Oppo ଲଞ୍ଚ କଲା iPhone 16 Pro ପରି ଦେଖାଯାଉଥିବା ଏକ ପାୱାରଫୁଲ୍ ଫୋନ୍, ମିଳିବ ୫,୮୦୦mAh ର ବ୍ୟାଟେରୀ

Oppo ଏକ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ ଲଞ୍ଚ କରିଛି ଯାହା iPhone 16 Pro ପରି ଦେଖାଯାଉଛି । ଚୀନ୍ ବ୍ରାଣ୍ଡର ଏହି ସ୍ମାର୍ଟଫୋନକୁ Oppo A5 Pro ନାମରେ ଉପସ୍ଥାପନ କରାଯାଇଛି । ଏହି ଫୋନରେ ୫,୮୦୦mAh ର ଏକ ପାୱାରଫୁଲ୍ ବ୍ୟାଟେରୀ ସମେତ ଅନେକ ଦମଦାର୍ ଫିଚର୍ସ ଦିଆଯାଇଛି । ଏହା ବ୍ୟତୀତ, ଏହା IP68, IP69, IP66 ରେଟିଂ ସହିତ ଆସିଥାଏ, ଯାହା ଫଳରେ ଧୂଳୀ କିମ୍ବା ପାଣିରେ ପଡିଲେ ମଧ୍ୟ ଖରାପ ହେବନାହିଁ ।
Oppo A5 Pro କୁ ଇଣ୍ଡୋନେସିଆରେ ଉପସ୍ଥାପନା କରାଯାଇଛି । କମ୍ପାନୀର ଏହି ଫୋନରେ ଦୁଇଟି ଷ୍ଟୋରେଜ୍ ଭ୍ୟାରିଆଣ୍ଟ ରହିଛି ଯାହା ହେଉଛି- ୮GB RAM + ୧୨୮GB ଏବଂ ୮GB RAM + ୨୫୬GB ରେ ଆସିଥାଏ । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ IDR ୩୦,୯୯,୦୦୦ ଅର୍ଥାତ୍ ୧୬,୩୦୦ ଟଙ୍କା । ସେହିଭଳି ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ IDR ୩୪,୯୯,୦୦୦ ଅର୍ଥାତ୍ ୧୮,୪୦୦ ଟଙ୍କା ରହିଛି । ଏହି Oppo ଫୋନଟିକୁ Mocha Chocolate, Moss Green ଏବଂ Silk Blue କଲରରେ କିଣିପାରିବେ ।
Oppo ର ଏହି ଫୋନ୍ Qualcomm Snapdragon 662 ପ୍ରୋସେସରରେ କାମ କରିଥାଏ । କମ୍ପାନୀର ଏହି ଫୋନ୍ 4G ନେଟୱାର୍କକୁ ସପୋର୍ଟ କରିଥାଏ । ଏଥିରେ ୮GB RAM ସହିତ ୨୫୬GB ଷ୍ଟୋରେଜ୍ କୁ ସପୋର୍ଟ କରେ, ଯାହାକୁ microSD କାର୍ଡ ମାଧ୍ୟମରେ ଏକ୍ସଟେଣ୍ଡ କରାଯାଇପାରିବ ।
ଏହି ଫୋନରେ ୬.୬୭ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି । ଫୋନରେ LCD ସ୍କ୍ରିନ୍ ମିଳିଥାଏ, ଯାହା ୯୦Hz ହାଇ ରିଫ୍ରେସ୍ ରେଟକୁ ସପୋର୍ଟ କରିଥାଏ । ଏହି ଫୋନର ଡିସପ୍ଲେ ୧୦୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଫିଚରକୁ ସପୋର୍ଟ କରେ । ଏହାର ପ୍ରୋଟେକ୍ସନ୍ ପାଇଁ କର୍ଣ୍ଣିଂ ଗୋଣିଲା ଗ୍ଲାସ୍ 7i ଉପଲବ୍ଧ ।
Oppo A5 Pro ର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ଏବଂ LED ଫ୍ଲାସ୍ ଲାଇଟ୍ ଦିଆଯାଇଛି । ଏହି ଫୋନରେ ୫୦MP ର ମେନ୍ କ୍ୟାମେରା ମିଳିବ । ଏହା ସହିତ ୨MP ର ସେକେଣ୍ଡାରୀ କ୍ୟାମେରା ରହିଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୮MP ର କ୍ୟାମେରା ଦିଆଯାଇଛି । ଫୋନରେ AI GameBoost, AI LinkBoost ଭଳି ଫିଚର୍ସ ସାମିଲ୍ ଅଛି । ଏଥି ସହିତ ଏହା ଡୁଆଲ ଷ୍ଟେରିଓ ସ୍ପିକର୍ସକୁ ସପୋର୍ଟ କରିଥାଏ ।
Oppo ର ଏଡି ଫୋନରେ ୫,୮୦୦mAh ର ଦମଦାର୍ ବ୍ୟାଟେରୀ ରହିଛି । ଫୋନରେ ୪୫ W SuperVOOC ୱାୟର୍ଡ USB Type C ଚାର୍ଜିଂ ଫିଚର ରହିବ । ଏହି ଫୋନ୍ Android 15 ଉପରେ ବେସ୍ଡ ColorOS ରେ କାମ କରିଥାଏ । ଯଦି ଆପଣ ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଏହି ସ୍ମାର୍ଟଫୋନ୍ ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।