Oppo ର ନୂଆ ଫିଟନେସ ବ୍ଯାଣ୍ଡ ଲଞ୍ଚ: ରହିଛି ବ୍ଲଡ ଅକ୍ସିଜେନ ସେନ୍ସର, ମୂଲ୍ଯ ମାତ୍ର ୨,୯୯୯ ଟଙ୍କା

Oppo ଲଞ୍ଚ କଲା ନୂଆ ଫିଟନେସ ବ୍ଯାଣ୍ଡ। Oppo ପକ୍ଷରୁ Oppo ବ୍ରାଣ୍ଡ ଷ୍ଟାଇଲର ଫିଟନେସ ଟ୍ରାକର ମଧ୍ୟ ଲଞ୍ଚ କରିଛି। ଏଥିରେ ୧୨ଟି ୱାର୍କଆଉଟ ମୋଡ, ବ୍ଲଡ ଅକ୍ସିଜେନ ସେନ୍ସର ଏବଂ ରିଅଲ ଟାଇମ ହାର୍ଟ ରେଟ ମନିଟର ଭଳି ଫିଚର୍ସ ଦିଆଯାଇଛି। ଯାହାର ଦାମ୍ ୨,୯୯୯ ଟଙ୍କା ରହିଛି।

ଏହି ବ୍ଯାଣ୍ଡକୁ ୮ ମାର୍ଚ୍ଚରୁ ୨୩ ମାର୍ଚ୍ଚ ପର୍ଯ୍ଯନ୍ତ ୨,୭୯୯ ଟଙ୍କାରେ ଆପଣ ଆମାଜନ, ଫ୍ଲିପକାର୍ଟ ଏବଂ ଅଫଲାଇନ ଷ୍ଟୋରରୁ କିଣିପାରିବେ। ଏହି ବ୍ଯାଣ୍ଡ ପାଇଁ ଆପଣଙ୍କୁ ଅନେକ ଷ୍ଟ୍ରାପ କଲର୍ସ ମଧ୍ୟ ମିଳିବ।

ଏହି ଫିଟନେସ ବ୍ଯାଣ୍ଡରେ 2.5 D କ୍ବାଡ ଗଲାସ ପ୍ରୋଟେକ୍ସନ ସହିତ ୧.୧ ଇଞ୍ଚର AMOLED ଡିସପ୍ଲେ ଦିଆଯାଇଛି। ଏହାସହିତ ଥ୍ରୀ ଆକ୍ସିସି ଏକ୍ସଲୋରମିଟିର, ଅପ୍ଟିକାଲ ହାର୍ଟ ରେଟ ସେନସର ଏବଂ SpO2 ସେନ୍ସର ମଧ୍ୟ ଦିଆଯାଇଛି।ଏଥିରେ ବ୍ଲଡ ଅକ୍ସିଜେନ, ହାର୍ଟ ରେଟ, ସ୍ଲିପ ଟ୍ରାକିଂ ଫିଚର ମିଳିବ।

oppo 1
photo credit: Aaj Tak

ଆହୁରି ମଧ୍ୟ ଏଥିରେ ପ୍ରତିଦିନର କାର୍ଯ୍ଯକଳାପ କରୁଥିବା ଟ୍ରାକର, ଗେଟ ଅପ ରିମାଣ୍ଡରର୍ସ ଏବଂ ବ୍ରିଦିଂ ଏକ୍ସରସାଇଜ ଭଳି ଫିଚର୍ସ ରହିଛି। ୱାର୍କଆଉଟ ଟ୍ରେନିଂ ପାଇଁ ଏଥିରେ ୱାର୍କଆଉଟ ମୋଡ୍ସ ଦିଆଯାଇଛି। ଖାସ୍ କରି ଏଥିରେ ଫ୍ଯାଟ ବର୍ନ ମୋଡ ମଧ୍ୟ ଦିଆଯାଇଛି। ୫ ATM ରେଜିଷ୍ଟାଣ୍ଟ ମଧ୍ୟ ରହିଛି।

ଏଥିରେ କଲ୍ ଏବଂ ମେସେଜ ପାଇଁ ଆଲର୍ଟ ମଧ୍ୟ ଦିଆଯାଇଛି। ଏହାକୁସ୍ମାର୍ଟଫୋନ ସହିତ କନେକ୍ଟ କରିବା ପରେ ମ୍ଯୁଜିକ ପ୍ଲେବ୍ଯାକକୁ ମଧ୍ୟ କଣ୍ଟ୍ରୋଲ କରିପାରିବେ। କନେକ୍ଟିଭି ପାଇଁ ବ୍ଲୁଟୁଥ V 5.0 ସପୋର୍ଟ ରହିଛି। ଏହା ସିଙ୍ଗଲ ଚାର୍ଜରେ ୧୨ ଦିନ ଚାଲିବ। ଏହାକୁ ପୂରା ଚାର୍ଜ କରିବା ପାଇଁ ୧.୫ ଘଣ୍ଟା ସମୟ ଲାଗିଥାଏ।