ଟର ମାଇକ୍ରୋ ସଫ୍ଟ ପାଇଁ ବିପଦ ହେବାକୁ ଯାଇଛି । AI ସର୍ଚ୍ଚ ଇଞ୍ଜିନ୍ର ରେସ୍ ଆଗାମୀ ସମୟରେ ବହୁତ ଇଣ୍ଟ୍ରେଷ୍ଟିଂ ହେବାକୁ ଯାଉଛି । OpenAI ର ଏହି ଟୁଲ୍ Google Gemini ଏବଂ Microsoft Bing ପାଇଁ ବିପଦ ହୋଇପାରେ।
ଏହି ନୂଆ ମଡେଲ୍ GPT-4 ର ଏକ ଫାଇନ୍ଡ-ଟ୍ୟୁନ୍ ଭର୍ସନ ହେବ, ଯାହା ଅନେକ ଜଟିଳ ପ୍ରସ୍ନର ଉତ୍ତର ଦେବାକୁ ସକ୍ଷମ ହେବ ଏବଂ ଷ୍ଟକ୍ ଗ୍ରାଫ୍ ପରି ଇଣ୍ଟରାକ୍ଟିଭ୍ ରେଜଲ୍ଟ ପରି ସୂଚନା ପ୍ରଦାନ କରିବ । ଏହା ବ୍ୟତୀତ ଏହା ଟିୟଲ ଟାଇମରେ ଲାଇଭ୍ ନ୍ୟୁଜ୍, ସ୍ପୋର୍ଟ୍ସ ଅପଡେଟ୍ ଇତ୍ୟାଦି ବିଷୟରେ ଡିଟେଲ୍ସ ଦେବ ।
କମ୍ପାନୀ ଏହାର ବ୍ଲଗ ପୋଷ୍ଟରେ କହିଛି ଯେ ChatGPT ଲୋକଙ୍କୁ ପୂର୍ବ ଅପେକ୍ଷା ଭଲ ଉପାୟରେ ସର୍ଚ୍ଚ ସର୍ଭିସ ଯୋଗାଇବ ଏବଂ ଇଣ୍ଟରନେଟରେ ଥିବା ଡିଟେଲ୍ସ ଦେବ । କିନ୍ତୁ ChatGPT ପରି ଚାଟବଟ୍ ଗୁଡିକ ଭୁଲ ଉତ୍ତର ଦେବାର ସମ୍ଭାବନା ରହିଛି । ଯାହାକୁ AI Hallucination କୁହାଯାଏ । ଏହାର ମୁଖ୍ୟ କାରଣ ହେଉଛି ଇଣ୍ଟରନେଟରେ ଥିବା ପ୍ରତ୍ୟକ ଭୁଲ ଏବଂ ଠିକ୍ ଇନଫରମେସନ ପାଇଁ ChatGPT ରେ ସୁବିଧା ରହିଛି ।